News

ଏଣିକି ‘ଆଧାର’ କାର୍ଡରେ କରିହେବ ଆୟକର ରିଟର୍ଣ୍ଣ ଫାଇଲ୍‌

Untitled 1

ଲୋକସଭାରେ ବଜେଟ୍ ‘ଦେଶର ବହିଖାତା’ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।  ଚଳିତ ଥର ବ୍ରିଫକେସ୍ ବଦଳରେ ନାଲି କପଡା ବ୍ୟାଗ୍ ରେ ବଜେଟ୍ । ବଜେଟ୍ ର ନାଁ ବଦଳି ଦେଶର ବହିଖାତା ହୋଇଛି । ଚଳିତ ବର୍ଷ ଆୟକର ସ୍ଲାବ୍ ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ‘ଆଧାର’ କାର୍ଡରେ ମଧ୍ୟ ଆୟକର ରିଟର୍ଣ୍ଣ ଫାଇଲ କରି ହେବ ବୋଲି ବଜେଟ୍‌ ଅଭିଭାଷଣରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଲେ କି, ଉଭୟ ପାନ୍‌ ଏବଂ ଆଧାର ଯେ କୌଣସି ଗୋଟିକୁ ବ୍ୟବହାର କରି ଆୟକର ରିଟର୍ଣ୍ଣ ଫାଇଲ କରି ହେବ।

ଯେଉଁ ସବୁ ସ୍ଥାନରେ ଜଣକୁ ପାନ୍‌ ନମ୍ବର ଉଲ୍ଲେଖ କରିବାକୁ ପଡୁଛି ସେଥିରେ ଜଣେ ଆଧାର ନମ୍ବର ଉଲ୍ଲେଖ କରିପାରିବେ, ଆଧାର ଜରିଆରେ ଆୟକର ମଧ୍ୟ ରିଟର୍ଣ୍ଣ ଫାଇଲ୍‌  କରି ପାରିବେ। ବ୍ୟବସାୟରେ ନଗଦ ଟଙ୍କା କାରବାରକୁ ନିରୁତ୍ସାହ କରିବାକୁ ବ୍ୟାଙ୍କ୍‌ ଆକାଉଣ୍ଟରୁ ବର୍ଷକୁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଉଠାଉଥିବା ଜମାକାରୀଙ୍କୁ ୨% ଟିଡିଏସ୍‌ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ପଢନ୍ତୁ: ବଢ଼ିବ ପେଟ୍ରାଲ, ଡିଜେଲ ଓ ସୁନା ଦର

Related posts

ଢେଙ୍କାନାଳ:ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ ହାତୀ ମୃତ

ENO Beuro

ବିଶ୍ୱ ସୁନ୍ଦରୀ ମୁକୁଟ ବିଜୟିନୀ ମାନୁସି ଚିଲର ହେବେ ସମ୍ମାନୀତ, ପାଇବେ ଇଚ୍ଛା ମୁତବକ ସରକାରୀ କାର୍ଜ୍ୟାଲୟ

ENO Beuro

ଆଧାର ସଫା କରିବ ଫେକ ଆଇଡି

Ratnamani Moharana

Leave a Comment