EnewsOdia.Com

ଇରାନ-ଆମେରିକା ବିବାଦରେ ମଧ୍ୟସ୍ଥତା କରିବ କି ଭାରତ!

ଆମେରିକା-ଇରାନ ମଧ୍ୟରେ ଟଳୁନି ଯୁଦ୍ଧ ସ୍ଥିତି । ଇରାନର ଟପ୍ ନେତା କାସିମ୍ ସୁଲେମାନିଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ୍ କରି ନିହତ କରିବା ପରେ ଉତ୍ତେଜନା ଲାଗି ରହିଛି । ଆମେରିକା ଠାରୁ ପ୍ରତିଶୋଧ ନେବା ପାଇଁ ପ୍ରାଣେ ପ୍ରାଣେ ପାଦ ଥାପୁଛି ଇରାନ୍ । ଗତ ସପ୍ତାହ ମଧ୍ୟରେ ଇରାକରେ ଥିବା ଆମେରିକାର ବିଭିନ୍ନ ଏୟାରବେସ୍ ଓ ସେନା କ୍ୟାମ୍ପରେ ଲଗାତାର ରକେଟ୍ ଓ ମିସାଇଲ୍ ମାଡ଼ କରୁଛି ଇରାନ୍ । ଏହାରି ଭିତରେ ଗତକାଲି ଠାରୁ ଭାରତ ଗସ୍ତରେ ଆସିଛନ୍ତି ଇରାନ୍ ବୈଦେଶିକ ମନ୍ତ୍ରୀ ଜାଭଦ ଜରିଫ । ଇରାନ-ଆମେରିକା ଉତ୍ତେଜନା ମଧ୍ୟରେ ମୋଦୀଙ୍କୁ ଭେଟିଲେ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜାରିଫ।

ରାଇସିନା ଆଲୋଚନା ୨୦୨୦ରେ ଅଂଶଗ୍ରହଣ କରିବା ଲାଗି ଭାରତ ଗସ୍ତରେ ଆସିଥିବା ଡଃ ମହମ୍ମଦ ଜାଭେଦ ଜାରିଫ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ଇରାନ କୂଟନୈତିକ ସ୍ତରରେ ଆମେରିକାକୁ ଘେରିବାକୁ ଉଦ୍ୟମ କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଆଶା ପ୍ରକାଶ କରିଛି ଇରାନ୍ । ଭାରତ ହସ୍ତକ୍ଷେପ କଲେ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ଥମିପାରେ । ଭାରତ ଗସ୍ତରେ ଆସିଥିବା ଇରାନ ବୈଦେଶିକ ମନ୍ତ୍ରୀ ଜାଭଦ ଜରିଫ, ମୋଦିଙ୍କୁ ଭେଟିବା ପରେ ମଧ୍ୟପ୍ରାଚ୍ୟ ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଭାରତ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ପ୍ରଶମିତ କରିବାରେ ବଡ଼ ଭୂମିକା ତୁଲାଇବ ବୋଲି ଇରାନ ଆଶା ବାନ୍ଧିଛି ।

ପଢନ୍ତୁ:  ସରକାରୀ ବଡ଼ବାବୁମାନଙ୍କ ପାଇଁ ବସିବ ପ୍ରମୋସନ ଅଦାଲତ

ସମ୍ବନ୍ଧିତ ଖବର

ଭାରତରେ ପହଞ୍ଚିଲା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର ବିଷ୍ଟ୍-୨.୦

Ratnamani Maharana

ଭାରତକୁ ମାଡିଆସୁଛନ୍ତି ପାକିସ୍ତାନି ପଙ୍ଗପାଳ

Ratnamani Maharana

ଆଉ ଥରେ ରିଲିଜ ହେବ ଅଂରେଜୀ ମିଡିୟମ

Ratnamani Maharana

ବସରେ ଲାଗିବ ‘ଆଣ୍ଟି ସ୍ଲିପ ଡିଭାଇସ’, ଏଣିକି ଚାଳକ ଅସାଵଧାନ ହେଲେ ବାଜି ଉଠିବ ସାଇରନ

Ratnamani Maharana

ଦିଲ୍ଲୀ ହିଂସାକାଣ୍ଡ ନେଇ ଅମିତ ଶାହାଙ୍କୁ ସୋନିଆଙ୍କ ଟାର୍ଗେଟ୍

Ratnamani Maharana

ଚାଲିଗଲେ ‘କଟ୍‌, କପି ଆଣ୍ଡ୍‌ ପେଷ୍ଟ୍‍’ର ଉଦ୍‌ଭାବକ ଲ୍ୟାରି ଟେସ୍‌ଲର୍‌

Ratnamani Maharana