Entertainment

ଅଭିନେତା ଇରଫାନ ଖାନ ଅଭିନୀତ ଫିଲ୍ମ ସାମିଲ ହେଲା ଓସ୍କାର ଦୌଡରେ

irfan

ବଲିଓଡ ଅଭିନେତା ଇରଫାନ ଖାନଙ୍କ ଫିଲ୍ମ ‘ନୋ ବେଡ ଅଫ ରୋଜେସ’ବାଙ୍ଗଲାଦେଶ ତରଫରୁ ଓସ୍କାର ପାଇଁ ଯାଉଛି । ଫିଲ୍ମର ନିର୍ମାଣ ବାଙ୍ଗ୍ଲାଦେଶୀ ନିର୍ମାତା ମୁସ୍ତଫା ସରବର ଏବଂ ଇରଫାନ ଖାନ ମିଶି କରିଥିଲେ।

irfan

ସୂଚନାଅନୁସାରେ ,ଫିଲ୍ମର କାହାଣୀ ଦିବଙ୍ଗତ ବାଙ୍ଗ୍ଲାଦେଶୀ ଲେଖକ ଏବଂ ଫିଲ୍ମକାର ହୁମାଂୟୁ ଅହମଦଙ୍କ ଜୀବନ ଉପରେ ଆଧାରିତ । ଯିଏକି ୨୭ବର୍ଷ ପୂରୁଣା ବିବାହକୁ ଭାଙ୍ଗି ୩୩ବର୍ଷ ଛୋଟ ଅଭିନେତ୍ରୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ପ୍ରଥମେ ଏହି ଫିଲ୍ମକୁ ବାଂଲାଦେଶରେ ବ୍ୟାନ କରାଯାଇଥିଲା। ହେଲେ ପରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବଲିଉଡ୍‌ ଅଭିନେତା ଇରଫାନ୍‌ ଖାଁ ଅଭିନୟ କରିଥିବା ବେଳେ ଆଉ କେତେଜଣ ଭାରତୀୟ ମଧ୍ୟ ଏଥିରେ ଅଭିନୟ କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଫେବୃୟାରୀରେ ଆୟୋଜିତ ହେବ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ଉତ୍ସବ।

ଜାଣିରଖନ୍ତୁ ଗତ କିଛି ଦିନ ହେବ ଇରଫାନ ଖାନ କ୍ୟାନସର ରୋଗରେ ପୀଡିତ ଏହି କାରଣରୁ ସେ ଏବେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି । ଇରଫାନ ନିଜର ରୋଗ ସମ୍ପର୍କରେ ନିଜେ ସୋସିଆଲ ମିଡିଆରେ ଜଣାଇଥିଲେ।

ପଢନ୍ତୁ; ଅନୁପ୍ରବେଶ ଉଦ୍ୟମ ପଣ୍ଡ,ଆଉ ୫ ଆତଙ୍କୀ ନିହତ

Related posts

ବହୁତ ଜଲ୍-ଦି ପାକିସ୍ଥାନରେ ଦେଖିବାକୁ ମିଳିବ ‘ବାହୁବଳୀ’

ENO Beuro

ବଲିଉଡକୁ ଆସିବେ କ୍ରିତିଙ୍କ ଭଉଣୀ

ENO Beuro

ପବିତ୍ର ଓଡିଆ ନବବର୍ଷ ଏବଂ ପଣାସଂକ୍ରାନ୍ତି ଉପଲକ୍ଷେ ରିଲିଜ ହୋଇଯାଇଛି ମା ସାରଳାଙ୍କ ଓଡିଆ ଭଜନ କ୍ୟାସେଟ୍

ENO Beuro

Leave a Comment