Loading...

ଆଜିଠୁ ଆପିଏଲ-୨୦୨୨ ମହାନିଲାମି ଆରମ୍ଭ

ଆଜିଠୁ ଆପିଏଲ-୨୦୨୨ ମହାନିଲାମି ଆରମ୍ଭ

ଆଜିଠୁ ଦୁଇଦିନ ଧରି ବାଙ୍ଗଲୋରରେ ଅନୁଷ୍ଠିତ ହେବ ଆଇପିଏଲ୍ ମେଗା ଅକ୍ସନ । ବାଙ୍ଗାଲୋରରେ ହେବାକୁ ଥିବା ଏହି ଦୁଇ ଦିନିଆ ନିଲାମ ପ୍ରକିୟାରେ ୧୦ ଦଳ ସେମାନଙ୍କ ବଳକା ରାଶି ବିନିଯୋଗ କରି ଖେଳାଳିଙ୍କୁ କିଣିବା ପାଇଁ ଚେଷ୍ଟା କରିବ ।

ଆଜିଠୁ ଦୁଇଦିନ ଧରି ବାଙ୍ଗଲୋରରେ ଅନୁଷ୍ଠିତ ହେବ ଆଇପିଏଲ୍ ମେଗା ଅକ୍ସନ । ବାଙ୍ଗାଲୋରରେ ହେବାକୁ ଥିବା ଏହି ଦୁଇ ଦିନିଆ ନିଲାମ ପ୍ରକିୟାରେ ୧୦ ଦଳ ସେମାନଙ୍କ ବଳକା ରାଶି ବିନିଯୋଗ କରି ଖେଳାଳିଙ୍କୁ କିଣିବା ପାଇଁ ଚେଷ୍ଟା କରିବ । ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜନ-୧୫ ମେଗା ଅକ୍ସନରେ ସାମିଲ ହେବେ ମୋଟ ୫୯୦ ଜଣ ଖେଳାଳି । ସେମାନଙ୍କ ମଧ୍ୟରେ ମୋଟ ୨୨୭ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଏହି ମେଗା ଅକ୍ସନରେ ସାମିଲ ହୋଇଥିବା ସମସ୍ତ ଖେଳାଳିଙ୍କ ନାଁ ଜାରି କରିଛି ବିସିସିଆଇ । ତେବେ ଭାରତୀୟଙ୍କ ମଧ୍ୟରେ ଶ୍ରେୟସ ଆୟର, ଓ୍ୱିକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ଓ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ବେଶ୍ ଚାହିଦା ରହିଛି । ଚଳିତ ମେଗା ନିଲାମରେ ୧୦ରୁ ଅଧିକ ଭାରତୀୟ ଖେଳାଳି ୧୦ କୋଟିରୁ ଅଧିକରେ ବିକ୍ରି ହୋଇପାରନ୍ତି । ଯଦି ବିଦେଶୀ ଖେଳାଳିଙ୍କ କଥା ଯଦି କହିବା ତାହାଲେ ଚଳିତ ନିଲାମରେ ଡେଭିଡ୍ ଓ୍ୱାର୍ଣ୍ଣର, କ୍ୱିଣ୍ଟନ ଡି’କକ, ପ୍ୟାଟ କମିନ୍ସଙ୍କ ଭଳି ଖେଳାଳିଙ୍କ ଉପରେ ସମସ୍ତ ଫ୍ରାଞ୍ଚାଇଜଙ୍କ ନଜର ରହିବ ।ଚଳିତ ଥର ମେଗା ନିଲାମରେ ଦୁଇ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ । ଶୁଭ୍ରାଂଶୁ ସେନାପତି ଓଡ଼ିଶା ରଣଜୀ ଟିମର ଅଧିନାୟକ ଅଛନ୍ତି । ସେହିପରି ଅଭିଷେକ୍ ରାଉତ ୨୦୦୮ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ IPL ଖେଳି ସାରିଛନ୍ତି । ଏବେ ସେ ଓଡ଼ିଶା ପାଇଁ ରଣଜୀ ଖେଳୁଛନ୍ତି । ଦୁଇଜଣଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି । ଓଡିଶାରୁ ମୋଟ ୫ ଖେଳାଳି ନିଲାମୀ ପାଇଁ ନାଁ ରେଜିଷ୍ଟ୍ରେସନ କରିଥିଲେ । ହେଲେ ଶୁଭ୍ରାଂଶୁ ଓ ଅଭିଷେକଙ୍କୁ ନିଲାମୀରେ ସାମିଲ କରାଯିବ ବୋଲି BCCI ପକ୍ଷରୁ ଲିଷ୍ଟ ଜାରି କରାଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.