SPORTS

ଏପ୍ରିଲ ୭ରୁ ଆରମ୍ଭ ଆଇପିଏଲ ମ୍ୟାଚ୍

By ENO Beuro

January 23, 2018

ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୧୮ର ଉଦଘାଟନୀ ମ୍ୟାଚର ତାରିଖ ଘୋଷଣା କରାଯାଇଛି।  ଲିଗର ୧୧ ତମ ସଂସ୍କରଣ ଏପ୍ରିଲ ୬ରେ ମୁମ୍ବାଇରେ ଆରମ୍ଭ ହେବ। ମାତ୍ର ଉଦଘାଟନୀ ମ୍ୟାଚ୍ ପରବର୍ତ୍ତୀ ଦିନ ଅର୍ଥାତ ଏପ୍ରିଲ ୭ରେ ମୁମ୍ବାଇରେ ଖେଳାଯିବ।  ଟୁର୍ଣ୍ଣାମେଣ୍ଟର ଫାଇନାଲ  ମେ ୨୭ରେ ମୁମ୍ବାଇରେ ଖେଳାଯିବ।

ଜାନୁଆରୀ ୨୭ ଏବଂ ୨୮ ତାରିଖ ଦୁଇ ଦିନ ବାଙ୍ଗାଲୁରୁରେ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମ ହେବ । ଏଥିରେ ୩୬୦ ଭାରତୀୟ ଖେଳାଳିଙ୍କୁ ମିଶାଇ ମୋଟ ୫୭୮ ଖେଳାଳିଙ୍କୁ ନିଲାମ ପାଇଁ ତାଲିକାଭୁକ୍ତ କରାଯାଇଛି । ମ୍ୟାଚ୍‌ ପ୍ରସାରକ ଷ୍ଟାର ସ୍ପୋର୍ଟସର ଅନୁରୋଧକୁ ଗ୍ରହଣ କରି ମ୍ୟାଚ ସମୟରେ ପରିବର୍ତ୍ତନ କରାଯାଇଛି । ଏବେ ରାତି ୮ରେ ଆରମ୍ଭ ହେଉଥିବା ମ୍ୟାଚ ସନ୍ଧ୍ୟା ୭ଟାରେ ଓ ଅପରାହ୍ନ ୪ଟାରେ ଆରମ୍ଭ ହେଉଥିବା ମ୍ୟାଚ ୫ଟା ୩୦ରେ ଆରମ୍ଭ ହେବ ବୋଲି ଆଇପିଏଲ ପରିଚାଳାନା ପରିଷଦ ବୈଠକ ପରେ ଅଧ୍ୟକ୍ଷ ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି । ତେବେ ଆଜିର ଏହି ବୈଠକରେ ପରିଚାଳନା ପରିଷଦର ସଦସ୍ୟ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଯୋଗ ଦେଇନଥିଲେ ।

ଏଥର  ଟୁର୍ଣ୍ଣାମେଣ୍ଟରେ ୮ ଦଳ ଭାଗ ନେବେ। ବଡ଼ କଥା ଏହା ଯେ  ଦୁଇ ବର୍ଷର ପ୍ରତିବନ୍ଧକ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ଏହି ଲିଗରେ ପ୍ରତ୍ୟାବର୍ତ୍ତନ କରୁଛି।  ଏହା ସହିତ ଦୁଇଟି ସିଜିନରେ ଲିଗରେ ସାମିଲ ହୋଇଥିବା ଗୁଜରାତ ଲାୟନ୍ସ ଓ ରାଇଜିଂ ପୁଣେ ସୁପରଜିୟାଣ୍ଟ୍ସ ଏବେ ଏହି ଲିଗର ଅଂଶ ହେବେ ନାହିଁ।

କିଙ୍ଗ୍ସ ଇଲେଭେନ ପଞ୍ଜାବ ନିଜର ଚୋରଟି ମ୍ୟାଚ୍ ଘରୋଇ ମୋହାଲିରେ ଏବଂ ତିନୋଟି ମ୍ୟାଚ୍ ଇନ୍ଦୋରରେ ଖେଳିବ।  ଅନ୍ୟ ପଟେ ରାଜସ୍ଥାନ ରୟାଲ୍ସର ଘରୋଇ ମୁକାବିଲା ଉପରେ ନିଷ୍ପତ୍ତି ଜାନୁଆରୀ ୨୪ରେ ରାଜସ୍ଥାନ ହାଇକୋର୍ଟର ନିଷ୍ପତ୍ତି ପରେ ହେବ।

ପଢନ୍ତୁ ;

ସମସ୍ତ ୧୧ ହଜାର ଟ୍ରେନ ଏବଂ ୮,୫୦୦ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା : ରେଳ ବଜେଟ ୨୦୧୮