ଆଇଏସ୍‌ ମୋଡ୍ୟୁଲ ପର୍ଦ୍ଦାଫାଶ ଘଟଣା: ମାଷ୍ଟରମାଇଣ୍ଡ ଥିଲା ମୁଫ୍‌ତି ସୋହେଲ

isis

ବିପୁଳ ପରିମାଣର ବିସ୍ଫୋରକ ସହିତ ୧୦ ଗିରଫ

ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ଆଜି ଏନଆଇଏ ୧୭ଟି ସ୍ଥାନରେ ଚଢାଉ କରି ୧୦ଜଣଙ୍କୁ ଗିରଫ କରିଛି। ଏନ୍‌ଆଇଏ ସୂଚନା ମୁତାବକ ଦିଲ୍ଲୀ ଓ ଉତ୍ତର ପ୍ରଦେଶର ମୋଟ ୧୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ କିଛି ବେଆଇନ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ସେମାନଙ୍କୁ ଏବେ ପଚରାଉଚରା କରାଯାଉଛି। ଏହି ଆକ୍ରମଣ ଯୋଜନାର ମାଷ୍ଟରମାଇଣ୍ଡ ୟୁପିର ମୌଲବୀ ମହମ୍ମଦ ମୁଫ୍‌ତି ସୋହେଲ୍‌କୁ ମଧ୍ୟ ଗିରଫ କରାଯାଇଛି।

isis

ଏହି ଚଢ଼ଉରେ ୭.୫ ଲକ୍ଷର ନଗଦ ଟଙ୍କା, ୧୦୦ଟି ମୋବାଇଲ୍‌ ଫୋନ୍‌, ୧୩୫ ସିମ୍‌କାର୍ଡ, ଲ୍ୟାପ୍‌ଟପ୍‌ ଏବଂ ମେମୋରୀ କାର୍ଡ ଜବତ କରାଯାଇଛି।

ବର୍ତ୍ତମାନ ସୁଦ୍ଧା କାଶ୍ମୀର ଓ କେରଳରେ ଆତଙ୍କବାଦୀଙ୍କ ଗତିବିଧି ଦେଖାଯାଉଥିଲା । ବିଶେଷ ସୁତ୍ରରୁ ମଳିଥିବା ସୂଚନା ମୁତାବକ ଆତଙ୍କୀ ସଂଗଠନମାନେ ଅଭ୍ୟନ୍ତରୀଣ ଭାରତରେ ପହଁଞ୍ଚିବା ପାଇଁ ଏକ ଭିନ୍ନ ଧରଣର ଯୋଜନା କରୁଥିବା ଜଣାପଡିଛି । ଜେଲରେ ବନ୍ଦି ଥିବ ମୁସଲମାନ ଯୁବକ ମାନଙ୍କ ନିକଟରେ ପହଁଞ୍ଚିବା ପାଇଁ ପ୍ରୟାସ କରୁଛନ୍ତି ଏହି ଆତଙ୍କୀ ସଂଗଠନ ମାନେ । ଯୁବକ ମାନଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କୁ ନିଜ ସହ ସାମିଲ କରି ବହୁ ଅପରାଧୀକ କାର୍ଯ୍ୟକଳପରେ ନିୟୋଜିତ କରିବାକୁ ଚାହୁଁଛନ୍ତି ଆତଙ୍କୀ ସଂଗଠନ ମାନେ।

ପଢନ୍ତୁ; ୨୮ରୁ ଜାତୀୟ ହସ୍ତତନ୍ତ ମେଳା ‘ତୋଷାଳି’

 

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More