Loading...

୨୦୨୨ରେ ଲଞ୍ଚ ହେବ ଆଇଫୋନ୍-୧୪

୨୦୨୨ରେ ଲଞ୍ଚ ହେବ ଆଇଫୋନ୍-୧୪

ଚଳିତ ବର୍ଷ ଆଇଫୋନ୍-୧୪ ଲଞ୍ଚ ହେବ । ଯେଉଁଥିରେ ଆପଲର ଏକ ମଡେଲ୍ ଲଞ୍ଚ କରାଯିବ। ଯାହା ଇ-ସିମ୍ ଫିଚର୍ସ ସହିତ ଆସିବ । ହେଲେ ଆପଲରେ ଫିଜିକଲ୍ ସିମ୍ କାର୍ଡ ଟ୍ରେକୁ କଢା ଯିବାକୁ ଚେଷ୍ଟା କରା ଯାଉଛି ।

ଆପଲ୍ ତଥା ଆଇଫୋନ୍ ପ୍ରତିବର୍ଷ ଏହି ସ୍ମାର୍ଟଫୋନ ଏକ ନୂଆ ମଡେଲକୁ ବଜାରକୁ ଆଣିଥାଏ । ଠିକ୍‌ ସେହିଭଳି ୨୦୨୧ରେ ଆଇଫୋନ୍-୧୩ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଚାରୋଟି ଲଞ୍ଚ କରିଥିଲା । ହେଲେ ଏହି ବର୍ଷ ଅର୍ଥାତ୍‌ ୨୦୨୨ରେ ବର୍ତ୍ତମାନ ଆଇଫୋନ୍-୧୪ର ନୂଆ ଲଞ୍ଚ ହେବାକୁ ଯାଉଛି । ତେବେ ଆଇଫୋନ୍-୧୪ର ଫିଚର୍ସ ଗୁଡିକ ବିଷୟରେ କମ୍ପାନୀ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନାହିଁ । କିନ୍ତୁ ଲିକ୍‌ ହୋଇଥିବା ଖବର ଅନୁଯାୟୀ ଏହି ଫୋନର ଫିଚର୍ସ ଗୁଡିକ ଉପରେ ଆଲୋଚନା କରାଯାଉଛି । ନିକଟରେ ସୂଚନା ଦିଆଯାଇଛି ଯେ ଆଇଫୋନ୍-୧୪ର ଏକ ନୂଆ ମଡେଲ୍ ଲଞ୍ଚ ହେବ ଯେଉଁଥିରେ ଆପଲର କୌଣସି ଫୋନରେ ପିଚର୍ସ ଗୁଡିକୁ ଦିଆଯାଇ ନାହିଁ ।

ତେବେ ଆଇଫୋନ୍-୧୪କୁ ନେଇ ଏକ ସୂଚନା ସାମ୍ନାକୁ ଆସିଛି ଯେ ଚଳିତ ବର୍ଷ ଆଇଫୋନ୍-୧୪ ଲଞ୍ଚ ହେବ । ଯେଉଁଥିରେ ଆପଲର ଏକ ମଡେଲ୍ ଲଞ୍ଚ କରାଯିବ। ଯାହା ଇ-ସିମ୍ ଫିଚର୍ସ ସହିତ ଆସିବ । ହେଲେ ଆପଲରେ ଫିଜିକଲ୍ ସିମ୍ କାର୍ଡ ଟ୍ରେକୁ କଢା ଯିବାକୁ ଚେଷ୍ଟା କରା ଯାଉଛି । ଏବଂ ଏଭଳି ପରିସ୍ଥିତିରେ ଏହି ଫୋନ୍ ସେପ୍ଟେମ୍ବରରେ ଲଞ୍ଚ ହେବାକୁ ଥିବାବେଳେ ଏହାର ନୂଆ ଫିଚର୍ସକୁ ଆଣିବାକୁ ଚେଷ୍ଟା ଜାରି ରହିଛି। ଏହି ଫିଚର୍ସଗୁଡିକୁ ଏକ ଅପସନାଲ ଫିଚର୍ସ ଭାବରେ ଅଣାଯିବ, ଯେଉଁଥିପାଇଁ ଆଇଫୋନ୍-୧୪ର ଇ-ସିମ୍ ମଡେଲ୍ ମଧ୍ୟ କଢା ଯାଇପାରେ ବୋଲି କୁହାଯାଉଛି ।

ତେବେ ଆପଲର ଇ-ସିମ୍ ଫୋନକୁ ବଦଳା ଯିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଉଛି ବୋଲି ଶୁଣିବାକୁ ମିଳୁଛି । କିନ୍ତୁ ଗ୍ଲୋବାଲ୍ ଡାଟା ଆନାଲିଷ୍ଟ ଏମା ମୋହର-ମ୍ୟାକ୍ଲୁନ୍ କହିଛନ୍ତି ଯେ କମ୍ପାନୀ ବର୍ତ୍ତମାନ ଇ-ସିମ୍ କୁ କେବଳ ଆଇଫୋନ୍ କୁ ସ୍ଥାନାନ୍ତର କରିବ ନାହିଁ, କିନ୍ତୁ ହଁ, ଏହା ନିଶ୍ଚିତ ଭାବରେ ଆଇଫୋନ୍-୧୪ରେ ଏକ ଅପସନାଲ ମଡେଲ୍ ଭାବରେ ଆରମ୍ଭ କରାଯାଇପାରେ । ତେବେ ଭାରତର ସମସ୍ତ ପ୍ରମୁଖ ଟେଲିକମ୍ କମ୍ପାନୀଗୁଡିକ ଇ-ସିମ୍ ସୁବିଧାକୁ ସପୋର୍ଟ କରେ ହେଲେ ବର୍ତ୍ତମାନ ଭାରତରେ ଏହି ଟେକ୍ନୋଲୋଜି ପାଇଁ ଏହାର ଆଉ ଡିଭାଇସ୍ ନାହିଁ । ଆଇଫୋନ୍-୧୪ ସହିତ ଏହି ଫିଚର୍ସ ବିଷୟରେ ଅଧିକ ସୂଚନା ମିଳିବ ଯେତେବେଳେ ଆପଲ୍ ନିଜେ ଏହା ବିଷୟରେ ଏକ ଟିପଣୀ ଦେବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.