କ’ଣ ଏପ୍ରିଲ ମାସ ରେ ସୋନମ ବିବାହ କରିବେ ? ଆସନ୍ତୁ ଜାଣିବା ସେ ବିଷୟରେ

ଏପ୍ରିଲରେ ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ସୋନମ କପୁର ଓ ବିଜନେସ ଟାଇକୁନ ଆନନ୍ଦ ଆହୁଜା ।

ରାଜସ୍ଥାନ ଯୋଧପୁରରେ ଆୟୋଜିତ ହେବ ଏହି ବିବାହ କାର୍ଯ୍ୟକ୍ରମ । ଖାସ ଅତିଥି ଓ ସର୍ମ୍ପକୀୟଙ୍କୁ ନେଇ ପ୍ରସ୍ତୁତ ହୋଇଛି ୩୦୦ଜଣଙ୍କ ତାଲିକା । ଗ୍ରାଣ୍ଡ ୱେଡିଙ୍ଗ ବଦଳରେ ଘରୋଇ ଓ ଗୋପନୀୟ ଭାବେ ଆୟୋଜିତ ହେବ ସୋନମ ଓ ଆନନ୍ଦଙ୍କ  ବିଭାଘର  ।ପୂର୍ବରୁ ଏମାନେ ନିଜ ବାହାଘର ଖବରକୁ ଏଡାଇ ଆସୁଥିବାବେଳେ ଏଥରକ କିନ୍ତୁ ଚୁପ ରହିଛନ୍ତି ପ୍ରେମପକ୍ଷୀ । ରୂପେଲି ପରଦାର ଏହି ରାଂଝଣାଙ୍କ ରିୟଲ ରୋମାନ୍ସ ଦେଖିବାକୁ ମିଳିବ ଆଗକୁ ।

ଜିବନର ନୂତନ ପାହାଚରେ ଚଢ଼ିବା ପାଇଁ ଏବେ ପ୍ରସ୍ତୁତ ବଲିଉଡ ହିରୋଇନ ସୋନମ କପୁର । ସୋନମ ଓ ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କ ବାହାଘର ଖବର ନେଇ ମାୟାନଗରୀରେ ଏବେ ଚାଲିଛି ଜୋର ଚର୍ଚ୍ଚା । ପ୍ରଥମଥର ପାଇଁ ୨୦୧୬ ରେ ସୋନମଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ।  ଚର୍ଚ୍ଚା ହେଉଥିବା ଖବର ଯଦି ସତ ହୁଏ ତେବେ ଏପ୍ରିଲ ମାସରେ ୱେଡିଙ୍ଗ କ୍ଲବରେ ସାମିଲ ହେବ ସୋନମ କପୁରଙ୍କ ନାଁ । ମିଡିଆ ସାମ୍ନାରେ କିଛି ଦିନର ଲୁଚକାଳି ପରେ ଶେଷରେ ସୋନାମ ଙ୍କ ଲାଭ ଷ୍ଟୋରି ଉପରୁ ଉଠେ ପର୍ଦ୍ଦା.

ଆନନ୍ଦଙ୍କ ସହ ହଲିଡେ ଟ୍ରିପର ଫଟୋରେ ନଜର ଆସିଥିଲେ ସୋନାମ । ଚର୍ଚ୍ଚା ହେଉଥିବା ଖବର ଯଦି ସତ ହୁଏ ତେବେ ଏପ୍ରିଲ ମାସରେ ୱେଡିଙ୍ଗ କ୍ଲବରେ ସାମିଲ ହେବ ସୋନମ କପୁରଙ୍କ ନାଁ ।

ପଢନ୍ତୁ ;

ଅକ୍ଷୟ କୁମାର ଙ୍କ ଫିଲ୍ମ ‘ପ୍ୟାଡ଼୍‍ ମ୍ୟାନ୍‌’ର ରିଲିଜ୍‌ ତାରିଖ ବଦଳିଲା,ଜାଣନ୍ତୁ ଏହାର କାରଣ କ’ଣ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More