News

ଚତୁର୍ଥ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମେଳାକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଆଇଆଇଏସଏଫ 2018 ହେବ ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି : ଡକ୍ଟର ହର୍ଷବର୍ଦ୍ଧନ

ଆସନ୍ତା ଅକ୍ଟୋବର 6, 2018 ତାରିଖ ଦିନ ଲକ୍ଷ୍ନୌଠାରେ ଭାରତ ଆନ୍ତର୍ଜାତିକ ବିଜ୍ଞାନ ମେଳା (IISF)ର ଚତୁର୍ଥ ସଂସ୍କରଣ ଆୟୋଜିତ ହେବ । ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଏହି ମେଳାକୁ ଉଦ୍‌ଘାଟନ କରିବେ । ଆଇଆଇଏସଏଫ- 2018ରେ ଦେଶ ବିଦେଶର 5000 ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ 10000 ପ୍ରତିନିଧି ଯୋଗ ଦେବାର ସମ୍ଭାବନା ରହିଛି । ସେମାନଙ୍କ ଭିତରେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରୁ 550 ଶିକ୍ଷକ ଏବଂ 200 ଛାତ୍ରଛାତ୍ରୀ ସାମିଲ ରହିବେ । ଏହା ବ୍ୟତୀତ ଏହି ମେଳାରେ 20ଜଣ ଆନ୍ତର୍ଜାତିକ ପ୍ରତିନିଧି ତଥା ପ୍ରାୟ 200 ଷ୍ଟାର୍ଟ ଅପ୍‌ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ନୂଆଦିଲ୍ଲୀଠାରେ ଏହି ମେଳାର କର୍ଟେନ ରେଜର କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଲେ ଯେ ଆଇଆଇଏସଏଫ ଦେଶର ବିଭିନ୍ନ ଭାଗର ଛାତ୍ରଛାତ୍ରୀମାନଙ୍କୁ ଏକଜୁଟ କରିବାର ସର୍ବବୃହତ୍‌ ପ୍ଲାଟଫର୍ମ । ଏଥିରେ ଛାତ୍ରଛାତ୍ରୀମାନଙ୍କ ବ୍ୟତୀତ ଶିକ୍ଷକ, ଗବେଷକ, ଅଭିନବ ଉଦ୍ଭାବନକାରୀ, କଳାକାର ଏବଂ ସାଧାରଣ ଜନତା ଏକତ୍ରିତ ହେବେ । ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଦେଶ କେତେ ସଫଳତା ହାସଲ କରିଛି ତାହା ସେମାନେ ଏକତ୍ର ଏକ ଉତ୍ସବ ଆକାରେ ମନାଇବେ । ବିଜ୍ଞାନ ଓ ପ୍ରଯୁକ୍ତି ପ୍ରତି ଯୁବଗୋଷ୍ଠୀ ତଥା ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ ଏବଂ ଉତ୍ସାହିତ କରିବା ହେଉଛି ଆଇଆଇଏସଏଫ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ।ପୁଣି ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତିର ବାତାବରଣକୁ ଆଗକୁ ଆଗେଇ ନେବା ଏବଂ ଏକତ୍ର ତଥା ସହଯୋଗ ଭିତ୍ତିରେ ଏହି କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଏହି ମେଳା ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମତ ପୋଷଣ କରିଥିଲେ ।

science

2015 ମସିହା ଠାରୁ ଆଇଆଇଏସଏଫରେ ବିଶ୍ୱ ରେକର୍ଡ଼ ପ୍ରୟାସକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ଗ୍ରହଣ କରାଯାଇଛି ସେହି ଦୃଷ୍ଟିରୁ ଆଇଆଇଏସଏଫ – 2018ରେ ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନରତ 500 ଛାତ୍ରଛାତ୍ରୀମାନଙ୍କ ଦ୍ୱାରା “ଡ଼ିଏନଏ ପୃଥକୀକରଣ”ର ଏକ ବିଶ୍ୱ ରେକର୍ଡ଼ ଦିଗରେ ପ୍ରୟାସ କରାଯିବ ।ସହଭାଗୀତା ଗଠନ: “ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀଙ୍କ ସମ୍ମିଳନୀ”ରେ ସମାଜ ଉପରେ ବିଜ୍ଞାନ ଓ ପ୍ରଯୁକ୍ତିର ପ୍ରଭାବକୁ ଶୀର୍ଷକ ଭାବେ ଗ୍ରହଣ କରାଯାଇଛି । ସେହିପରି ଆଇଆଇଏସଏଫ- 2018ରେ ନବ ଭାରତ ନିର୍ମାଣ ଏବଂ ବିଜ୍ଞାନ ଓ ସାକ୍ଷରତା ଉତ୍ସବ ହେଉଛି ଅନ୍ୟତମ ପ୍ରମୁଖ କାର୍ଯ୍ୟକ୍ରମ । ଏହି ଉତ୍ସବ ସମସ୍ତ ପକ୍ଷଙ୍କୁ ଏକତ୍ର ଗୋଟିଏ ଛତା ତଳେ ଏକଜୁଟ କରି ବିଜ୍ଞାନ ଓ ପ୍ରଯୁକ୍ତିର ଅବଦାନ ଓ ଭାରତ ସରକାରଙ୍କ ବିଭିନ୍ନ ଫ୍ଲାଗସିପ କାର୍ଯ୍ୟକ୍ରମରେ ସେସବୁର ଉପଯୋଗ ଉପରେ ଆଲୋଚନା କରାଯିବ।

ଆଇଆଇଏସଏଫର ପ୍ରଥମ ଓ ଦ୍ୱିତୀୟ ସଂସ୍କରଣ ନୂଆ ଦିଲ୍ଲୀଠାରେ ଆୟୋଜିତ ହୋଇଥିଲା । ଏହାର ତୃତୀୟ ସଂସ୍କରଣ ଚେନ୍ନାଇ ଠାରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଅକ୍ଟୋବର 5-8 ତାରିଖ ପର୍ଯ୍ୟନ୍ତ ଏହି ଚାରିଦିନିଆ ବିରାଟ କାର୍ଯ୍ୟକ୍ରମ ଲକ୍ଷ୍ନୌଠାରେ ଆୟୋଜିତ ହେଉଛି । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ, ଭୂବିଜ୍ଞାନ ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଭାରତୀ ଅଥବା ବିଭାର ମିଳିତ ସହଯୋଗରେ ଏହା ଆୟୋଜନ କରାଯାଉଛି । ମୁଖ୍ୟ ଉତ୍ସବର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଭାବେ ଜୈବପ୍ରଯୁକ୍ତି ବିଭାଗ ଏବଂ ବିଜ୍ଞାନ ଭାରତୀ ଦେଶର 80ଟି ସ୍ଥାନରେ ଆଉଟରିଚ୍‌ କାର୍ଯ୍ୟକ୍ରମର ଆୟୋଜନ କରୁଛି।

ପଢନ୍ତୁ; ବାରମ୍ବାର ସ୍ଵପ୍ନରେ ସର୍ପ ଦେଖୁଛନ୍ତି ? କେତେବେଳେ ସର୍ପ ଦେଖିଲେ ଶୁଭଫଳ ପ୍ରାପ୍ତି ହୁଏ, ଜାଣି ରଖନ୍ତୁ

Related posts

ସାନିଟାରୀ ନାପକିନ ସ୍କିମ ଆରମ୍ଭ କଲା କେନ୍ଦ୍ର , ପ୍ୟାଡ ପିଛା ଅଢେଇ ଟଙ୍କା!

ENO Beuro

KISS In Guinness Book Of Records, For Attending Largest Laughter Yoga Class

ENO Beuro

Aadhaar Number Is Mandatory For Getting Death Certificates From 1st October

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More