ଭାରତକୁ ହରାଇ କ୍ୱାର୍ଟରରେ ଆୟରଲାଣ୍ଡ

ଚଳିତ ମହିଳା ହକି ବିଶ୍ଵକପରେ ଭାରତ ବିଜୟପାଇଁ ସଂଘର୍ଷ କରୁଛି। ଭାରତ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଆୟର୍ଲାଣ୍ଡଠାରୁ ପରାସ୍ତ ହୋଇଛି। ଆୟରଲାଣ୍ଡ ୧-୦ ଗୋଲ୍‌ରେ ଭାରତକୁ ପରାସ୍ତ କରିଛି । ଏହି ବିଜୟ ସହ ପୁଲ୍‌ରେ ଶୀର୍ଷ ସ୍ଥାନ ଅଧିକାର କରି ଆୟରଲାଣ୍ଡ ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲରେ ପହଞ୍ଚିଛି । ସେପଟେ ପୂର୍ବ ମ୍ୟାଚ୍‌କୁ ଇଂଲଣ୍ଡ ସହ ୧-୧ରେ ଡ୍ର ରଖିଥିଲା ଭାରତ।

ଆସନ୍ତା ୨୯ ତାରିଖରେ ଭାରତ ତା’ର ଅନ୍ତିମ ମ୍ୟାଚରେ ଆମେରିକାକୁ ଭେଟିବ ଓ ଭାରତ ପାଇଁ ବିଜୟ ଅପରିହାର୍ଯ୍ୟ ହୋଇପଡିଛି। ଏହି ମ୍ୟାଚ୍‌ରେ ଭାରତର କ୍ୱାର୍ଟର ଫାଇନାଲ ନେଇ ଭାଗ୍ୟ ନିର୍ଦ୍ଧାରଣ ହେବ।

ପଢନ୍ତୁ; ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢିଲା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More