ଧୋନୀ-ରାୟଡୁଙ୍କ ବିସ୍ଫୋରକ ବ୍ୟାଟିଂ, ଛକା ମାରି ଜିତାଇଲେ ଧୋନୀ

ଚର୍ଚ୍ଚାରେ ଧୋନୀଙ୍କ ରନିଂ

ଆଇପିଏଲ୍‌-୧୧ରେ ବୁଧବାର ଏକ ରୋମାଞ୍ଚକର ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) । ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଅମ୍ବାତି ରାୟଡୁ ୫୩ ବଲରେ ସର୍ବାଧିକ ୮୨ ରନ୍ କରିଥିବା ବେଳେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମାତ୍ର ୩୪ ବଲରେ ଅପରାଜିତ ୭୦ ରନ୍ କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ଡିଭିଲିୟର୍ସ ଓ କ୍ୱିଂଟନ୍ ଡିକକଙ୍କ ଅର୍ଦ୍ଧଶତକ ସହାୟତାରେ ୮ ୱିକେଟ୍ କରାଇ ୨୦୫ ରନ୍ର ବିଶାଳ ସ୍କୋର କରିଥିଲା ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର । ଡିଭିଲିୟର୍ସ ମାତ୍ର ୩୦ ବଲରୁ ୬୮ ରନ୍ କରିଥିଲେ । ତେବେ ଅମ୍ବାତି ରାୟଡୁ ଓ ଧୋନିଙ୍କ ବିସ୍ଫୋରକ ଇନିଂସ ଯୋଗୁ ଆରସିବିର ବିଜୟ ଆଶା ଧୂଳିସାତ୍ ହୋଇଯାଇଥିଲା । ନିଜ ଷ୍ଟାଇଲରେ ଛକ୍କା ମାରି ମ୍ୟାଚ୍ ଶେଷ କରିଥିଲେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୨୦୫ ରନ୍‌ ସଂଗ୍ରହ କରିବା ପରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୨୦୬ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଏବି ଡିଭିଲିୟର୍ସ ୩୦ଟି ବଲ ଖେଳି ୮ଟି ଛକା ଓ ୨ଟି ଚୌକା ବଳରେ ୬୮ ରନ୍‌ ସଂଗ୍ରହ କରିଥିଲେ ।

ସେହିଭଳି ଓପନିଂ ବ୍ୟାଟସ୍‌ମ୍ୟାନ୍‌ କ୍ୱିଣ୍ଟନ୍‌ ଡି-କକ୍‌ ୩୭ଟି ବଲରେ ୩ଟି ଛକା ଓ ଗୋଟିଏ ଚୌକା ବଳରେ ୫୩ ରନ୍‌ ସଂଗ୍ରହ କରିଥିଲେ । ମନ୍ଦିପ ସିଂହ ୧୭ଟି ବଲ ଖେଳି ୩ଟି ଛକା ଓ ଗୋଟିଏ ଚୌକା ବଳରେ ୩୨ ରନ୍‌ ସଂଗ୍ରହ କରିଥିଲା । ଚେନ୍ନାଇ ପାଇଁ ଇମରାନ ତାହିର, ସାର୍ଦ୍ଦୁଲ ଠାକୁର ଓ ଡେ୍ଵନ୍‌ ବ୍ରାଭୋ ୨-୨ ଓ୍ଵିକେଟ୍‌ ନେଇଥିଲେ ।

ପଢନ୍ତୁ ;

ଏହି ଓଡିଆ ଫିଲ୍ମକୁ ମିଳିଛି ଆଉ ଏକ ଅପୂର୍ବ ସଫଳତା,ହଙ୍ଗେରିରେ ପ୍ରଦର୍ଶିତ ହେବ ‘କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ”!

ଆଇପିଏଲ୍‌-୧୧ରେ ବୁଧବାର ଏକ ରୋମାଞ୍ଚକର ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) - 91%

91%

ତେବେ ଅମ୍ବାତି ରାୟଡୁ ଓ ଧୋନିଙ୍କ ବିସ୍ଫୋରକ ଇନିଂସ ଯୋଗୁ ଆରସିବିର ବିଜୟ ଆଶା ଧୂଳିସାତ୍ ହୋଇଯାଇଥିଲା - 88%

88%
89.5%

Very Good!

ଧୋନୀ-ରାୟଡୁଙ୍କ ବିସ୍ଫୋରକ ବ୍ୟାଟିଂ, ଛକା ମାରି ଜିତାଇଲେ ଧୋନୀ

ଆଇପିଏଲ୍‌-୧୧ରେ ବୁଧବାର ଏକ ରୋମାଞ୍ଚକର ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) । ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଅମ୍ବାତି ରାୟଡୁ ୫୩ ବଲରେ ସର୍ବାଧିକ ୮୨ ରନ୍ କରିଥିବା ବେଳେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମାତ୍ର ୩୪ ବଲରେ ଅପରାଜିତ ୭୦ ରନ୍ କରିଥିଲେ ।

No Votes Yet

You're not rated yet