EnewsOdia.Com

ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ଉପରେ ୮୦ ମିଲିୟନ୍‌ ଆମେରିକୀୟ ଡଲାର ପୁରସ୍କାର

ଇରାନର କୁଦସ୍ ସେନାମୁଖ୍ୟ  ମେଜର୍‌ ଜେନେରାଲ୍‌ କ୍ବାସିମ ସୁଲେମାନୀଙ୍କ ହତ୍ୟା ପରେ ଇରାନ ଓ ଆମେରିକା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଧୀରେ ଧୀରେ ଉଗ୍ର ରୂପ ନେଉଛି । ସୁଲେମାନୀଙ୍କ ହତ୍ୟାରେ ପ୍ରତିଶୋଧ ଲାଗି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମୁଣ୍ଡ ଉପରେ ୮୦ ମିଲିୟନ୍‌ ଆମେରିକୀୟ ଡଲାରର ପୁରସ୍କାର ଘୋଷଣା କରିଛନ୍ତି । ମଶାଦରେ ଅନୁଷ୍ଠିତ ସୁଲେମାନୀଙ୍କ ଶବଯାତ୍ରା ସମୟରେ ବର୍ତ୍ତମାନ  ଟ୍ବିଟର୍‌ରେ ଏକ ଭିଡିଓ ଟ୍ରେଣ୍ଡ  କରୁଥିବା ଦେଖିବାକୁ ମିଳୁଛି ଏହି ଭିଡିଓରେ ଇରାନର ଜଣେ ବ୍ୟକ୍ତି କହୁଛନ୍ତି କି, ‘ଆମେ ୮୦ ମିଲିୟନ୍‌ ଲୋକ। ସମସ୍ତେ ମିଶି ଗୋଟାଏ ଡଲାର ଦେଲେ ବି ସମୁଦାୟ ୮୦ ମିଲିୟନ୍‌ ଡଲାର ହେବ ଯିଏ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ହତ୍ୟା କରିବ ତାକୁ ଏହି ରାଶି ସେ ପ୍ରଦାନ କରିବେ ବୋଲି କହିଛନ୍ତି । ’ମାତ୍ର ଇରାନ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

ମିଳିଥିବା ସୂଚନାଅନୁସାରେ , ଶୁକ୍ରବାର ଇରାନ୍‌ର କମାଣ୍ଡର ଜେନେରାଲ କାସିମ ସୁଲେମାନୀ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ନିହତ ହେବାପରେ ଏବେ ଇରାନ୍‌ ପ୍ରତିଶୋଧ ନେବାପାଇଁ ପ୍ରସ୍ତୁତ ହେଉଛି । ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଆଜି ଇରାନ୍‌ ଘୋଷଣା କରିବା ସହ କୋମ୍‌ ସହରର ଏକ ମସ୍‌ଜିଦ୍‌ରେ ଲାଲ ପତାକା ଉଡ଼ାଇଛି । ଏହି ଲାଲ ପତାକାକୁ ପ୍ରତିଶୋଧ ଏବଂ ଯୁଦ୍ଧର ସଙ୍କେତ ଭାବେ ଇରାନ୍‌ ଗ୍ରହଣ କରିଛି ଏବଂ ଏହା ଦ୍ବାରା ନାଗରିକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇ ଦେଇଛି । ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ୍‌ ଘୋଷଣା କରିଥିଲା ଯେ ଏହାର ଭୟଙ୍କର ପରିଣାମ ଆମେରିକାକୁ ଭୋଗିବାକୁ ପଡ଼ିବ ।

ପଢନ୍ତୁ: ଲିମ୍‌କା ରେକର୍ଡ ପାଇଁ ଏକାଠି ହେଲେ ୩ ହଜାର କଳାକାର

ସମ୍ବନ୍ଧିତ ଖବର

ଆମେରିକା ଉପରେ ଏକାସଙ୍ଗେ ୪ ରକେଟ୍ ମାଡ଼ କଲା ଇରାନ

Ratnamani Maharana

‘ଯେତେ ମାରିବ ହର୍ଣ୍ଣ, ଟ୍ରାଫିକରେ ସେତେ ଅଧିକ କରିବ ଅପେକ୍ଷା

Ratnamani Maharana

୨୦୨୦ ପହିଲାରୁ ବଦଳୁଛି ଏହିସବୁ ନିୟମ

Ratnamani Maharana

୭ ଜାନୁଆରୀରେ ହୋଇପାରେ ୭ ବର୍ଷ ପ୍ରତିକ୍ଷାର ଅନ୍ତ

Ratnamani Maharana

‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୁଟିଂରେ ରଜନୀକାନ୍ତ ଆହତ

Ratnamani Maharana

ବିଶ୍ୱର ସର୍ବପ୍ରଥମ ଜୀବନ୍ତ ରୋବୋଟ୍‌ ତିଆରି କଲେ ଆମେରିକୀୟ ବୈଜ୍ଞାନିକ

Ratnamani Maharana