• Home
  • Entertainment
  • ଭାଇରାଲ ହେଲା ଇରଫାନ ଖାନଙ୍କ ଚିକିତ୍ସା ପରର ପ୍ରଥମ ଫଟୋ
Entertainment

ଭାଇରାଲ ହେଲା ଇରଫାନ ଖାନଙ୍କ ଚିକିତ୍ସା ପରର ପ୍ରଥମ ଫଟୋ

ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ କିଛିଦିନ ହେବ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ପରେ ସେ ଖୁବ ଶୀଘ୍ର ଭଲ ହେଉଛନ୍ତି । କିନ୍ତୁ ଏବେ ତାଙ୍କର ଦେଶକୁ ଫେରିବାର କୌଣସି ଯୋଜନା ନାହିଁ । ଏବେ ସେ ଲଣ୍ଡନରେ ରହି ଚିକିତ୍ସା ହେବେ। ଏହି ମଧ୍ୟରେ ଇରଫାନଙ୍କ ଚିକିତ୍ସା ପରର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଫଟୋରେ ସେ ବେଶ୍‌ ଦୁର୍ବଳ ଦେଖାଯାଉଛନ୍ତି।

ଆଜି ଟ୍ୱିଟର୍‌ରେ ସେ ଏହି ଫଟୋ ପୋଷ୍ଟ୍ କରିଛନ୍ତି। ଫଟୋଟି ଇଣ୍ଟର୍‌ନେଟ୍‌ରେ ଖୁବ୍‌ ଭାଇରାଲ୍‌ ହୋଇଛି। ନୂଆ ଫଟୋରେ ସେ ଟିକେ ଦୁର୍ବଳ ଦେଖାଯାଉଛନ୍ତି। କିନ୍ତୁ ତାଙ୍କ ଚେହେରାରେ ହସ ପରିଲକ୍ଷିତ ହେଉଛି, ଯେପରି ସେ ଖୁସି ଅଛନ୍ତି।

ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ତାଙ୍କର ଏକ ଭାବପୂର୍ଣ୍ଣ ବାର୍ତ୍ତା ପ୍ରଶଂସକଙ୍କ ହୃଦୟକୁ ବେଶ୍‌ ଛୁଇଁଥିଲା। ଉକ୍ତ ବାର୍ତ୍ତାରେ ସେ ଯେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସେଠାକାର ଦୃଶ୍ୟକୁ ବର୍ଣ୍ଣନା କରିବା ସହ ଖୁବ୍‌ଶୀଘ୍ର ଭାରତ ଫେରିବାକୁ ଚାହୁଁଥିବା ଉଲ୍ଲେଖ କରିଥିଲେ। ଏହା ବ୍ୟତୀତ ଅନେକ ପ୍ରଶଂସକଙ୍କ ପ୍ରାର୍ଥନା ତାଙ୍କୁ ସୁସ୍ଥ କରିବାରେ ସହାୟକ ହୋଇଛି ବୋଲି ମଧ୍ୟ ସେ ଲେଖିଥିଲେ।

ଉଲ୍ଲେଖଯୋଗ୍ୟ ଗତ ମାର୍ଚ୍ଚ ମାସରେ ତାଙ୍କୁ ନିଜର ଏହି ରୋଗ ବିଷୟରେ ଜଣାପଡ଼ିଥିଲା। ଏହା ଏକ ଦୁର୍ଲଭ ପ୍ରକାରର କ୍ୟାନସର୍ ଯେଉଁଥିରେ ରୋଗଟି ଶରୀରର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ।

ଭାଇରାଲ ହେଲା ଇରଫାନ ଖାନଙ୍କ ଚିକିତ୍ସା ପରର ପ୍ରଥମ ଫଟୋ ଭାଇରାଲ ହେଲା ଇରଫାନ ଖାନଙ୍କ ଚିକିତ୍ସା ପରର ପ୍ରଥମ ଫଟୋ khan

ପଢନ୍ତୁ; ସିନେମା ଓ ଟେଲିଭିଜନ୍‌ ଦୁନିଆଁର ଲୋକପ୍ରିୟ ଅଭିନେତ୍ରୀ ରୀତା ଭାଦୁରିଙ୍କ ପରଲୋକ!

Related posts

ଈଶା ଅମ୍ବାନିକୁ ବାହାହେବେ ବ୍ୟବସାୟୀ ଆନନ୍ଦ ପିରାମଲ!

Krishna Kumar Manoj

କପିଲ ଶର୍ମା ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ! ଆଗକୁ ଛୋଟ ପରଦାରେ ପୁଣିଥରେ ଦେଖିବାକୁ ମିଳିବ କପିଲଙ୍କ କମେଡ଼ି

Krishna Kumar Manoj

ବକ୍ସ ଅଫିସରେ ‘ସତ୍ୟମେବ ଜୟତେ’କୁ ପଛରେ ପକେଇଲା ଅକ୍ଷୟ କୁମାରଙ୍କ ଫିଲ୍ମ‘ଗୋଲ୍ଡ’

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More