SPORTS

ଆଇପିଏଲ-୧୧ ପାଇଁ ନିଲାମୀ ଆରମ୍ଭ : କୋହଲି , ଧୋନୀ, ରୋହିତ ସବୁଠାରୁ ଦାମୀ ଖେଳାଳି

ଆଇପିଏଲ ମହାସମର ପାଇଁ ଆରମ୍ଭ ହୋଇଛି ଖେଳାଳୀ ନିଲାମୀ ,ବାଙ୍ଗାଲୋରରେ ଏହି ନିଲାମୀ ପ୍ରକିୟା ଆରମ୍ଭ ହୋଇଛି ।

ବିଶ୍ୱ କ୍ରିକେଟର ବଡ ଷ୍ଟାର କ୍ରିକେଟରଙ୍କ ନାଁ ଚଳିତଥର ନିଲାମୀ ପ୍ରକିୟାରେ ସାମିଲ ହୋଇଛି । ତେବେ ଚଳିତଥର ନିଲାମୀରେ ପ୍ରଥମ ସେସନରେ ଇଂଲଣ୍ଟର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ କିଣିଛି ୧୨ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ ।

ଏହାସହ ବେନ ଷ୍ଟୋକ୍ସ ଏବେ ଚଳିତ ଆଇପିଏଲର ପ୍ରଥମ ସେସନରେ ସବୁଠାରୁ ଦାମୀ ଖେଳାଳୀ ଭାବେ ଉଭା ହୋଇଛନ୍ତି । ସେହିଭଳି ଭାରତୀୟ ଖେଳାଳୀଙ୍କ ମଧ୍ୟରେ ସବୁଠାରୁୁ ଦାମୀ ଖେଳାଳି ଭାବେ ଉଭା ହୋଇଛନ୍ତି କେ.ଏଲ ରାହୁଲ । ପଞ୍ଜାବ ତାଙ୍କୁ ୧୧ କୋଟି ଟଙ୍କା ଦେଇ କିଣିଛି । ତେବେ ସବୁଠାରୁ ଆଶ୍ଚଯ୍ୟଜନକ କଥା ହେଉଛି ଟ୍ୱି-୨୦ ମ୍ୟାଚର ଦୁର୍ଦ୍ଧଷ ବ୍ୟାଟସମ୍ୟାନ କ୍ରିସ ଗେଲଙ୍କ ଉପରେ କୌଣସି ଦଳ ଭରଷା କରି ପାରିନାହିଁ । ଏପରିକି ତାଙ୍କୁ କିଣିବା ପାଇଁ କୌଣସି ଦଳ ଆଗ୍ରହ ପ୍ରକାଶ କରିନାହିଁ।

ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳିଙ୍କ ମଧ୍ୟରୁ ଜଣେ ଯୁବରାଜ ସିଂହଙ୍କୁ ଏଥର କୌଣସି ଦଳ କିଣି ନଥିଲେ। ତେଣୁ ତାଙ୍କର ପୁରୁଣା ଦଳ  କିଙ୍ଗ୍ସ ଇଲେଭେନ ପଞ୍ଜାବ ଶେଷରେ ତାଙ୍କର ମୂଳ ମୂଲ୍ୟ ୨ କୋଟି ଟଙ୍କାରେ କିଣିଛି। ଆଇପିଏଲ ୧୦ ସିଜିନରେ  ଯୁବରାଜଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣି ଥିଲା।

କୋଲକାତାଙ୍କୁ ଦୁଇ ଥର ଆଇପିଏଲ ଚମ୍ପିୟାନ କରାଇଥିବା ଗୌତମ ଗମ୍ଭୀର ନିଜର ଘରୋଇ ଦଳ ଦିଲ୍ଲୀକୁ ଫେରିଛନ୍ତି। ଗମ୍ଭୀରଙ୍କ ପାଇଁ ଦିଲ୍ଲୀ ୨ କୋଟି ଟଙ୍କାରୁ ବୋଲି ଲଗାଇବା ଆରମ୍ଭ କରିଥିଲା। ପଞ୍ଜାବ ମଧ୍ୟ ଏହି ବୋଲିରେ ସାମିଲ ହୋଇଥିଲା। ଶେଷରେ ଦିଲ୍ଲୀ ଡେୟାର ଡେଭିଲ୍ସ ୨.୮ କୋଟି ଟଙ୍କାରେ କିଣିଥିଲା। କୋଲକାତା ନାଇଟ ରାଇଡର୍ସ ରାଇଟ ଟୁ ମ୍ୟାଚ୍ କାର୍ଡର ବ୍ୟବହାର ନକରିବାରୁ ଏବେ ଗମ୍ଭୀର ନିଜ ଘର ଦିଲ୍ଲୀ ପାଇଁ ଖେଳିବେ।

ଦୁଇ ବର୍ଷ ଆଇପିଏଲରୁ ବାହାରେ ରହିଥିବା ରାଜସ୍ଥାନ ରୟାଲ୍ସ ଦଳ ଚଳିତ ସିଜିନରେ ପ୍ରତ୍ୟାବର୍ତ୍ତନ କରିଛି। ଆଜିଙ୍କ୍ୟଙ୍କ ପାଇଁ ପଞ୍ଜାବ ସବୁଠୁ ଅଧିକ ୪ କୋଟି ଟଙ୍କାରେ ବୋଲି ଲଗାଇଥିଲା। ମାତ୍ର ରାଜସ୍ଥାନ ରୟାଲ୍ସ ରାଇଟ ଟୁ ମ୍ୟାଚ୍ କାର୍ଡ ଜରିଆରେ ତାଙ୍କୁ ଦଳରେ ନେଇଥିଲା।

ଡ୍ଵେନ ବ୍ରାଭୋ ନିଜର ପୁରୁଣା ଦଳକୁ ଫେରିଛନ୍ତି। ଦୁଇ ବର୍ଷର ବାସନ୍ଦାଦେଶ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ବ୍ରାଭୋଙ୍କୁ ୬.୪ କୋଟି ଟଙ୍କାରେ କିଣିଛି। ବ୍ରାଭୋଙ୍କ ପାଇଁ ପଞ୍ଜାବ ୨ କୋଟି ଟଙ୍କାର ବୋଲିରୁ ଆରମ୍ଭ କରିଥିଲା। ମୁମ୍ବାଇ ମଧ୍ୟ ଏଥିରେ ରୁଚି ଦେଖାଇଥିଲା। କିଛି ସମୟ ପର୍ୟ୍ୟନ୍ତ ଏହି ଖେଳାଳିଙ୍କ ପାଇଁ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଦୌଡ଼ ଲାଗିଥିଲା। ଶେଷରେ ପଞ୍ଜାବ ୬.୪ କୋଟି ଟଙ୍କାର ବୋଲି ଲଗାଇଥିଲା। କିନ୍ତୁ ଚେନ୍ନାଇ ରାଇଟ ଟୁ ମ୍ୟାଚ୍ କାର୍ଡ ବ୍ୟବହାର କରି ତାଙ୍କୁ ୬.୪ କୋଟି ଟଙ୍କାରେ ନିଜର ଦଳରେ ସାମିଲ କରିଥିଲା।

ପଢନ୍ତୁ ;

କ୍ୟାନସର ଓ ଟ୍ୟୁମର ରୋଗରୁ ପାଇପାରିବେ ମୁକ୍ତି ! ଜାଣନ୍ତୁ କିପରି ଘରୋଇ ଉପାୟରେ ବଂଚାଇବେ ଜୀବନ

Related posts

ଆଇସିସି ଟି-୨୦ ମାନ୍ୟତା: ରାହୁଲଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା,ଦ୍ଵିତୀୟକୁ ଉଠିଲା ଭାରତ

ENO Beuro

ଭାରତକୁ ୨୮୯ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ENO Beuro

ଭାରତୀୟ କ୍ରିକେଟ ଦଳକୁ ମିଳିଲା ନୂଆ ସ୍ପନସର, ଟିମ୍ ଇଣ୍ଡିଆ ଜର୍ସିରେ OPPO ବଦଳରେ ରହିବ BYJU’S

Ratnamani Moharana

Leave a Comment