SPORTS

ଆଇପିଏଲରେ ରୋମାଞ୍ଚକ ଲଢ଼େଇ

ଆରସିବିକୁ ହରାଇ ଦିଲ୍ଲୀ ବିଜୟୀ

ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣରେ ଏପଯ୍ୟର୍ନ୍ତ ୬ଟି ମ୍ୟାଚ୍‌ ଖେଳିଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଉ ସବୁଯାକ ହାରି ଏବେ ପଏଣ୍ଟ ଟେବୁଲର ସବା ତଳେ ରହିଛି ।  ଆଜି ୨୦ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଏହାକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି ।ପ୍ରଥମେ ବ୍ୟଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ୮ ଓ୍ଵିକେଟ୍‌ରେ ୧୪୯ ରନ୍‌ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲସ ୬ ଓ୍ଵିକେଟ୍‌ ବିନିମୟରେ ଆହୁରି ୭ଟି ବଲ୍‌ ବାକି ଥିବା ବେଳେ ୧୫୦ ରନ୍‌ ବିଜୟଲକ୍ଷ୍ୟରେ ପହଞ୍ଚି ଯାଇଥିଲା ।

 

ରାଜସ୍ଥାନକୁ ହରାଇ ମ୍ୟାଚ୍‌ ଜିତିଲା କେକେଆର୍‌

ଆଇପିଏଲର ରବିବାର ଅନୁଷ୍ଠିତ ଦ୍ଵିତୀୟ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ  ୮ଉଇକେଟରେ ରାଜସ୍ଥାନ ରୟାଲସକୁ ପରାସ୍ତ କରିଛି। କେକେଆର ୮ ପଏଣ୍ଟ ସହ ଅଙ୍କ ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲସ ୨୦ ଓଭରରେ ୩ ଉଇକେଟରେ ୧୩୯ ରନ କରିବାକୁ ସକ୍ଷମ ହୋଇଥିଲା। ସ୍ମିଥ ୫୯ଟି ବଲରେ ୭୩ ରନ କରିଥିଲେ। ସେ ୭ଟି ଚାରି ଓ ଗୋଟିଏ ଛ ମାରିଥିଲେ। ଏହାର ଜବାବରେ କୋଲକାତା ନାଇଟ ରାଇଡର୍ସ ୧୩ ଓଭର ୫ଟି ବଲରେ ୧୪୦ ରନ ସ୍କୋର କରି ବିଜୟ  ହାସଲ କରିଛି କୋଲକାତା ନାଇଟ ରାଇଡର୍ସ।

ପଢନ୍ତୁ: ଆର୍‌ସିବିକୁ ୫ଓ୍ୱିକେଟରେ ହରାଇଲା କେକେଆର୍: ନିର୍ଦୟ ହେଲେ ରସେଲ

Related posts

ଆୟର୍ଲାଣ୍ଡକୁ ୨-୧ ଗୋଲରେ ହରାଇଲା ଅଷ୍ଟ୍ରେଲିଆ

ENO Beuro

ଧୋନୀଙ୍କ ଅପେକ୍ଷାରେ ଆଉ ଏକ ନୂଆ ରେକର୍ଡ 

ENO Beuro

ଚାଇନା ଓପନ ସିରିଜ ରେ ଭାରତର ସମସ୍ତ ଆଶା ଏବେ ପିଭି ସିନ୍ଧୁଙ୍କ ଉପରେ

ENO Beuro

1 comment

Leave a Comment