ରାଜନୀତିରେ ଯୋଗଦେବେ କି କଙ୍ଗନା ? ଜାଣନ୍ତୁ

ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ରାଜନୀତିରେ ଯୋଗଦେଇପାରନ୍ତି। ସୂଚନାରୁ ଜଣାପଡିଛି ଯେ, କଙ୍ଗନା ରାଜନୀତିରେ ନିଜ କ୍ୟାରିୟର ଗଢ଼ିବାକୁ ଚିନ୍ତା କରୁଛନ୍ତି। ଏଥିପାଇଁ କଙ୍ଗନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେଇଥର ସାକ୍ଷାତ କରିଥିବା ଖବର ମିଳୁଛି। ଦୁଇବର୍ଷ ତଳେ ସ୍ୱଚ୍ଛତା ଅଭିଯାନ ପାଇଁ ଏକ ଭିଡିଓ ତିଆରି କରାଯାଇଥିଲା, ଯେଉଁଥିରେ କଙ୍ଗନା ମା’ ଲକ୍ଷ୍ମୀରେ ବେଶରେ ଲୋକଙ୍କୁ ସଫାସୁତୁରା ରହିବାକୁ ସଚେତନ କରୁଥିବା ଦେଖିବାକୁ ମିଳିଥିଲା।

କଙ୍ଗନା ତାଙ୍କ ନିଜ ରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ଟିକେଟ ନେଇ ନିର୍ବାଚନ ଲଢ଼ିବା ଯୋଜନା ରହିଛି।

ଏଥିପାଇଁ ସେ ବର୍ତ୍ତମାନ ରାଜନୀତିର କଳା-କୌଶଳ ଶିଖିବା ଏବଂ ବୁଝିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏଣୁ କଙ୍ଗନା ବର୍ତ୍ତମାନ ବହୁତ ଭାବି ଚିନ୍ତି ଚଳଚ୍ଚିତ୍ର ଚୟନ କରୁଛନ୍ତି। ଏହା ଦ୍ୱାରା ଯେପରି ତାଙ୍କର ଛବି ସାଧାରଣ ଜନତାଙ୍କ ମଧ୍ୟରେ ଭଲ ଭାବେ ଚିତ୍ରଣ ହୋଇପାରିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କଙ୍ଗନାଙ୍କ ରାଜନୀତି କରିବା ବିଷୟରେ କିଛି ସଠିକ ଖବର ଆସିନାହିଁ।

କଙ୍ଗନା ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ର ସୁଟି ଏବଂ ପୋଷ୍ଟ ପ୍ରଡ଼କ୍ଟସନ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ ,କଙ୍ଗନାଙ୍କ ବୁଝାମଣା ଏବଂ ଅଭିନୟ ପ୍ରତି ମୋଦି ମଧ୍ୟ ଆକୃଷ୍ଟ ବୋଲି ଚର୍ଚ୍ଚା ହେଉଛି।

ପଢନ୍ତୁ;ଗୋଲାପୀ ଓଠ ଚହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More