• Home
  • SPORTS
  • ଚେନ୍ନାଇ ସୁପର୍‌କିଙ୍ଗ୍‌ସକୁ ଶୀର୍ଷରେ ପହଞ୍ଚାଇଲେ ଓ୍ଵାଟ୍‌ସନ୍‌,ମାହି
SPORTS

ଚେନ୍ନାଇ ସୁପର୍‌କିଙ୍ଗ୍‌ସକୁ ଶୀର୍ଷରେ ପହଞ୍ଚାଇଲେ ଓ୍ଵାଟ୍‌ସନ୍‌,ମାହି

ଦିଲ୍ଲୀକୁ ୧୩ ରନରେ ହରାଇଲା ଚେନ୍ନାଇ

ଦିଲ୍ଲୀକୁ ହରାଇଲା ଚେନ୍ନାଇ । ଚେନ୍ନାଇ ସୁପର କିଙ୍ଗ୍‌ସ ଦିଲ୍ଲୀ ଡେୟାର  ଡେଭିଲ୍‌ସକୁ ୧୩ ରନ୍‌ରେ ପରାସ୍ତ କରିଛି । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୧୧ ରନ୍‌ କରିଥିଲା । ୨୧୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ ୫ ୱିକେଟ୍ ହରାଇ ମାତ୍ର ୧୯୮ ରନ୍‌ କରିପାରିଥିଲା । ଏହି ବିଜୟ ସହିତ ଚେନ୍ନାଇ ପଏଣ୍ଟ ଟେବୁଲ୍‌ରେ ଶୀର୍ଷ ସ୍ଥାନ ହାସଲ କରିନେଇଛି ।

ପ୍ରଥମ ଇନିଂସରେ ସେନ୍‌ ଓ୍ଵାଟସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗସ୍‌ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରଇ ୨୧୧ ରନ୍‌ ସଂଗ୍ରହ କରିଥିଲା । ଆଇପିଏଲ୍‌ ୧୧ତମ ସଂସ୍କରଣର ସୋମବାର ମ୍ୟାଚ୍‌ରେ ଟସ୍‌ ଜିଣି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚେନ୍ନାଇ ପ୍ରଥମ ଓ୍ଵିକେଟ୍‌ରେ ୧୦୨ ରନ୍‌ ସଂଗ୍ରହ କରିବା ପରେ ଦଳ ଭଲ ସ୍କୋର କରିପାରିଛି । ଦିଲ୍ଲୀର ପ୍ରଥମ ଶିକାର ଡୁପ୍ଲେସିସ ହୋଇଥିବା ବେଳେ ୨ୟ ଶିକାର ହୋଇଥିଲେ ସୁରେଶ ରୈନା(୧)। ସେତେବେଳକୁ ସ୍କୋର ୧୦୨ ରନ୍‌ ଥିଲା। ଚେନ୍ନାଇ ୧୩୦ ରନ୍‌ରେ ସେନ୍‌ ଓ୍ଵାଟସନ୍‌ଙ୍କୁ ହରାଇଥିଲା ।

ମହେନ୍ଦ୍ର ସିଂହ ଧୋନି ୨୨ ଟି ବଲ ଖେଳି ଅପରାଜିତ ୫୧ ରନ୍‌ ସଂଗ୍ରହ କରିଥିବା ବେଳେ ଅମ୍ବାତି ରାୟଡୁ ୨୪ଟି ବଲ ଖେଳି ୪୧ ରନ୍‌ ସଂଗ୍ରହ କରିଥିଲେ। ଅମିତ ମିଶ୍ରା, ବିଜୟ ଶଙ୍କର ଓ ଗ୍ଲେନ ମ୍ୟାକସ୍‌ଓ୍ଵଲଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୨୧୧/୪(ଓ୍ବାଟସନ-୭୮, ଧୋନୀ-୫୧*, ରାୟୁଡ଼ୁ-୪୧, ଡୁପ୍ଲେସି-୩୩, ଅମିତ ମିଶ୍ରା-୧/୩୦, ବିଜୟ ଶଙ୍କର-୧/୨୨, ଗ୍ଲେନ ମ୍ୟାକ୍ସଓ୍ବେଲ-୧/୫ )।

ଦିଲ୍ଲୀ ଡେୟାରଡେଭିଲ୍ସ ୨୦ ଓଭରରେ ୧୯୮/୫(ରିଷଭ-୭୯, ବିଜୟ ଶଙ୍କର-୫୪*, ମୁନ୍‌ରୋ-୨୬, କେ.ଏମ.ଅସିଫ-୨/୪୩, ଏନଗିଡ-୧/୨୬, ରବୀନ୍ଦ୍ର ଜାଡେଜା-୧/୩୧) ।

ଚେନ୍ନାଇ ସୁପର୍‌କିଙ୍ଗ୍‌ସକୁ ଶୀର୍ଷରେ ପହଞ୍ଚାଇଲେ ଓ୍ଵାଟ୍‌ସନ୍‌,ମାହି ipl

ପଢନ୍ତୁ ;

ଟମାଟୋ ଜୁସ ପିଇବା ଦ୍ଵାରା ଆମକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?

Related posts

ବିରାଟ କୋହଲିଙ୍କୁ ୧୨ ଲକ୍ଷ ଅର୍ଥଦଣ୍ଡ

Krishna Kumar Manoj

କାଶ୍ମୀରକୁ ନେଇ କ୍ରିକେଟରଙ୍କ ଟ୍ୱିଟର ଯୁଦ୍ଧ,ଆଫ୍ରିଦିଙ୍କୁ କଡା ସମାଲୋଚନା

Krishna Kumar Manoj

ଭୁବନେଶ୍ୱର କୁମାର ବାନ୍ଧବୀ ନୁପୂର ନଗରଙ୍କ ସହିତ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More