News

ତାମିଲନାଡୁର ଆଇପିଏସ ଅଧିକାରୀ ସଫୀର କରିମ ଗିରଫ, କାରଣଟି ବଡ ନିନ୍ଦନୀୟ

ଆଇପିଏସ ଅଧିକାରୀ ସଫୀର କରିମ ପରୀକ୍ଷାରେ କପି କରୁଥିବା ସମୟରେ ଗିରଫ ହେଲେ । ଚେନ୍ନାଇର ଏଗମୋର ପରୀକ୍ଷା କେନ୍ଦ୍ରରେ ୟୁନିୟନ ପବ୍ଲିକ ସର୍ଭିସ କମିଶନର ମେନ ପରୀକ୍ଷାରେ ଜଣେ ତାମିଲନାଡୁ କ୍ୟାଡରର ଟ୍ରେନି ଆଇପିଏସ ଅଧିକାରୀ କପି କରୁଥିବା ବେଳେ ତାଙ୍କୁ ଧରିଥିଲେ ଇଂଟେଲିଜେନ୍ସି ଅଧିକାରୀ ।  ପୁଲିସ ସଫୀର କରିମ୍‌ଙ୍କୁ ଦଫା ୪୨୦ ଓ ୧୨୦ (ଖ)ରେ ଗିରଫ କରି କୋର୍ଟ ଚାଲାଣ କରିଛି।

ତଦନ୍ତକାରୀ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସଫୀର କରିମ ବର୍ତ୍ତମାନ ଟ୍ରେନି ଆଇପିଏସ  ଅଫିସର ଭାବେ ତିରୁନେଲଭେଲି ନାଙ୍ଗନେରି ଠାରେ ଏଏସପି ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ସେ ଆଇଏଏସ ପାଇଁ ୟୁପିଏସସି ପରୀକ୍ଷା ଦେଉଛନ୍ତି । ଏଥିପାଇଁ ଗତ ସୋମବାର ଦିନ ଏଗମୋର ପ୍ରେସିଡେନ୍ସି ଗାର୍ଲସ ହାଇସ୍କୁଲରେ ପରୀକ୍ଷା ଦେଉଥିଲେ ସଫୀର କରିମ ମୋବାଇଲ ଫୋନ ଓ ଇୟର ପିସ ସହ ତାଙ୍କ ସାର୍ଟ ବୋତାମରେ ସ୍ପାଏ କ୍ୟାମେରା ରଖିବା ସହିତ ହାଇଦ୍ରାବାଦରେ ରହୁଥିବା ତାଙ୍କ ପତ୍ନୀ ଜୟସି ଜୟଙ୍କ ସହିତ ଯୋଗାଯୋଗ ରଖିଥିଲେ। ଜୟସି ଜୟ ତାଙ୍କୁ ଏହି ସେଲଫୋନ ମାଧ୍ୟମରେ ପ୍ରଶ୍ନର ଉତ୍ତର ଡାକୁଥିଲେ। ସଫୀର କରିମ ଆଇ ବି ଅଧିକାରୀଙ୍କ ଦ୍ୱାରା ଧରାପଡ଼ିବା ପରେ ପୁଲିସ ହେପାଜତକୁ ଯାଇଥିଲେ। ସଙ୍ଗେ ସଙ୍ଗେ ଚେନାଇ ପୁଲିସ ହାଇଦ୍ରାବାଦ ପୁଲିସ ସହିତ ଯୋଗାଯୋଗ କରି ହାଇଦ୍ରାବାଦର ଅଶୋକନଗର କ୍ରସରୋଡରେ ଥିବା ଇନଷ୍ଟିଚ୍ୟୁଟ ଫର ସିଭିଲ ସର୍ଭିସ ନାମକ ଏକ ସଂସ୍ଥାରେ ଅଧ୍ୟାପିକା ଥିବା ଜୟସି ଜୟଙ୍କୁ ମଧ୍ୟ ଗିରଫ କରିଛି।

ସୋମବାର ଦିନ କରିମ ପରୀକ୍ଷା ହଲକୁ ଯିବା ପୂର୍ବରୁ ତାଙ୍କ ମୋବାଇଲ ଫୋନ ଗେଟରେ ମୁତୟନ ଅଧିକାରୀଙ୍କୁ ଦେଇ ସେ କାରରେ ଫୋନ ରଖିବାକୁ  ଭୁଲି ଯାଇଥିବା କହିଥିଲେ। ମାତ୍ର ନିଜ ମୋଜା ଭିତରେ ଆଉଏକ ମୋବାଇଲ ଫୋନ, ଇୟର ପିସ ରଖିଥିବା ବେଳେ ସାର୍ଟ ବୋତାମରେ ଏକ କ୍ୟାମେରା ଖଞ୍ଜିଥିଲେ। ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାର ୨୦ ମିନିଟ ପରେ ଆଇବି ଅଫିସରମାନେ ପରୀକ୍ଷା କେନ୍ଦ୍ରରେ ପଶି କରିମଙ୍କୁ ସର୍ଚ୍ଚ କରି ତାଙ୍କଠାରୁ କ୍ୟାମେରା, ମୋବାଇଲ ଫୋନ ଓ ଇୟରପିସ ଜବତ କରିଥିଲେ। ପଚରାଉଚରା ବେଳେ କରିମ ସ୍ୱୀକାର କରିଛନ୍ତି ଯେ ସେ ପ୍ରଶ୍ନ ପତ୍ରର ଫଟୋ ଉଠାଇ ତାଙ୍କ ପତ୍ନୀଙ୍କ ପାଖକୁ ପଠାନ୍ତି, ଯିଏ ତାଙ୍କୁ ହାଇଦ୍ରାବାଦରୁ ଉତ୍ତର ଡାକନ୍ତି । କରିମଙ୍କ ସାଙ୍ଗମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ଦୁର୍ଘଟଣା ଯୋଗୁଁ କରିମ ଆଇପିଏସ ଶାରୀରିକ ପରୀକ୍ଷାରେ ବିଫଳ ହେବା ଆଶଙ୍କା କରି ଆଇଏଏସ ପାଇଁ ଉଦ୍ୟମ ଚଳାଇଥିଲେ ।

ତାମିଲନାଡୁର ଆଇପିଏସ ଅଧିକାରୀ ସଫୀର କରିମ ଗିରଫ, କାରଣଟି ବଡ ନିନ୍ଦନୀୟ

ପଢନ୍ତୁ, ଦୟାନଦୀ ପାଣି ଚାଷ କି ପିଇବା ପାଇଁ ବ୍ୟବହାର ଯୋଗ୍ୟ ନୁହେଁ – ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି

Related posts

ଘରେ ଝିଅ ଜନ୍ମ ହେଲେ ମିଳିବ ୧୧ ହଜାର ଟଙ୍କା ପୁରସ୍କାର: ଅକ୍ସି ହେଲ୍‌ଥ୍ କେୟାର

ENO Beuro

ଗୁରଗାଓଁ ରିୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱିତୀୟ ଷ୍ଟାଣ୍ଡାର୍ଡ଼ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ଙ୍କ ହତ୍ୟା ରହସ୍ୟରୁ ପରଦା ଉଠିଲା

ENO Beuro

ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More