News

ଚନ୍ଦ୍ରପୃଷ୍ଠରେ ମିଳିଲା ବିକ୍ରମ ଲ୍ୟାଣ୍ଡରର ସନ୍ଧାନ

E1

ଚନ୍ଦ୍ରଯାନ-୨ ଯାତ୍ରା ସଫଳ ହୋଇଛି। ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିମି ଦୂରରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହବେ ପରେ ସାରା ବିଶ୍ୱ ହତାଶ ହୋଇପଡ଼ିଲା। ହେଲେ ଇସ୍ରୋ ବୈଜ୍ଞାନିକମାନେ ବିକ୍ରମର ସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଥିଲେ। ଏହି ଉଦ୍ୟମ ଏବେ ସଫଳ ହୋଇଛି। ଲ୍ୟାଣ୍ଡର ବିକ୍ରମର ସନ୍ଧାନ ମିଳିଛି।  ଚନ୍ଦ୍ର ଚାରିପଟେ ଘୂରିବୁଲୁଥିବା ଅର୍ବିଟର ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ଚିତ୍ର ପଠାଇଛି ଇସ୍ରୋକୁ। ଏହା ପରେ ଇସ୍ରୋ ବୈଜ୍ଞାନିକମାନେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

ଚନ୍ଦ୍ର ପୃଷ୍ଠର ମାତ୍ର ୨ . ୧ କିଲୋମିଟର ଉଚ୍ଚତାରୁ ସଫ୍ଟ ଲ୍ୟାଣ୍ଡିଂ କରୁଥିବା ବେଳେ ବିକ୍ରମ ସହିତ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା । କିନ୍ତୁ ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦକ୍ଷଣ କରୁଥିବାରୁ ଏହି ଅର୍ବିଟର ମାଧ୍ୟମରୁ ହିଁ ବିକ୍ରମର ସଠିକ୍ ଅବସ୍ଥିତି ଜାଣିହେବ ବୋଲି ଆଶା କରାଯାଉଥିଲା । ଏବଂ ଆଜି ତାହା ହିଁ ହେଲା । ଇସ୍ରୋକୁ ଅର୍ବିଟର ଫଟୋ ପଠାଇବା ପରେ ବିକ୍ରମର ଅବସ୍ଥିତି ଏବେ ଜଣାପଡିଛି । ୨୩ ଶହ ୭୯ କେଜି ଓଜନର ଅର୍ବିଟରରେ ରହିଛି ୮ ଟି ପେ’ଲୋଡ୍ । ଏହା ଚନ୍ଦ୍ର ପୃଷ୍ଠର ମ୍ୟାପିଂ କରି ତଥ୍ୟ ପଠାଇବା ଏହାର ମୁଖ୍ୟ କାମ । ଅର୍ବିଟର ଏକ ବର୍ଷ ପାଇଁ କାମ କରିବା ଯୋଜନା ଥିବା ବେଳେ ଏହାର ଜୀବନ କାଳ ୭ ବର୍ଷ  ରହିଛି ବୋଲି ଇସ୍ରୋ କହିଛି ।

ପଢନ୍ତୁ: ଇସ୍ରୋକୁ ପ୍ରଶଂସା କଲା ଜାତୀୟ ଗଣମାଧ୍ୟମ

Related posts

ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଠାବ ହେଲେ ଚିତ୍ରା ହରିଣ

Ratnamani Moharana

ବିଗୁଡୁଛି ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା, ଏମ୍ସ ଗଲେ ରାଷ୍ଟ୍ରପତି

Ratnamani Moharana

ହେବାକୁ ଯାଉଛି ବିଶ୍ଵର ସବୁଠୁ ମହଙ୍ଗା ଛାଡପତ୍ର: ଅଲଗା ହେବେ ବେଜୋସ ଦମ୍ପତି

Ratnamani Moharana