News

ଇତିହାସ ରଚିଲା ଇସ୍ରୋ ,ଉପଗ୍ରହ ପ୍ରେରଣ କଲା ମହାକାଶକୁ

ମହାକାଶକୁ ଉପଗ୍ରହ ପ୍ରେରଣ କରି ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ କରାଗଲା ଉତକ୍ଷେପଣ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପୂବ ନିର୍ଦ୍ଧାରିତ ସମୟ ୯ଟା ୨୯ ସମୟରେ  ଆରମ୍ଭ କରିଥିଲା ତାର ଅଭିଯାନ। ଶହେତମ ଉପଗ୍ରହ ପଠାଇ ବିରଳ ରେକର୍ଡର ଅଧିକାରୀ ହୋଇଛି ଭାରତ । ୩ଟି ସ୍ୱଦେଶୀ ଓ ୨୮ଟି ବିଦେଶୀ ଉପଗ୍ରହକୁ ପଠାଇଲା ଇସ୍ରୋ । । ପିଏସଏଲଭି-୪୦ ସାହାଯ୍ୟରେ ୩୧ଟି ଉପଗ୍ରହ ପଠାଇଛି ଭାରତୀୟ ଗବେଷଣା ସଂସ୍ଥା ।

ଖବର ମିଳିବା ପର୍ଯ୍ୟନ୍ତ ଅନ୍ୟ ଏକ କୃତ୍ରିମ ଉପଗ୍ରହ କକ୍ଷପଥରେ ସ୍ଥାପନ କରିବାକୁ ବାକି ଥିବାରୁ ମିସନ ଚାଲୁ ରହିଛି। ପିଏସ୍‌ଏଲ୍‌ଭି-ସିଫର୍ଟି କାର୍ଟୋସାଟ୍‌-ଟୁ ଏବଂ ଆମେରିକା, ଫ୍ରାନ୍‌ସ୍‌, ଫିନ୍‌ଲାଣ୍ଡ୍‌, ଇଂଲଣ୍ଡ୍‌, ଦକ୍ଷିଣ କୋରିଆ ଏବଂ କାନାଡା ଆଦି ଦେଶର ଅନ୍ୟ ତିରିଶଟି କୃତ୍ରିମ ଉପଗ୍ରହ ନେଇ ପୂର୍ବାହ୍ନ ୯ଟା ୨୮ ମିନିଟ୍‌ରେ ଶ୍ରୀହରିକୋଟାସ୍ଥିତ ସତିଶ ଧାଓ୍ଵନ ସ୍ପେସ୍‌ ସେଣ୍ଟର୍‌ ଲଞ୍ଚ୍‌ପ୍ୟାଡ୍‌ରୁ ମହାକାଶକୁ ଯାଇଛି।

ଇସ୍ରୋ ନିଜର ଶକ୍ତିଶାଳୀ ପୋଲାର ସାଟେଲାଇଟ ଲଞ୍ଚ ଭେହିକଲ(ପିଏସଏଲଭି) ଶ୍ରେଣୀୟ ଉପଗ୍ରହ ପରିବହନକାରୀ ଉତକ୍ଷେପକ ମାଧ୍ୟମରେ ୨୫୦ରୁ ଅଧିକ ସ୍ୱଦେଶୀ ଓ ବିଦେଶୀ କୃତ୍ରିମ ଉପଗ୍ରହକୁ ସଫଳତାର ସହ ସେମାନଙ୍କ କକ୍ଷପଥରେ ସ୍ଥାନିତ କରିସାରିଛି। ଏଥିରେ ଉତ୍ସାହିତ ହୋଇ ଇସ୍ରୋ ଏହାର ୪୨ତମ ଅଭିଯାନରେ ପିଏସଏଲଭି-ସି୪୦ ରକେଟ ମାଧ୍ୟମରେ ଛୋଟବଡ଼ ୩୧ଟି ଉପଗ୍ରହକୁ ମହାକାଶ ପଠାଇବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ସାରିଥିଲା ।

ଏହାର  ବିଶେଷତ୍ୱ ହେଲା,   ଇସ୍ରୋ ସେହି ରକେଟରେ ବହୁସ୍ତରୀୟ ଇନ୍ଧନ ଦହନ ଜ୍ଞାନକୌଶଳର ମଧ୍ୟ ଉନ୍ନୀତ ପରୀକ୍ଷଣ କରିବ। ଭୂପୃଷ୍ଠରୁ ପିଏସଏଲଭି-ସି୪୦ ଉତକ୍ଷେପଣ ହେବା ପରେ ପରେ ସେଥିରେ ୪ ଥର ଧରି ଏପରି ଇନ୍ଧନ ଦହନ ପ୍ରକ୍ରିୟା ଉତଜୀବିତ ରହି ଖଞ୍ଜାଯାଇଥିବା କୃତ୍ରିମ ଉପଗ୍ରହଗୁଡ଼ିକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କକ୍ଷପଥରେ ସ୍ଥାନିତ କରିବ।

 

ପଢନ୍ତୁ ;

ଆପଣ ବେଶି ଦିନ ଧରି ପୁରୁଣା ଟୁଥ୍ ବ୍ରସ ବ୍ୟବହାର କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ !

Related posts

ଇଣ୍ଡିଆ ଟୁଡେ ସର୍ଭେ : ଦେଶରେ ୩୧ତମ ସ୍ଥାନରେ ଓଡ଼ିଶାର ଏସ୍‌ସିବି

ENO Beuro

ରାଜଧାନୀ ଦିଲ୍ଲୀ ର ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ନୂତନ ନିସ୍ପତି

ENO Beuro

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ !

ENO Beuro

Leave a Comment