Featured

ମହିଳାମାନଙ୍କର ସ୍ଥାନ ପୁରୁଷମାନଙ୍କ ଠାରୁ ବହୁତ ଉଚ୍ଚରେ କହିଲେ ବିରାଟ କୋହଲି

ମହିଳାମାନେ ପୁରୁଷଙ୍କ ସହ ସମାନ ନୁହଁନ୍ତି

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିଜ ମାତା ଏବଂ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଭାଗ୍ୟଶାଳୀ କହିବା ସହ ଧନ୍ୟବାଦ ଜଣାଇଥିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ଚଳିତ ବର୍ଷ ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ବିରାଟ କୋହଲି, ଯେଉଁଥିରେ ସେ ମହିଳାମାନଙ୍କୁ ପୁରୁଷଙ୍କ ସହ ସମାନ ଭାବି ନଥାନ୍ତି ବୋଲି କହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା ଅସଲ କାହାଣୀ ।

ମହିଳାମାନଙ୍କୁ ପୁରୁଷଙ୍କ ସହିତ ସମାନ କୁହାଯିବା ସହ ତାଙ୍କୁ ପୁରୁଷଙ୍କ ସହ ତୁଳନା କରାଯାଇଥାଏ । କିନ୍ତୁ ପ୍ରକୃତରେ ମହିଳାମାନଙ୍କର ସ୍ଥାନ ପୁରୁଷମାନଙ୍କ ଠାରୁ ବହୁତ ଉଚ୍ଚରେ । ଯୌନ ଉତ୍ପୀଡ଼ନ, ପାରିବାରିକ କଳହ ଏବଂ ଏତେ ଭେଦଭାବ ପରେ ମଧ୍ୟ ମହିଳାମାନେ ଆଗକୁ ବଢ଼ିବାରେ ଲାଗିଛନ୍ତି ।

ମହିଳା ମାନେ ପୁରୁଷଙ୍କ ସହ କେବେ ବି ସମାନ ହୋଇ ପାରିବେ ନାହିଁ । ସେମାନେ ପୁରୁଷଙ୍କ ଠାରୁ ଉଚ୍ଚରେ ବୋଲି ଭିଡ଼ିଓରେ କହିଛନ୍ତି କ୍ରିକେଟର ବିରାଟ କୋହଲି । ସେମାନେ ଏତେ ଅସୁବିଧାରେ ଥାଇ ମଧ୍ୟ ଆଗ କୁ ବଢୁଛନ୍ତି ତେବେ ସେମାନେ ପୁରୁଷଙ୍କ ସହିତ ସମାନ କିପରି ହେଲେ ? ମହିଳାମାନଙ୍କୁ ସମ୍ମାନ କର ।

ଏହି ଭିଡ଼ିଓ ସେ ନିଜ ପତ୍ନୀ ତଥା ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଟ୍ୟାଗ କରିଛନ୍ତି । ଏଥିରେ ବିରାଟ ତାଙ୍କର ପ୍ରଶଂସକ ଏବଂ ଫଲୋୟର୍ସ ମାନଙ୍କୁ ଅନୁରୋଧ କରିଛନ୍ତି ସେମାନେ ମଧ୍ୟ ତାଙ୍କ ଜୀବନରେ ଥିବା ଅଦ୍ଭୁତ ମହିଳାଙ୍କୁ ଏଥିରେ ଟ୍ୟାଗ କରି ମହିଳା ଦିବସରେ ତାଙ୍କୁ ଧନ୍ୟବାଦ ଜଣାନ୍ତୁ ।

ମହିଳାମାନଙ୍କର ସ୍ଥାନ ପୁରୁଷମାନଙ୍କ ଠାରୁ ବହୁତ ଉଚ୍ଚରେ କହିଲେ ବିରାଟ କୋହଲି virat and anuskaa
ପଢନ୍ତୁ ;

ମେଡିକାଲ ଛାତ୍ର ସୋହେଲଙ୍କ ନିଖୋଜ ଘଟଣା : ଦିଲ୍ଲୀ ଗଲା ୩ ଜଣିଆ ଟିମ୍‌

Related posts

ରିଲାଏନ୍ସ ଜିଓ ଗ୍ରାହକ ପାଇଁ ଏକ ଖରାପ ଖବର ! ଜାଣନ୍ତୁ କଣ

ENO Beuro

ହ୍ଵାଟ୍‌ସଆପ ସହ ଜଡ଼ିତ ଏହି ୫ଟି କଥା ହ୍ଵାଟ୍‌ସଆପ ବ୍ୟବହାରକାରୀ ଜାଣିବା ଦରକାର

ENO Beuro

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ ଆଦେଶ : ଆଧାର ଲିଙ୍କ ଅବଧି ବଢିଲା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More