News

ନିଜକୁ ଗୁଳି ଆତ୍ମହତ୍ୟା କଲେ ବରିଷ୍ଠ ଆଇପିଏସ୍ ଅଫିସର

କ୍ୟାନସରରେ ପୀଡ଼ିତ ଥିଲେ

ମହାରାଷ୍ଟ୍ର ଆଣ୍ଟି-ଟେରୋରିଜିମ୍ ସ୍କ୍ୱାଡ୍‌ର ମୁଖ୍ୟ ତଥା ଆଇପିଏସ୍ ଅଫିସ୍‌ର ହିମାଂଶୁ ରାୟ ଆଜି ଆତ୍ମହତ୍ୟା କରିଛନ୍ତି । ନିଜ ସର୍ଭିସ୍ ରିଭଲଭରରେ ମୁଣ୍ଡକୁ ଗୁଳିକରି ଅତ୍ମହତ୍ୟା କରିଛନ୍ତି ହିମାଂସୁ ରାୟ । ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ବମ୍ବେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।  ତେବେ ଡାକ୍ତରମାନେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଡାକ୍ତରଖାନା ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ଡାକ୍ତରମାନେ କହିଛନ୍ତି ।

ଗତ ଦୁଇ ବର୍ଷ ହେବ ହିମାଂସୁ ରାୟ କ୍ୟାନସରରେ ପିଡିତ ଥାଇ ଚିକିତ୍ସା ହେଉଥିଲେ । ସେଥିପାଇଁ ଏପ୍ରିଲ୍‌ ୨୦୧୬ଠାରୁ ସେ ଛୁଟିରେ ଥିଲେ । ପ୍ରଥମ ପର୍ଯ୍ୟାୟରେ ସେ ୬ ମାସ ପାଇଁ ଛୁଟି ନେଇଥିଲେ। ତା’ପରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ନେଇଥିଲେ। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ହିମାଂଶୁ ୧୯୮୮ ବ୍ୟାଚ୍‌ର ଆଇପିଏସ୍ ଅଫିସର ।

ହିମାଂଶୁ  ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ୍‌ରେ ଜଏଣ୍ଟ କମିଶନର (କ୍ରାଇମ୍‌) ଭାବେ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ଆଇପିଏଲ୍ ବେଟିଂ ସହିତ ଜଡ଼ିତ ସ୍କାଣ୍ଡାଲର ତଦନ୍ତ କରିଥିଲେ। ଅନେକ ହାଇପ୍ରୋଫାଇଲ୍‌ ଅପରାଧର ତଦନ୍ତ ମଧ୍ୟ ସେ କରିଥିଲେ । ଦାଉଦର ଭାଇ ଇକ୍‌ବାଲ କସକରର ଡ୍ରାଇଭର ଅରିଫକୁ ଗୁଳିମାଡ଼ ଘଟଣା ସହିତ ସାମ୍ବାଦିକ ଜେ ଦେ, ବିଜୟ ପାଲାଣ୍ଡେ ଓ ଲୈଲା ଖାନ୍ ହତ୍ୟାକାଣ୍ଡ ଘଟଣାର ତଦନ୍ତରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ନିଜକୁ ଗୁଳି ଆତ୍ମହତ୍ୟା କଲେ ବରିଷ୍ଠ ଆଇପିଏସ୍ ଅଫିସର himansu roy

ପଢନ୍ତୁ ;

ଲୋକପ୍ରିୟ ଅଭିନେତ୍ରୀ ଅନିତା ଦାସଙ୍କ ହୃଦଘାତରେ ପରଲୋକ

Related posts

ସବଡିଭିଜନ୍ ମାନ୍ୟତା ଦାବିରେ ୬ ଘଂଟିଆ ପଟ୍ଟାମୁଣ୍ଡାଇ ବନ୍ଦ ପାଳନ

Krishna Kumar Manoj

କଳା ଶିଶୁକୁ ଗୋରା କରିବା ପାଇଁ ପଥରରେ ରଗଡିଲା ମା’

Krishna Kumar Manoj

ସାମାଜିକ ନିରାପତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ତୃତୀୟ ଲିଙ୍ଗ ବିକାଶ କାର୍ଯ୍ୟକ୍ରମ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More