News

ଗୁଜୁରାଟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଦେଜା : ସୁରତରେ ଦୁଷ୍କର୍ମ ଓ ହତ୍ୟାର ଶିକାର ନାବାଳିକା ଓଡ଼ିଶାର !

ନାବାଳିକାର ଗୁପ୍ତାଙ୍ଗ ସମେତ ଅନ୍ୟାନ୍ୟ ୮୬ଟି ସ୍ଥାନରେ ଗଭୀର କ୍ଷତ ଥିବା ପୁଲିସ କହିଛି

ଗୁଜୁରାଟର ସୁରତରେ ୧୧ ବର୍ଷୀୟା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ସଂପର୍କ ଓଡ଼ିଶା ସହିତ ରହିଛି । ଏହି ଅଚିହ୍ନା ନାବାଳିକା ଜଣକ ଓଡ଼ିଶାର ହୋଇଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି ବୋଲି ଗୁଜରାଟ ଗୃହ ମନ୍ତ୍ରୀ ପ୍ରଦୀପ ସିଂ ଜାଦେଜା ସୂଚନା ଦେଇଛନ୍ତି । ଏ ନେଇ ଓଡିଶା ଡିଜିପିଙ୍କୁ ଗୁଜରାଟ ପୋଲିସ ପକ୍ଷରୁ ଯୋଗାଯୋଗ କରାଯାଇଛି ।

ତେବେ ପ୍ରାରମ୍ଭିକ ଭାବେ ଯାହା ସୂଚନା ମିଳିଛି, ମୃତ ନାବାଳିକା ଜଣକ ଓଡ଼ିଶାର ହୋଇଥାଇ ପାରନ୍ତି ବୋଲି ଆମେ ସନ୍ଦେହ କରୁଛୁ । ତେଣୁ ନିଖୋଜ ଓଡ଼ିଶାର ନାବାଳିକମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ବୋଲି ଶ୍ରୀ ଜାଦେଜା କହିଛନ୍ତି । ଏ ନେଇ ଗୁଜୁରାଟ ପୁଲିସ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କ ସହିତ ଗୁଜରାଟ ପୁଲିସ ସମ୍ପର୍କରେ ରହିଛନ୍ତି ବୋଲି ଶ୍ରୀ ଜାଦେଜା ସୂଚନା ଦେଇଛନ୍ତି । ତେବେ ଏ ପର୍ଯ୍ୟନ୍ତ ନାବାଳିକାଙ୍କ ପରିବାର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ବୋଲି ଶ୍ରୀ ଜଦେଜା କହିଛନ୍ତି।

ଗତ ସପ୍ତାହରେ ସୁରତରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ସହ ଅତି ଅମାନବୀୟ ଭାବେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏପ୍ରିଲ ୬ ତାରିଖରେ ସୁରତର ପୋଣ୍ଡେସରା ସ୍ଥିତ ଏକ ଆପାର୍ଟମେଂଟ୍ ପଛରେ ଥିବା ଏକ ଖେଳପଡ଼ିଆରୁ ନାବାଳିକାର କ୍ଷତବିକ୍ଷତ ମୃତଦେହକୁ ପୁଲିସ୍ ଉଦ୍ଧାର କରିଥିଲା । ନାବାଳିକାର ଗୁପ୍ତାଙ୍ଗ ସମେତ ଅନ୍ୟାନ୍ୟ ୮୬ଟି ସ୍ଥାନରେ ଗଭୀର କ୍ଷତ ଥିବା ପୁଲିସ କହିଛି ।

ତେବେ ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ନାବାଳିକାର ପରିଚୟ ପାଇ ନଥିବା ଜଣାପଡ଼ିଛି । ନାବାଳିକାର ପରିବାରର ଚିହ୍ନଟ ପାଇଁ ପୁଲିସ ୨୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛି । ବର୍ତ୍ତମାନ ଏହି ମାମଲାର ଛାନଭିନ୍ ଜାରିରହିଥିବା ବେଳେ ପୁଲିସ ଅଭିଯୁକ୍ତକୁ ଠାବ କରିପାରିନାହିଁ ।

ଗୁଜୁରାଟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଦେଜା : ସୁରତରେ ଦୁଷ୍କର୍ମ ଓ ହତ୍ୟାର ଶିକାର ନାବାଳିକା ଓଡ଼ିଶାର ! home minister

ପଢନ୍ତୁ ;

ଆଇଏଏସ୍‌ ଟପ୍ପର ଟୀନାଙ୍କ ରିସେପ୍‌ସନ୍‌ ପାର୍ଟିରେ ଯୋଗ ଦେଲେ ଉପରାଷ୍ଟ୍ରପତି

Related posts

ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର

ENO Beuro

ଉନ୍ନାୱ ଗଣ ଦୁଷ୍କର୍ମ ମାମଲା:ବିଧାୟକ ସେଙ୍ଗାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ନିଶ୍ଚିତ କଲା ସିବିଆଇ,ପୀଡ଼ିତା କହିଲେ ଦିଆଯାଉ ମୃତ୍ୟୁଦଣ୍ଡ

ENO Beuro

ଆଇଆରସିଟିସି ଦୁର୍ନୀତି ମାମଲା: ଲାଲୁଙ୍କ ପତ୍ନୀ ଓ ପୁଅଙ୍କୁ ମିଳିଲା ଜାମିନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More