Entertainment

ଈଶା ଅମ୍ବାନିକୁ ବାହାହେବେ ବ୍ୟବସାୟୀ ଆନନ୍ଦ ପିରାମଲ!

ପୁଣି ଚର୍ଚ୍ଚାରେ ଅମ୍ବାନି ପରିବାର

ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କ ପରେ ଏବେ ତାଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ ତାରିଖ ଠିକ୍ ହୋଇ ଯାଇଛି। ମୁକେଶ ଏବଂ ନିତାଙ୍କ ଗେହ୍ଲା ଝିଅ ଇଶା ଏହି ଡିସେମ୍ବର ମାସରେ ବିଜନେସମ୍ୟାନ ଅଜୟ ପିରାମଲମଲଙ୍କ ପୁଅ ଆନନ୍ଦ ପିରାମଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ।

ନିକଟରେ ମହାବଳେଶ୍ୱର ମନ୍ଦିର ଦର୍ଶନ ସମୟରେ ଈଶାଙ୍କୁ ଆନନ୍ଦ ବିବାହ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ ଓ ଈଶା ତଥା ତାଙ୍କ ପରିବାର ଏହାକୁ ଗ୍ରହଣ କରିଥିଲେ। ସେମାନଙ୍କ ବିବାହର ତାରିଖ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ,ଆନନ୍ଦ ହାର୍‌ଭାର୍ଡ଼ ବିଜ୍‌ନେସ ସ୍କୁଲରେ ନିଜ ପଢ଼ା ସାରି ଏବେ ପିରାମଲ ଏଣ୍ଟରପ୍ରାଇସେସ୍‌ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ଜଣା ପଡ଼ିଛି । ହାର୍‌ଭାର୍ଡ଼ ବିଜ୍‌ନେସ ସ୍କୁଲରେ ପଢ଼ା ସାରି ସେ ନିଜର ଦୁଇଟି କମ୍ପାନି ଆରମ୍ଭ କରିଥିଲେ । ଗୋଟେ ହେଲା ପିରାମଲ ଇ. ହେଲ୍‌ଥ ଏବଂ ଦ୍ୱିତୀୟଟି ହେଲା ରିୟଲ ଇଷ୍ଟେଟ୍‌ ପିରାମଲ ରିୟାଲିଟି । ଏହି ଦୁଇ କମ୍ପାନି ପିରାମଲ ଏଣ୍ଟରପ୍ରାଇସେସ୍‌ର ଗୋଟେ ଭାଗ ବୋଲି ଜଣା ପଡ଼ିଛି । ଏହା ସହ ବ୍ୟବସାୟୀ ହେବା ପାଇଁ ସେ ମୁକେଶ ଅମ୍ବାନିଙ୍କଠାରୁ ଅନୁପ୍ରାଣିତ ହୋଇଥିଲେ ବୋଲି କହିଛନ୍ତି । ତେବେ ଦୁଇ ଜଣଙ୍କର ବିବାହ ବର୍ଷ ଶେଷ ଆଡ଼କୁ ହୋଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ଅମ୍ବାନି ପରିବାର ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆ ଯାଇ ନାହିଁ।

ପଢନ୍ତୁ; ପାଣିପାଗ ବିଭାଗ ପକ୍ଷରୁ ସୂଚନା : ଆଜି ୧୩ଟି ଅଞ୍ଚଳରେ ହୋଇପାରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ!

Related posts

ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହେଲେ ଶିଳ୍ପା

ENO Beuro

ବିଶ୍ଵ ମାତୃ ଦିବସ ଉପଲକ୍ଷେ Enewsodia ତରଫରୁ ରିଲିଜ ହେଉଛି ଏକ ହୃଦୟଭରା ଗୀତ “ମୋ ମା”

ENO Beuro

ଦୁବାଇ ଛାଡି ପାରିବେନି ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର , ଜାଣନ୍ତୁ କାରଣ କ’ଣ

ENO Beuro

Leave a Comment