ଫ୍ଲେ ଅଫରୁ ମୁମ୍ବାଇ ଇଣ୍ଡିଆନ୍ସ ବିଦା ହେବା ପରେ ଖୁସି ଜାହିର କଲେ ପ୍ରୀତି ଜିଂଟା !

ଚର୍ଚ୍ଚାରେ ପ୍ରୀତି ଜିଂଟାଙ୍କ ଭିଡିଓ

ଚର୍ଚ୍ଚାରେ ପ୍ରୀତି ଜିଂଟାଙ୍କ ଭିଡିଓ । ରବିବାର ଆଇପିଏଲର ପ୍ଲେ ଅଫ୍ ତାଲିକା ଫାଇନାଲ ହୋଇଥିବା ସମୟରେ ଭାଇରାଲ ହୋଇଛି ପ୍ରୀତିଙ୍କ ଭିଡିଓ । ପ୍ରୀତି ଜିଣ୍ଟାଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରୁ ବାହାର ହୋଇଯାଇଥିବା ନେଇ ପ୍ରୀତି ଖୁସି ଥିବା ସମସ୍ତେ କହୁଛନ୍ତି ।

ତେବେ ସୋସିଆଲ ମିଡିଆରେ ଏବେ ସେହି ଗୋଟିଏ ପ୍ରଶ୍ନ ଯେ, ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରୁ ବାହାରି ଯିବା ପରେ କଣ ପ୍ରୀତି ଜିଂଟା ଖୁସି ଅଛନ୍ତି । ତେବେ ଏହି ଭିଡିଓ ଦେଖି ଲୋକେ ଏହା ଭାବୁଥିବା ବେଳେ ଏନେଇ କିଛି ସ୍ପଷ୍ଟ ଜଣା ପଡୁନାହିଁ । ଏହି ଭିଡିଓରେ ସ୍ଵର ନାହିଁ । ପ୍ରୀତି ପାଖରେ ବସିଥିବା ବ୍ୟକ୍ତିଙ୍କ ସହିତ କଥା ହେଉଥିବା ଦେଖାଯାଉଛନ୍ତି ।

ପୁଣେରେ ଯେବେ ଚେନ୍ନାଇ ସୁପରକିଙ୍ଗ୍ସ ସହିତ ପଞ୍ଜାବର ମହତ୍ଵପୂର୍ଣ୍ଣ ମୁକାବିଲା ଚାଲିଥିଲା ସେହି ସମୟରେ ଗେଷ୍ଟ ରୁମରେ ବସିଥିବା ପ୍ରୀତି ଜିଣ୍ଟାଙ୍କ ଏହି  ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ପ୍ରୀତି କିଛି କହୁଥିବା ନଜର ଆସୁଛନ୍ତି ।  ଲିପ ରିଡର୍ସ ଏକ୍ସପର୍ଟଙ୍କ ମୁତାବକ ପ୍ରୀତି “ I am just very very happy that Mumbai is not going to the finals…Really happy (ମୁଁ ବହୁତ ଖୁସି ଯେ ମୁମ୍ବାଇ ଫାଇନାଲ  ପର୍ୟ୍ୟନ୍ତ ପହଞ୍ଚି ପାରି ନାହିଁ, ବହୁତ ଖୁସି) କହୁଛନ୍ତି । ପ୍ରୀତିଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।

କିଙ୍ଗ୍ସ ଇଲେଭେନ ପଞ୍ଜାବ ଚଳିତ ଆଇପିଏଲ ସଂସ୍କରଣରେ ପ୍ଲେ ଅଫକୁ ପହଞ୍ଚିବାରେ ବିଫଳ ହୋଇଛି । ଅନ୍ତିମ ଲିଗ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ହାତରୁ ୫ ଓ୍ଵିକେଟରେ ପରାଜିତ ହେବା ପରେ ପଞ୍ଜାବ ଆଇପିଏଲରୁ ବାହାର ହୋଇ ଯାଇଛି । ଏହି ପରାଜୟ ସହିତ ପଞ୍ଜାବ ଦଳରେ ନିରାଶ ଛାଇ ଯାଇଛି, ମାତ୍ର  ଟିମର ସହାୟକ ମାଲିକ ପ୍ରୀତି ଜିଣ୍ଟା ନିରାଶ ନଜର ଆସୁନାହାନ୍ତି ।

ତେବେ ଲୋକଙ୍କ ଏହି ପ୍ରଶ୍ନ ପରେ ଏହାର ଜବାବ ରଖିଛନ୍ତି ପ୍ରୀତି । ସେ କହିଛନ୍ତି ଯେ, ମୁମ୍ବାଇ ମ୍ୟାଚ ହାରିବା ପରେ ହିଁ ତାଙ୍କ ଦଳ ମାନେ କିଙ୍ଗସ ଇଲେଭନ ପଂଜାବ ପ୍ଲେ ଅଫକୁ ଯିବାର ସୁଯୋଗ ଥିଲା ସେଥିପାଇଁ ସେ ଖୁସିଥିଲେ ।

ପଢନ୍ତୁ ;

ଆଇପିଏଲର ଆଜି ପ୍ରଥମ କ୍ଵାଲିଫାୟର : ଚେନ୍ନାଇ ସୁପରକିଙ୍ଗସ୍ ବନାମ ସନରାଇଜର୍ସ ହାଇଦ୍ରାବାଦ

ତେବେ ସୋସିଆଲ ମିଡିଆରେ ଏବେ ସେହି ଗୋଟିଏ ପ୍ରଶ୍ନ ଯେ, ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରୁ ବାହାରି ଯିବା ପରେ କଣ ପ୍ରୀତି ଜିଂଟା ଖୁସି ଅଛନ୍ତି - 4.6

92%

ପୁଣେରେ ଯେବେ ଚେନ୍ନାଇ ସୁପରକିଙ୍ଗ୍ସ ସହିତ ପଞ୍ଜାବର ମହତ୍ଵପୂର୍ଣ୍ଣ ମୁକାବିଲା ଚାଲିଥିଲା ସେହି ସମୟରେ ଗେଷ୍ଟ ରୁମରେ ବସିଥିବା ପ୍ରୀତି ଜିଣ୍ଟାଙ୍କ ଏହି  ଭିଡିଓ ଭାଇରାଲ ହୋଇଛି - 4.6

91%
4.6/5

Excellent!

ଫ୍ଲେ ଅଫରୁ ମୁମ୍ବାଇ ଇଣ୍ଡିଆନ୍ସ ବିଦା ହେବା ପରେ ଖୁସି ଜାହିର କଲେ ପ୍ରୀତି ଜିଂଟା !

ଚର୍ଚ୍ଚାରେ ପ୍ରୀତି ଜିଂଟାଙ୍କ ଭିଡିଓ । ରବିବାର ଆଇପିଏଲର ପ୍ଲେ ଅଫ୍ ତାଲିକା ଫାଇନାଲ ହୋଇଥିବା ସମୟରେ ଭାଇରାଲ ହୋଇଛି ପ୍ରୀତିଙ୍କ ଭିଡିଓ । ପ୍ରୀତି ଜିଣ୍ଟାଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରୁ ବାହାର ହୋଇଯାଇଥିବା ନେଇ ପ୍ରୀତି ଖୁସି ଥିବା ସମସ୍ତେ କହୁଛନ୍ତି ।

No Votes Yet

You're not rated yet