• Home
  • SPORTS
  • ଆଇପିଏଲ ବ୍ରାଣ୍ଡ୍‍ ମୂଲ୍ୟ: ଛୁଇଁଲା ୬.୩ ନିୟୁତ ଡଲାର
SPORTS

ଆଇପିଏଲ ବ୍ରାଣ୍ଡ୍‍ ମୂଲ୍ୟ: ଛୁଇଁଲା ୬.୩ ନିୟୁତ ଡଲାର

ବର୍ଷକୁ ବର୍ଷ ବଢି ଚାଲିଛି ଆଇପିଏଲ ବ୍ରାଣ୍ଡ୍‍ ମୂଲ୍ୟ

ବର୍ଷକୁ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଲୋକପ୍ରିୟତା ବଢିବାରେ ଲାଗିଛି। ଟ୍ୱେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ (ଇଣ୍ଡିଆନ ପ୍ରିମିୟର ଲିଗ୍‍) ଏକାଦଶ ବର୍ଷରେ ପଦାର୍ପଣ କରିଛି। ଏହି ସମୟ ମଧ୍ୟରେ ଆଇପିଏଲର ବ୍ରାଣ୍ଡ୍‍ ମୂଲ୍ୟ ୬.୩ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୪୩,୨୫୦ କୋଟି ଟଙ୍କା)ରେ ପହଞ୍ଚିଛି।

୨୦୧୮ରୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଷ୍ଟାର ଇଣ୍ଡିଆକୁ ପ୍ରସାରଣ ଅଧିକାର ମିଳିଛି। ଷ୍ଟାର ଇଣ୍ଡିଆ ୧୬,୩୪୭.୫ କୋଟି ଟଙ୍କାରେ ଆଗାମୀ ପାଞ୍ଚବର୍ଷ ପାଇଁ ଆଇପିଏଲ ପ୍ରସାରଣ ଅଧିକାର ହାସଲ କରିଛି। ବିଶ୍ୱର ଅନ୍ୟ ନାମୀ ଟୁର୍ଣ୍ଣାମେଣ୍ଟରେ ପ୍ରଚଳିତ ପ୍ରସାରଣ ଅଧିକାର ମୂଲ୍ୟ ସହ ଏହା ପ୍ରାୟ ସମାନ ବୋଲି ଜଣାପଡିଛି। ଦୁଇ ବର୍ଷର ବାସନ୍ଦାଦେଶ ଶେଷ ହେବାପରେ ଚଳିତବର୍ଷ ଚେନ୍ନଇ ସୁପର କିଙ୍ଗ୍‍ସ ଓ ରାଜସ୍ଥାନ ରୟାଲ୍‍ସ ପୁଣି ଆଇପିଏଲ ମାନଚିତ୍ରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

୧୦୦ ମିଲିୟନ ଡଲାର କ୍ଲବରେ ମୁମ୍ବାଇ ,କୋଲକାତା

ପୂର୍ବରୁ ଆଇପିଏଲ ମ୍ୟାଚ କେବଳ କ୍ରୀଡା ଚ୍ୟାନେଲରେ ପ୍ରସାରିତ ହେଉଥିବା ବେଳେ ଇଂରାଜୀ ଏବଂ ହିନ୍ଦୀରେ ଧାରାବିବରଣୀ ପ୍ରଦାନ କରାଯାଉଥିଲା। ଆଞ୍ଚଳିକ ଭାଷାରେ ପ୍ରସାରିତ ହେବାପରେ ଅଧିକରୁ ଅଧିକ ସଂଖ୍ୟକ ଦର୍ଶକ ଆଇପିଏଲ ପ୍ରତି ଆକର୍ଷିତ ହୋଇଥିବା ଜଣାପଡିଛି। ଏହାବ୍ୟତୀତ ଡିଜିଟାଲ ପ୍ରସାରଣ ଓ ବିଦେଶରେ ଆଇପିଏଲ ମ୍ୟାଚର ପ୍ରସାରଣ ପରିସୀମାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି।

ଭାରତରେ କ୍ରିକେଟ ସବୁଠାରୁ ଲୋକପ୍ରିୟ କ୍ରୀଡାର ମାନ୍ୟତା ପାଉଥିବାବେଳେ ଏହାର ସୁଦୂରପ୍ରସାରୀ ମାର୍କେଟିଂ ନୀତି ଯୋଗୁଁ ଆଇପିଏଲ ବର୍ତ୍ତମାନ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଓ ଲାଭଜନକ କ୍ରିକେଟ ଟୁର୍ଣ୍ଣାମେଣ୍ଟଭାବେ ପରିଗଣିତ ହୋଇପାରିଛି। ଆଇପିଏଲର ବ୍ରାଣ୍ଡ ମୂଲ୍ୟ ବୃଦ୍ଧିରେ ସାମାଜିକ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଗତବର୍ଷ ଆଇପିଏଲର ପ୍ରଥମ ସପ୍ତାହରେ୬,୪୨,୦୦୦ ଦର୍ଶକ ସାମାଜିକ ଗଣମାଧ୍ୟମରେ ମ୍ୟାଚ ଉପଭୋଗ କରିଥିବାବେଳେ ଏବର୍ଷ ଆଇପିଏଲର ପ୍ରଥମ ସପ୍ତାହରେ ଏହି ସଂଖ୍ୟା ୮,୫୫,୦୦୦କୁ ବୃଦ୍ଧି ପାଇଥିବା ଜଣାପଡିଛି।

ipl ଆଇପିଏଲ ଆଇପିଏଲ ବ୍ରାଣ୍ଡ୍‍ ମୂଲ୍ୟ: ଛୁଇଁଲା ୬.୩ ନିୟୁତ ଡଲାର ipl

ପଢନ୍ତୁ;ରିଲିଜ ହେଲା ଓଲିଉଡ କ୍ୱିନ ବର୍ଷାଙ୍କ ଫିଲ୍ମ ‘ନିମକି’ର ଟ୍ରେଲର

Related posts

ଦକ୍ଷିଣ ଆଫ୍ରିକାକୁ ଝଟ୍‌କା : ଭାରତ ବିପକ୍ଷ ସିରିଜ୍‌ରୁ ଡି କକ୍‌ ବାଦ

Krishna Kumar Manoj

୪୫ ବର୍ଷରେ ପଦାର୍ପଣ କଲେ ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର!

Krishna Kumar Manoj

ଚେନ୍ନାଇ ସୁପର କିଙ୍ଗ୍ସକୁ ଝଟ୍-କା : କେଦାର ଯାଦବ ଆଇପିଏଲରୁ ବାଦ୍‌

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More