News

୯୮ ପ୍ରତିରକ୍ଷା କର୍ମଚାରୀଙ୍କ କମ୍ପୁଟର ହ୍ୟାକ କଲା ଜଣେ ଆଇଏସଆଇ ଏଜେଣ୍ଟ

Cc

ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇର ମାତ୍ର ଜଣେ ଏଜେଣ୍ଟ ମାଲୱେର  ବ୍ୟବହାର କରି ଭାରତର ୯୮ ଜଣ ପ୍ରତିରକ୍ଷା କର୍ମଚାରୀଙ୍କ କମ୍ପୁଟର ହ୍ୟାକ କରିବା ସହିତ ସେଥିରୁ ଅନେକ ସଂବେଦନଶୀଳ ତଥ୍ୟ ଚୋରାଇ ନେଇଛି। ଫେସବୁକରେ ନିଜକୁ ଶେଜଲ କାପୁର ନାମରେ ପରିଚୟ କରାଉଥିବା ଏହି ଆଇଏସଆଇ ଏଜେଣ୍ଟ ଜଣକ ମାଲୱେର ଅଥବା ବାଟ ବ୍ୟବହାର କରି ୨୦୧୫ରୁ ୨୦୧୮  ମସିହା ଭିତରେ ଏଭଳି ହରକତ କରିଛି। ଗତ ବର୍ଷର ବ୍ରମହୋସ ମିସାଇଲ  ତଥ୍ୟ ଲିକ ଘଟଣା ପଛରେ ବି ଏହି ଏଜେଣ୍ଟର ହାତ ରହିଥିଲା।

ମିସାଇଲ ତଥ୍ୟ ଲିକ ଘଟଣାର ଯାଞ୍ଚ କଲା ସମୟରେ ସାମରିକ ଗୁଇନ୍ଦା ବିଭାଗ ଏବଂ ୟୁପିର ଆତଙ୍କବାଦ ନିରୋଧ ସ୍କ୍ୱାଡ  ହାତରେ ଏହି ଫେସବୁକ ଆକାଉଣ୍ଟ ବିଷୟରେ ଅବଗତ ହୋଇଥିଲା। ଏହା ପଛରେ ଥିବା ଆଇଏସଆଇ ଏଜେଣ୍ଟ ଜଣକ ଭାରତ କେଉଁ ମାନଙ୍କୁ ଫସାଇଛି ବୋଲି ଜାଣିବା ପାଇଁ ଯାଞ୍ଚ କରିବା ସମୟରେ ସୁରକ୍ଷାକର୍ମୀଙ୍କୁ ଫସାଇ ସେମାନଙ୍କ ଅଜାଣତରେ ସେମାନଙ୍କ କମ୍ପୁଟରରୁ ତଥ୍ୟ ଚୋରାଇ ନେଇଥିବାର ସ୍ପଷ୍ଟ ହୋଇଛି। ଏହି କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ରାଜସ୍ଥାନ, ମଧ୍ୟପ୍ରଦେଶ, ୟୁପି ଓ ମହାରାଷ୍ଟ୍ରର ବାସିନ୍ଦା ଅଟନ୍ତି।
ପଢନ୍ତୁ: ଘୁଞ୍ଚିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ତାରିଖ

Related posts

ଖୁବ୍‌ ଶୀଘ୍ର ଲସ୍କର ଇ ତୋଇବା ସୟିଦ ହାଫିଜ୍‌ କୁ ଆତଙ୍କବାଦୀ ବୋଲି ଘୋଷଣା କରିପାରେ

ENO Beuro

ବିଚାରପତି ଲୋୟା ମାମଲା:ଏସଆଇଟି ତଦନ୍ତ ପାଇଁ ମନା କଲେ ସୁପ୍ରିମକୋର୍ଟ !

ENO Beuro

ଯାତ୍ରୀଙ୍କ ଟ୍ଵିଟ୍‌ ମିଳିବା ପରେ ରକ୍ଷା ପାଇଲେ ୨୬ ଜଣ ନାବାଳିକା

ENO Beuro

1 comment

Leave a Comment