News

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ:ଡେରାଡୁନ୍‌ରେ ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ବର୍ଷର ସବୁଠାରୁ ଲମ୍ବା ଦିନ। ଯୋଗ ସାଧନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତହୁଏ । ସୁତରାଂ ବିଶ୍ୱସ୍ତରରେ ଏହି ଦିବସ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୦୧୪ ସେପ୍ଟେମ୍ବର ୨୭ ତାରିଖରେ ଜାତିସଂଘରେ ପ୍ରସ୍ତାବ ରଖିଥିଲେ । ସେ କହିଥିଲେ ଯୋଗ ଭାରତର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର। ଏହା ପାଂଚ ହଜାର ବର୍ଷର ପରମ୍ପରା।

ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଯୋଗ ବ୍ୟକ୍ତି, ପରିବାର, ସମାଜ ଓ ଦେଶକୁ ଯୋଡୁଛି। ଯୋଗ ଦର୍ଶାଇ ଥାଏ ଯେ, ଆମେ ଦେଶରେ କେମିତି ଜୀବନଯାପନ କରୁଛୁ। ଏଠାକାର ଜଳବାୟୁ ଯୋଗ ଓ ଆୟୁର୍ବେଦ ପାଇଁ ପ୍ରେରଣା ଦେଉଛି। ମୋଦି କହିଛନ୍ତି, ଗର୍ବର ବିଷୟ ଯେ, ଆଜି ବିଶ୍ୱର ପ୍ରତେକ ଭୂଭାଗରେ ସୂର୍ଯ୍ୟଙ୍କୁ ସ୍ୱାଗତ ଜଣାଯାଉଛି। ଚାରିଆଡେ ଯୋଗ ଶିବିର ଚାଲିଛି। ମୋଦି ଦେଶବାସୀଙ୍କୁ ଯୋଗ ଦିବସର ଶୁଭକାମନା ଜଣାଇଛନ୍ତି।

ଅନ୍ୟପଟେ ବାବା ରାମଦେବ ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ଉଦ୍ୟମ କରିଛନ୍ତି। ସେଥିପାଇଁ ସେ ରାଜସ୍ଥାନର କୋଟାରେ ୨ରୁ ଅଢ଼େଇ ଲକ୍ଷ ଲୋକଙ୍କ ସହିତ ଯୋଗ କରିଛନ୍ତି । ଏଥି ପାଇଁ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡ ଟିମ କୋଟା ଆସିଛନ୍ତି। ଶିବିରରେ କୋଚିଂ ସଂସ୍ଥାର ଛାତଛାତ୍ରୀ, ଆର୍ମି, ପୋଲିସଙ୍କ ବ୍ୟତୀତ ବଡ଼ ସଂଖ୍ୟାରେ ଗାଁ ଲୋକଙ୍କୁ ଡକାଯାଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ବାବା ୩ ଦିନ ହେବ ଲୋକଙ୍କୁ ଯୋଗାଭ୍ୟାସ କରାଇଛନ୍ତି।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ:ଡେରାଡୁନ୍‌ରେ ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ:ଡେରାଡୁନ୍‌ରେ ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ yoga

ପଢନ୍ତୁ; ଖରାଦିନେ ଅଧିକ କେଶ ଝଡୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର!

Related posts

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ENO Beuro

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ନାକାମ କରିଦେଇଛି ଭାରତୀୟ ସୁରକ୍ଷା ବାହିନୀ

ENO Beuro

ହାଇକୋର୍ଟରେ ପଦବୀଠାରୁ ଜଜ୍‌ଙ୍କ ସଂଖ୍ୟା କମ୍‌ : ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More