• Home
  • SPORTS
  • ଆଇପିଏଲର ଆଜି ପ୍ରଥମ କ୍ଵାଲିଫାୟର : ଚେନ୍ନାଇ ସୁପରକିଙ୍ଗସ୍ ବନାମ ସନରାଇଜର୍ସ ହାଇଦ୍ରାବାଦ
SPORTS

ଆଇପିଏଲର ଆଜି ପ୍ରଥମ କ୍ଵାଲିଫାୟର : ଚେନ୍ନାଇ ସୁପରକିଙ୍ଗସ୍ ବନାମ ସନରାଇଜର୍ସ ହାଇଦ୍ରାବାଦ

ଆଜି ରାତିରେ ମ୍ୟାଚ୍‌ ଦେଖିବା ପାଇଁ ଭୁବନେଶ୍ୱରରେ ଫ୍ୟାନପାର୍କର ବ୍ୟବସ୍ଥା କଲା ବିସିସିଆଇ

ଆଇପିଏଲ ମହାସମର। ଆଜି ପ୍ରଥମ ପ୍ଲେ ଅଫ୍ ମ୍ୟାଚରେ ମୁହାଁମୁହିଁ ହେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ୍‌ । ରବିବାର ସୁଦ୍ଧା ଚଳିତ ଆଇପିଏଲର ଲିଗ୍‍ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଶ୍ରେଷ୍ଠ ଚାରିଟି ଦଳ ଭାବେ ସନରାଇଜର୍ସ ହାଇଦରାବାଦ, ଚେନ୍ନଇ ସୁପର କିଙ୍ଗ୍‍ସ , କଲକାତା ନାଇଟରାଇଡର୍ସ ଓ ରାଜସ୍ଥାନ ରୟାଲ୍‍ସ ପ୍ଲେଅଫ୍‍କୁ ଉନ୍ନୀତ ହୋଇଛନ୍ତି ।

ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗସ୍‌ । ଉଭୟ ଟିମ୍ ଲିଗ୍‌ରେ ସମାନ ୯ଟି ଲେଖାଏଁ ମ୍ୟାଚ ଜିତିଥିବା ବେଳେ ହାଇଦ୍ରାବାଦ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ରହିଛି । ଅନ୍ୟପଟେ ଦୁଇ ଦୁଇଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସର ଚଳିତ ବର୍ଷ ରେକର୍ଡ ବି ଭଲ । ମ୍ୟାଚ୍‌ରେ ଉଭୟେ ଦୁଇ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁଥର ହା୍ଇଦ୍ରାବାଦକୁ ମାତ୍ ଦେଇଛି ଧୋନି ବାହିନୀ । ଆଜି ବି ହାଇଦ୍ରାବାଦକୁ ଚକ୍‌ମା ଦେବା ଲକ୍ଷ୍ୟରେ ଚେନ୍ନାଇ ।

ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା କୋଲକାତା ଓ ରାଜସ୍ଥାନ ବୁଧବାର ଦିନ ଏଲିମିନେଟର ମ୍ୟାଚରେ ମୁହାଁମୁହିଁ ହେବେ । ଏଲିମିନେଟରରେ ପରିଜାତ ଦଳର ଅଭିଯାନ ସେହିଠାରେ ଶେଷ ହୋଇଯିବ । ହେଲେ ବିଜେତା ଦଳ ଦ୍ୱିତୀୟ କ୍ୱାଲିଫାୟରରେ ପ୍ରଥମ କ୍ୱାଲିଫାୟରରେ ପରାଜିତ ଦଳକୁ ଭେଟିବ । ଏହି ମ୍ୟାଚ ଶୁକ୍ରବାର କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ । ଏହି ମ୍ୟାଚର ବିଜେତା ଦଳ ପ୍ରଥମ କ୍ୱାଲିଫାୟାରର ବିଜେତା ସହ ରବିବାର ମେଗା ଫାଇନାଲରେ ଟାଇଟଲ ପାଇଁ ଲଢେଇ କରିବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ହେବ ଫାଇନାଲ ଫାଇଟ ।

ଭୁବନେଶ୍ୱର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଜି ରାତିରେ ଖେଳାଯିବାକୁ ଥିବା ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ସନ ରାଇଜର୍ସ ହାଇଦ୍ରାବାଦ ପ୍ଲେ-ଅଫ ମ୍ୟାଚ୍‌ ବଡ ସ୍କ୍ରିନରେ ଦେଖି ଷ୍ଟାଡ଼ିୟମର ମଜା ନେଇ ପାରିବେ। କିଟ୍ ଷ୍ଟାଡ଼ିୟମରେ ବିସିସିଆଇ ଆଇପିଏଲ ପକ୍ଷରୁ ଏହି ଫ୍ୟାନପାର୍କ ଆୟୋଜନ କରାଯାଇଛି।  ମାଗଣାରେ ଦର୍ଶକମାନେ ଏଠାରେ ବସି ମ୍ୟାଚ୍‌ ଦେଖିବା ସହ ବିଭିନ୍ନ ପୁରସ୍କାର ପାଇ ପାରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଇପିଏଲ ଫ୍ୟାନପାର୍କ ପକ୍ଷରୁ ସୂଚନା ଦିଆଯାଇଛି।

ଆଇପିଏଲର ଆଜି ପ୍ରଥମ କ୍ଵାଲିଫାୟର : ଚେନ୍ନାଇ ସୁପରକିଙ୍ଗସ୍ ବନାମ ସନରାଇଜର୍ସ ହାଇଦ୍ରାବାଦ chennai vs haidrabad

ପଢନ୍ତୁ ;

ଖରାଦିନେ ଲିଚୁ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର ! ଜାଣନ୍ତୁ ଏହାର ଉପକାରିତା

Related posts

ଆଇପିଏଲ ୧୧: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫ରନରେ ହରାଇଲା ସନ୍‌ରାଇଜର୍ସ ହାଇଦ୍ରାବାଦ!

ଆଇପିଏଲ ନିଲାମୀ ବିଷୟରେ ସମସ୍ତେ ଜାଣନ୍ତି ! ହେଲେ ନିଲାମ କିଏ କରୁଛନ୍ତି ଜାଣନ୍ତି କି ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା

Krishna Kumar Manoj

ଚାଇନା ଓପନ ସିରିଜ ରେ ଭାରତର ସମସ୍ତ ଆଶା ଏବେ ପିଭି ସିନ୍ଧୁଙ୍କ ଉପରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More