EnewsOdia.Com

ମାର୍ଚ୍ଚ ୨୯ରୁ ଆଇପିଏଲ୍ ମହାସମର

ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ଓ ଉପବିଜେତା ଚେନ୍ନାଇ ସୁପର କିଙ୍ଗ୍‌ସ ଚଳିତ ବର୍ଷର ଆଇପିଏଲ୍‌ ଉଦ୍‌ଘାଟନୀ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିଲା ବେଳେ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳା ଶେଷ ହେବାର ୧୧ ଦିନ ପରେ ହିଁ ଆଇପିଏଲ୍‌ର ଶୁଭାରମ୍ଭ ହେବ। ଭାରତୀୟ ଦଳ ମାର୍ଚ୍ଚ ୧୮ ତାରିଖରେ କୋଲ୍‌କାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆ ଖେଳିବ। ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ର ଫାଇନାଲ୍‌ ମେ’ ୨୪ ତାରିଖରେ ଖେଳାଯିବ।

ଏଥର ଆଇପିଏଲ୍‌ ପାଇଁ ଲିଗ୍‌ ପର୍ଯ୍ୟାୟର ସୂଚୀ ଘୋଷଣା ହୋଇଥିଲା ବେଳେ ନକ୍‌ଆଉଟ୍‌ ସୂଚୀ ପରେ ଘୋଷଣା ହେବ ବୋଲି କୁହାଯାଇଛି। ତେବେ ଲିଗ୍‌ ପର୍ଯ୍ୟାୟରେ ଉଦ୍‌ଘାଟନୀ ମୁକାବିଲାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ରବିବାରଗୁଡ଼ିକରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ। ଶେଷ ଲିଗ୍‌ ମ୍ୟାଚ୍‌ ମେ’ ୧୭ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ମୋଟ ୫୬ ମ୍ୟାଚ୍‌ ଖେଳାଯିବ। ରାଜସ୍ଥାନ ରୟାଲ୍‌ସ ବ୍ୟତୀତ ଅନ୍ୟ ୭ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଘରୋଇ ପଡ଼ିଆକୁ ଅପରିବର୍ତିତ ରଖିଥିବା ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

ପଢନ୍ତୁ: ଗୁପ୍‌ଚୁପ୍‌ ପରଷିଲେ ଧୋନି

ସମ୍ବନ୍ଧିତ ଖବର

ଭଙ୍ଗା ମୋବାଇଲରେ କୋହଲିଙ୍କ ପ୍ରତିମୂର୍ତ୍ତି ତିଆରି କଲେ ପ୍ରଶଂସକ

Ratnamani Maharana

ଆଜି ଭାରତ-ଶ୍ରୀଲଙ୍କା ୨ୟ ଟି-୨୦

Ratnamani Maharana

ନତାସା ଷ୍ଟାନୋଭିକଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ Engagement

Ratnamani Maharana

ଡୋପ ଟେଷ୍ଟରେ ଧରାପଡ଼ିଲେ କେ. ରବିକୁମାର

Ratnamani Maharana

୧୯ ବର୍ଷ ପରେ ଟପ୍‌ ୧୦୦ରୁ ବାଦ୍‌ ପଡ଼ିଲେ ଲିଆଣ୍ଡର ପେସ୍‌

Ratnamani Maharana

ଭାରତରେ ପ୍ରଥମ ଥର ପାଇଁ ରାତିରେ ଖେଳାଯିବ ଟେଷ୍ଟ ମ୍ୟାଚ !

Ratnamani Maharana