POLITICALS

ରାହୁଲ ଗାନ୍ଧି ଭାରତର ନା ବ୍ରିଟେନର ନାଗରିକ?

କଂଗ୍ରେସ ଅଧକ୍ଷ୍ୟ ରାହୁଲ ଗାନ୍ଧୀ  ଏବେ ପୁଣି ବିବାଦ ମଧ୍ୟକୁ ଟାଣି ହୋଇଯାଇଛନ୍ତି। ପୂର୍ବରୁ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠିଥିଲା। ଏମ.ଏରେ ରାହୁଲ ଗାନ୍ଧି କିଭଳି ଏମ୍ ଫିଲ୍ ସାର୍ଟିଫିକେଟ ଗୋଟିଏ ବିଦେଶୀ ବିଶ୍ଵବିଦ୍ୟାଳୟରୁ ପାଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ ସୁବ୍ରମନ୍ୟନ ସ୍ୱାମୀ । ବର୍ତମାନ ରାହୁଲ ଯେଉଁ ବିବାଦରେ ଛନ୍ଦି ହୋଇଛନ୍ତି ତାହା ଏକ ସଙ୍ଗିନ ମାମଲା। ଏହି ମାମଲା ରାହୁଲଙ୍କ ରାଜନୈତିକ ଭବିଷ୍ୟତକୁ ନଷ୍ଟ କରିଦେଇପାରେ। ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ୍  ରାହୁଲଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି, କି ରାହୁଲ ଗାନ୍ଧୀ କେଉଁ ଦେଶର ନାଗରିକ।

 

 

ଆମେଠି ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି ନାମାଙ୍କନ ଭରିଛନ୍ତି। ତେବେ ବ୍ରିଟେନରେ ପଞ୍ଜିକୃତ କମ୍ପାନୀର ତଥ୍ୟ ଅନୁଯାୟୀ, ରାହୁଲ ଗାନ୍ଧି ୟୁକେର ନାଗରିକତ୍ୱ ଗ୍ରହଣ କରିଛନ୍ତି। ତେଣୁ ଜଣେ ଅନ୍ୟ ଦେଶର ନାଗରିକ ଭାରତରେ କିପରି ନିର୍ବାଚନ ଲଢ଼ିବେ ବୋଲି ସେ କହିଛନ୍ତି। ରାହୁଲ ଯେଉଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସେଥିରେ ତାଙ୍କର ସମ୍ପତ୍ତି ଅନ୍ତର୍ଭୁକ୍ତ ଯେଉଁ କମ୍ପାନୀ ବାବଦରେ ଉଲ୍ଲେଖ କରିଛନ୍ତି ସେଥିରେ ତାଙ୍କର ଲାଭ କ୍ଷତି ଇତ୍ୟାଦି ଉଲ୍ଲେଖ କରି ନାହାନ୍ତି। ଏନେଇ ରାହୁଲ ସ୍ପଷ୍ଟ ଉତ୍ତର ଦିଅନ୍ତୁ ବୋଲି କହିଛନ୍ତି।
ପଢନ୍ତୁ: ରାଜଧାନୀରେ ହାବିଲଦାରଙ୍କ ଦାଦାଗିରି: ସିନେମା ଷ୍ଟାଇଲରେ ପିସ୍ତଲ ଦେଖାଇ ଧମକ

Related posts

ନିର୍ବାଚନୀ ପ୍ରଚାରରେ ମାଳ ମାଳ ଷ୍ଟାର ପ୍ରଚାରକ

Ratnamani Moharana

ନିର୍ବାଚନ ମଇଦାନକୁ ଓହ୍ଲାଇବେ ବଲିଉଡ ଅଭିନେତ୍ରୀ କରୀନା

ENO Beuro

ଜମ୍ମୁ କଶ୍ମୀରରେ ବିଜେପି ନେତା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

ENO Beuro

1 comment

Leave a Comment