ଆଜି ଓଡିଶା ଦିବସ ପାଳୁଛି ଓଡିଶା, ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
Loading...
ଚଳିତ ବର୍ଷ ମେ ମାସରେ ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲୀୟ ସେନା ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ସହ ୧୧ ଦିନ ଯୁଦ୍ଧ କରିଥିଲା। ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ଇହୁଦୀ ରାଷ୍ଟ୍ର ଇସ୍ରାଏଲ୍ ଉପରକୁ ପ୍ରାୟ ୪,୪୦୦ ରକେଟ୍ ନିକ୍ଷେପ କରିଥିଲା।
ଲେବାନନ୍ର ହିଜ୍ବୁଲ୍ଲାହ୍ ସହ ଇସ୍ରାଏଲ୍ ଯୁଦ୍ଧ କରିବାକୁ ଚାହେଁନାହିଁ କିନ୍ତୁ, ଯଦି ଯୁଦ୍ଧ ହୁଏ ତେବେ, ହିଜ୍ବୁଲ୍ଲାହ୍ ଦୈନିକ ନିକ୍ଷେପ କରୁଥିବା ୨୦୦୦ ରକେଟ୍ର ସମ୍ମୁଖୀନ ହେବା ପାଇଁ ଇସ୍ରାଏଲ୍ ପ୍ରସ୍ତୁତ ଅଛି ବୋଲି ଜଣେ ବରିଷ୍ଠ ଇସ୍ରାଏଲୀୟ ସାମରିକ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ମାସରେ ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲୀୟ ସେନା ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ସହ ୧୧ ଦିନ ଯୁଦ୍ଧ କରିଥିଲା। ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ଇହୁଦୀ ରାଷ୍ଟ୍ର ଇସ୍ରାଏଲ୍ ଉପରକୁ ପ୍ରାୟ ୪,୪୦୦ ରକେଟ୍ ନିକ୍ଷେପ କରିଥିଲା। କିନ୍ତୁ, ଜନାକୀର୍ଣ୍ଣ ଅଞ୍ଚଳକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିବା ଉକ୍ତ ରକେଟ୍ଗୁଡ଼ିକରୁ ୯୦% ରକେଟ୍କୁ ପ୍ରାୟ ଏକ ଦଶନ୍ଧି ଧରି ନିୟୋଜନ କରାଯାଇଥିବା ‘ଆଇରନ୍ ଡୋମ୍’ ପ୍ରତିରକ୍ଷା ବ୍ୟବସ୍ଥାଦ୍ୱାରା ପ୍ରତିହତ କରାଯାଇଥିଲା ବୋଲି ଇସ୍ରାଏଲ୍ କହିଛି। ମାତ୍ର ୩୦୦ଟି ରକେଟ୍ ଲୋକେ ବସବାସ କରୁଥିବା ଜିଲ୍ଲାମାନଙ୍କରେ ପଡ଼ିଥିଲା।
ଇସ୍ରାଏଲୀୟ ସେନାର ‘ହୋମ୍ ଫ୍ରଣ୍ଟ୍ କମାଣ୍ଡ୍’ର ମୁଖ୍ୟ ୟୁରି ଗୋର୍ଡିନ୍ କହିଛନ୍ତି, ମେ ମାସରେ ତେଲ୍ ଅଭିବ୍ ଏବଂ ଆସ୍ଡୋଡ୍ ଭଳି ସହର ରେ ସର୍ବାଧିକ ସଂଖ୍ୟକ ରକେଟ୍ ଆସିଥିଲା। ଏତେ ସଂଖ୍ୟକ ରକେଟ୍ ଆସିଥିବା ଇସ୍ରାଏଲ୍ ଇତିହାସରେ ଉଲ୍ଲେଖ ନାହିଁ। ଦୈନିକ ଇସ୍ରାଏଲ୍ ଆଡ଼କୁ ୪୦୦ରୁ ଅଧିକ ରକେଟ୍ ଆସିଥିବା ଆମେ ଦେଖିବାକୁ ପାଇଲୁ। ତେଣୁ, ସେ କହିଛନ୍ତ, ଯଦି ହିଜ୍ବୁଲ୍ଲାହ୍ ସହ ସଂଘର୍ଷ କି, ଯୁଦ୍ଧ ହୁଏ ତେବେ ଲେବାନନ୍ରୁ ଇସ୍ରାଏଲ୍ ଆଡ଼କୁ ଦୈନିକ ଯେତେ ରକେଟ୍ ନିକ୍ଷେପ କରାଯାଇଥିଲା, ଏବେ ତା’ର ୫ଗୁଣ ଆଶା କରିବୁ। ସେମିତି ହେଲେ, ଦୈନିକ ଇସ୍ରାଏଲ୍ ଉପରକୁ ୧୫୦୦ ରୁ ୨୫୦୦ ରକେଟ୍ ନିକ୍ଷେପ କରାଯିବ।
Shakespeare, in the beautiful garden, among the party. Some of the hall: in fact she was ever to.
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
ସକାଳୁ ସକାଳୁ ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସହ ପବନ ଓ ଘଡଘଡିରେ ଦୈନଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ଗତକାଲି ବଢ଼େଇବାଙ୍କ ଛକରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟାରେ ରାମେଶ୍ୱର ମନ୍ଦିରରେ ପହଞ୍ଚିଛି। ବାଟରେ ରଥ ଦୁଇ ଦୁଇ ଥର ଦବିଥିବା ବେଳେ ଗୋଟିଏ ଚକରୁ ପଳଖା ଛାଡ଼ି ଯାଇଛି।