ଫାଇନାଲରେ ଚେନ୍ନଇ ସୁପର୍ କିଙ୍ଗସ୍‌ !

ପ୍ରଥମ କ୍ୱାଲିଫାୟର ମ୍ୟାଚ୍‍ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨ ୱିକେଟ୍‌ରେ ହରାଇ ଚେନ୍ନାଇ ଫାଇନାଲ୍‌ରେ

ସୁପରକିଙ୍ଗ୍ସ ଆଗରେ ସନ୍‌ରାଇଜର୍ସର ତେଜ ଫିକା ପଡ଼ିଗଲା । ପ୍ରଥମଦଳ ଭାବେ ଚଳିତ ଆଇପିଏଲ୍‍ର ଫାଇନାଲରେ ପ୍ରବେଶ କରିଛି ଚେନ୍ନଇ ସୁପର କିଙ୍ଗ୍‍ସ । ମଙ୍ଗଳବାର ଖେଳା ଯାଇଥିବା ପ୍ରଥମ କ୍ୱାଲିଫାୟର ମ୍ୟାଚ୍‍ରେ ସନ୍‍ରାଇଜର୍ସ ହାଇଦରାବାଦକୁ ୨ ୱିକେଟରେ ଚେନ୍ନଇ ହରାଇଛି । ହାଇବ୍ରାବାଦକୁ ଏବେ କ୍ୱାଲିଫାୟାର-୨ରେ ଖେଳିବାକୁ ପଡ଼ିବ । ଏଥିରେ ଜିତିଲେ ଫାଇନାଲରେ ପ୍ରବେଶ କରିପାରିବ । ତେବେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟରେ ଓପ୍ନର ଫାଫ୍‌ ଡୁପ୍ଲେସି ପ୍ରମୁଖ ଭୂମିକା ନେଇଛନ୍ତି ।

ଟସ୍‌ ଜିତି ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ଦେଇଥିଲା ଚେନ୍ନାଇ । ପଡ଼ିଆକୁ ବ୍ୟାଟିଂ କରିବାକୁ ଆସିଥିଲେ ଓପ୍ନର ଶିଖର ଧାୱନ ଓ ଶ୍ରୀବତ୍ସ ଗୋସ୍ୱାମୀ । ମାତ୍ର ଏମାନେ ଚେନ୍ନାଇ ସୁପର କିଙ୍ଗ୍ସ ବୋଲରଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ ।  ଶିଖର ଖାତା ଖୋଲି ନପାରି ଆଉଟ୍‌ ହୋଇଯାଇଥିଲେ । ପରେ ଶ୍ରୀବତ୍ସ ୧୨, ଅଧିନାକୟ କେନ୍‌ ଉଇଲିୟମ୍ ୨୪, ମନିଷ ପାଣ୍ଡେ ୮, ସକିବୁଲ୍‌ ହାସନ୍‌ ୧୨, ୟୁସଫ ପଠାନ୍‌ ୨୪ ରନ୍‌ କରି ଆଉଟ୍‌ ହୋଇଥିଲେ। କାର୍ଲୋସ ୪୯  ଓ ଭୁବନେଶ୍ୱର କୁମାର ୭ ରନ୍‌ କରି ନଟ୍‌ଆଉଟ୍‌ ରହିଛନ୍ତି। ଯାହାଫଳରେ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୧୩୯ ରନ୍‌ କରିପାରିଥିଲା ।

୧୪୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇର ସପ୍ନର ବେଶୀ ସମୟ ତିଷ୍ଠି ପାରିନଥିଲେ । ଜଣେ ପରେ ଜଣେ ଆଉଟ୍‌ ହୋଇଥିଲେ । ୱାଟ୍‌ସନ୍‌ ଖାତା ଖୋଲି ପାରିନଥିଲେ । ସେହିପରି ସୁରେଶ ରୈନା ୨୨, ଆମ୍ୱାତି ରାଇଡୁ ୦, ଅଧିନାୟକ ଏମ୍‌ଏସ୍‌ ଧୋନୀ ୯, ବ୍ରାଭୋ ୭, ରବିନ୍ଦ୍ର ଜାଡ଼େଜା ୩, ଦୀପକ ଚହଲ ୧୦ ଓ ହରଭଜନ ସିଂହ ୨ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ । ମାତ୍ର ପାଳି ଆରମ୍ଭ କରିବାକୁ ଆସିଥିବା ଫାଫ୍‌ ଡପ୍ଲେସି ଧର୍ଯ୍ୟପୂର୍ଣ୍ଣ ଭାବେ ବ୍ୟାଟିଂ କରିଥିଲେ । ସେ ୨୨ଟି ବଲ୍‌ ଖେଳି ୬୭ ରନ୍‌ କରିଥିଲେ । ଶେଷ ଓଭରରେ ମ୍ୟାଚକୁ ଜିତି ନେଇ ଚେନ୍ନାଇ ସୁପର କିଙ୍ଗ।

ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୩୯/୭ ( କ୍ରେଗ୍‌ ବ୍ରାଥେଓ୍ଵଟ୍‌ ୪୩*, ୟୁସୁଫ ପଠାନ ୨୪, କେନ୍‌ ଓ୍ଵିଲିୟମସନ୍‌ ୨୪, ଡେ୍ଵନ୍‌ ବ୍ରାଭୋ ୨/୨୫, ରବୀନ୍ଦ୍ର ଜାଦେଜା ୧/୧୩)।

ଚେନ୍ନାଇ ସୁପରକିଙ୍ଗ୍ସ ୧୯.୧ ଓଭରରେ ୧୪୦/୮ ( ଫାଫ୍‌ ଡୁ ପ୍ଲେସିସ୍‌ ୬୭*, ସାର୍ଦୁଲ ଠାକୁର ୧୫*, ସୁରେଶ ରାଇନା ୨୨, ରସିଦ ଖାନ୍‌ ୨/୧୧, ସନ୍ଦୀପ ଶର୍ମା ୨/୩୦, ସିଦ୍ଧାର୍ଥ କୌଲ ୨/୩୨।

ପଢନ୍ତୁ ;

କାଳବୈଶାଖୀ ପ୍ରଭାବ : ଟ୍ରେନ ଚଳାଚଳ ବାଧାପ୍ରାପ୍ତ , ଦିଲ୍ଲୀରୁ ଆସିଥିବା ବିମାନ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି !

ମଙ୍ଗଳବାର ଖେଳା ଯାଇଥିବା ପ୍ରଥମ କ୍ୱାଲିଫାୟର ମ୍ୟାଚ୍‍ରେ ସନ୍‍ରାଇଜର୍ସ ହାଇଦରାବାଦକୁ ୨ ୱିକେଟରେ ଚେନ୍ନଇ ହରାଇଛି - 4.6

91%

ତେବେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟରେ ଓପ୍ନର ଫାଫ୍‌ ଡୁପ୍ଲେସି ପ୍ରମୁଖ ଭୂମିକା ନେଇଛନ୍ତି - 4.6

91%
4.6/5

Excellent!

ଫାଇନାଲରେ ଚେନ୍ନଇ ସୁପର୍ କିଙ୍ଗସ୍‌ !

ସୁପରକିଙ୍ଗ୍ସ ଆଗରେ ସନ୍‌ରାଇଜର୍ସର ତେଜ ଫିକା ପଡ଼ିଗଲା । ପ୍ରଥମଦଳ ଭାବେ ଚଳିତ ଆଇପିଏଲ୍‍ର ଫାଇନାଲରେ ପ୍ରବେଶ କରିଛି ଚେନ୍ନଇ ସୁପର କିଙ୍ଗ୍‍ସ । ମଙ୍ଗଳବାର ଖେଳା ଯାଇଥିବା ପ୍ରଥମ କ୍ୱାଲିଫାୟର ମ୍ୟାଚ୍‍ରେ ସନ୍‍ରାଇଜର୍ସ ହାଇଦରାବାଦକୁ ୨ ୱିକେଟରେ ଚେନ୍ନଇ ହରାଇଛି । ହାଇବ୍ରାବାଦକୁ ଏବେ କ୍ୱାଲିଫାୟାର-୨ରେ ଖେଳିବାକୁ ପଡ଼ିବ ।

No Votes Yet

You're not rated yet