Entertainment

ଇରଫାନ ଖାନଙ୍କୁ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର

By ENO Beuro

March 17, 2018

ଇରଫାନ ଟ୍ଵିଟରରେ ଦେଲେ ରୋଗର ସୂଚନା

ବଲିଉଡ ଅଭିନେତା ଇରଫାନ ଖାନ ନିଜର ବିରଳ ରୋଗ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମରରେ ପୀଡିତ ଥିବା କହିଛନ୍ତି । ଏହା ପୂର୍ବରୁ ମାର୍ଚ ୫ରେ କହିଥିଲେ ତାଙ୍କୁ ଏକ ଭୟାନକ ରୋଗ ହେଇଛି । ଏହା ମଧ୍ୟରେ ତାଙ୍କର ରୋଗକୁ ନେଇ ଅନେକ ପ୍ରକାର କଳ୍ପନା ଜଳ୍ପନା ଲାଗି ରହିଥିଲା । ଶୁକ୍ରବାର ଇରଫାନ ଟ୍ଵିଟରରେ ଏହି ରୋଗର ସୂଚନା ଦେଇଥିଲେ ।

ସାଧାରଣତଃ ଏହା କ୍ଷୁଦ୍ରତନ୍ତ୍ରରେ ହୋଇଥାଏ । ମାତ୍ର ବେଳେ ବେଳେ ଏହା ଶରୀରର ଅନ୍ୟ ଅଂଶରେ ବି ହୋଇ ପାରେ । ଏଥିପାଇଁ ତାଙ୍କୁ ଦେଶ ବାହାରେ ଚିକିତ୍ସା ହେବାକୁ ପଡିବ । ଏଥିପାଇଁ ସମସ୍ତେ ପ୍ରାର୍ଥନା କରିବା ପାଇଁ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି । ଜୀବନରେ ଅନେକ କିଛି  କରିବାକୁ ଅଛି  ।  ପ୍ରଶଂସକମାନଙ୍କର ଶୁଭେଚ୍ଛା ଓ ପ୍ରାର୍ଥନା ଯୋଗୁଁ ସେ ଭଲ ହେବ , ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଆହୁରି ଭଲ କାହାଣୀରେ  ଅଭିନୟ କରି ଦେଖାଇ ପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଚିକିତ୍ସା ପାଇଁ ଦେଶ ବାହାରକୁ ଯାଉଛନ୍ତି । ଶୀଘ୍ର ଆରୋଗ୍ୟ ହୋଇ ଆସି ବହୁ ଭଲ କାହାଣୀରେ ଅଭିନୟ କରି ସମସ୍ତଙ୍କୁ ମନୋରଞ୍ଜନ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।

ପଢନ୍ତୁ ;

ଜାଣନ୍ତୁ ବିଭାହ ପୂର୍ବରୁ ପୁଅ ଓ ଝିଅଙ୍କ ଜାତକ ମିଶାଯାଏ କାହିଁକି ?