ଆଇପିଏଲ-୧୨ ନିଲାମ: ଚୂଡାନ୍ତ ତାଲିକାରେ ୩୪୬ ଖେଳାଳି

ipl

ପ୍ରିମିୟର ଘରୋଇ ଟି-୨୦ ଟୁର୍ନାମେଣ୍ଟ ଆଇପିଏଲର ଦ୍ଵାଦଶ ସଂସରଣ ପାଇଁ ଆସନ୍ତା ୧୮ ତାରିଖରେ ଜୟପୁର ଠାରେ ଖେଳାଳି ନିଲାମ କରାଯିବ। ଏଥର ନିଲାମ ତାଲିକାରେ ୩୪୬ଜଣ ଖେଳାଳି ସ୍ଥାନ ପାଇଛନ୍ତି।

ଖେଳାଳି ନିଲାମ ଗୋଟିଏ ଦିନରେ ଶେଷ ହେବ। ଏମାନଙ୍କ ମଧ୍ୟରେ ରହିଛନ୍ତି ୨୨୬ଜଣ ଭାରତୀୟ ଓ ୧୨୦ଜଣ ବିଦେଶୀ ଖେଳାଳି । ୮ଟି ଦଳ ବୋଲି ଲଗାଇବେ। ଏଥିପାଇଁ ମୋଟ ସେମାନେ ୧୪୫.୨୫ କୋଟି ଟଙ୍କା ବ୍ୟୟ କରିପାରିବେ।

ipl

କିଙ୍ଗ୍ସ ଏକାଦଶ ପଞ୍ଜାବ ଯୁବରାଜ ସିଂଙ୍କୁ ରିଲିଜ କରିଥିବାବେଳେ ଦିଲ୍ଲୀ ଡେୟାର ଡେଭିଲ୍ସ ଗୌତମ ଗମ୍ଭୀରଙ୍କୁ ଛାଡ଼ିଥିଲା। ରାଜସ୍ଥାନ ରୟାଲ୍ସ ଜୟଦେବ ଉନାଡ୍‌କଟଙ୍କୁ ୧୧.୫ କୋଟି ଟଙ୍କା ଦେଇ ରିଲିଜ କରିଛି। ସେହିପରି ସନରାଇଜର୍ସ ହାଇଦ୍ରାବାଦ ଆଘାତପ୍ରାପ୍ତ ରିଦ୍ଧିମାନ ଶାହ ଏବଂ ଓ୍ବେଷ୍ଟଇଣ୍ଡିଜ ଟି୨୦ ଅଧିନାୟକ କାର୍ଲୋସ ବ୍ରାଥଓ୍ବେଟ୍‌ଙ୍କୁ ରିଲିଜ କରିଛି।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଜେପି ଡୁମିନି ଏବଂ ଫାଷ୍ଟ ବୋଲିଂ ଯୋଡ଼ି ପ୍ୟାଟ କୁମିନ୍ସ ଓ ବାଂଲାଦେଶର ମୁସ୍ତାଫିଜୁର ରହମନଙ୍କ ଭଳି କେତେଜଣ ଅନ୍ତର୍ଜାତୀୟ ଖେଳାଳିଙ୍କୁ ରିଲିଜ କରିଛି। ଯଦି ନିର୍ବାଚନ ଏକ ସମୟରେ ହୁଏ ତେବେ ଆଇପିଏଲର ୨୦୧୯ ସଂସ୍କରଣର କିଛି ଅଂଶ ଭାରତ ବାହାରେ ହୋଇପାରେ।

ପଢନ୍ତୁ; ପ୍ରତିଦିନ ଖାଆନ୍ତୁ ଖଜୁରି, ମିଳିବ ଏହିସବୁ ଫାଇଦା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More