ଆଜି ମାର୍ଚ୍ଚ ୮ ବିଶ୍ଵ ମହିଳା ଦିବସ

Sand art

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ୱ ମାର୍ଚ୍ଚ ୮ ତାରିଖକୁ ମହିଳାଙ୍କ ଉଦ୍ଦେଶ୍ୟରେ ପାଳନ କରି ଆସୁଛି। ୧୯୭୫ ମସିହାରୁ ମାର୍ଚ ୮କୁ ଜାତି ସଂଘ  ବିଶ୍ଵ ମହିଳା ଦିବସ ରୂପେ ଘୋଷଣା କରିଛି। ମହିଳାଙ୍କ ଅଧିକାର, ସମ୍ମାନ ଓ ନ୍ୟାୟ ପ୍ରଦାନ ଲାଗି ସମର୍ପଣ  ଆଜିର ଦିନ।

ବାଲୁକାଶିଳ୍ପୀ ମାନସ ସାହୁ ମହିଳା ଦିବସରେ ବାଲୁକଳାରେ ମହିଳାଙ୍କୁ ସମ୍ମାନ

ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ସ୍ୟାଣ୍ଡ୍ ଆନିମେଟର ମାନସ ସାହୁ  ବାଲୁକା କଳା ମାଧ୍ୟମରେ ବିଶ୍ୱର ସମସ୍ତ ମହିଳାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଏହି ବାଲୁକା କଳାକୁ ଗିନିଜ୍‌ ବୁକ୍ ଅଫ ୱାଲଡ୍‌ ରେକର୍ଡର ଅଧିକାରିଣୀ ଜୋତ୍ସ୍ନା ମିଶ୍ର   ଉଦ୍‌ଘାଟନ କରିଛନ୍ତି। ୨୦ ଟନ୍‌ ବାଲିରେ ୨ଫୁଟ ଉଚ୍ଚତାର ଏହି ବାଲୁକା କଳାରେ ସେ ନାରୀର ଭିନ୍ନ ରୂପ ଦେଖାଇଛନ୍ତି। ଆଜିର ନାରୀ ଅବଳା କି ଦୁର୍ବଳା ନୁହେଁ ବୋଲି ସେ ତାଙ୍କ ବାଲୁକାଶିଳ୍ପୀ ରେ ଦେଖାଇଛନ୍ତି।

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More