News

ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବ ଚନ୍ଦ୍ରଯାନ-୨

Untitled 1

ମହାକାଶର ଦୁନିଆରେ ପୁର୍ନବାର ଇତିହାସ ରଚିଲା ଭାରତ । ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ (ଇସ୍ରୋ) ସୋମବାର ଅପରାହ୍ନ ୨ ଟା ୪୩ ମିନିଟ୍‌ ରେ ସଫଳପୂର୍ବକ ଚନ୍ଦ୍ରଯାନ-୨ ର ଉତ୍‌କ୍ଷେପଣ  କରାଯାଇଛି । ଚନ୍ଦ୍ରାଯାନ-୨ ଚନ୍ଦ୍ରରେ ପାଦ ରଖିବାକୁ ଆଗେଇଛି । ତେବେ ଏହା ହେଉଛି ଭାରତର ଦ୍ୱିତୀୟ ସବୁଠାରୁ ବଡ ମିଶନ୍ । ଚନ୍ଦ୍ରାଯାନ-୨ ମହାକାଶଯାନ ୨୨ ଜୁଲାଇରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ପୃଥିବୀର ଚୁର୍ତୁପାର୍ଶ୍ୱରେ ପରିକ୍ରମା କରିବ । ଏହାପରେ ୧୩ ଅଗଷ୍ଟରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଚନ୍ଦ୍ର ନିକଟକୁ କୁ ଏକ ଲମ୍ବା ଯାତ୍ରା କରିବ । ୧୯ ଅଗଷ୍ଟକୁ ଏହି ଯାନ ଚନ୍ଦ୍ରର କକ୍ଷରେ ପହଞ୍ଚିଯାଇଥିବ । ଏହାପରେ ୧୩ ଦିନ ଅର୍ଥାତ୍‌ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚନ୍ଦ୍ରର ଚର୍ତୁପାର୍ଶ୍ୱରେ ପରିକ୍ରମା କରିବ । ୧ ସେପ୍ଟେମ୍ବରକୁ ବିକ୍ରମ ଲ୍ୟାଣ୍ଡ୍‌ର ଆଁର୍ବେଟରରୁ ଅଲଗା ହୋଇଯିବ ଏବଂ ଚନ୍ଦ୍ରର ଦକ୍ଷିଣ ଧ୍ରୁବର ପାଖକୁ ଯାତ୍ରା ଆରମ୍ଭ କରିବ । ୫ ଦିନ ଯାତ୍ରା ପରେ ୬ ସେପ୍ଟେମ୍ବରରେ ବିକ୍ରମ ଲ୍ୟାଣ୍ଡ୍‌  ଚନ୍ଦ୍ରର ଦକ୍ଷିଣ ଧୃବରେ ଅବତରଣ କରିବ । ଅବତରଣର ୪ ଘଣ୍ଟାପରେ ରୋବର ପ୍ରଜ୍ଞାନ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରର ପୃଷ୍ଠ ଭାଗରେ ଅବତରଣ କରିବ ।

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଗତକାଲି ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ସହ ଆମେରିକା, ରୁଷ୍ ଏବଂ ଚୀନକୁ ପଛରେ ପକାଇ ଦେଇଛି। ଆଉ ୪୮ ଦିନ ପରେ ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ  ଅବତରଣ କରିବ । ପୂର୍ବରୁ କୌଣସି ରାଷ୍ଟ୍ରର ଚନ୍ଦ୍ର ଅଭିଯାନ ଏହି ପାର୍ଶ୍ବକୁ ଛୁଇଁ ପାରିନାହିଁ। ତେଣୁ ପ୍ରଥମ ଅବତରଣ ଅଭିଯାନରେ ଭାରତ ଏକ ବିରଳ ସଫଳତା ହାସଲ କରିବାକୁ ଯାଉଛି ବୋଲି ନାସାର ବୈଜ୍ଞାନିକମାନେ କହିଛନ୍ତି।

ପଢନ୍ତୁ: କାଶ୍ମୀର ପ୍ରସଙ୍ଗରେ କାହାର ମଧ୍ୟସ୍ଥତା ଗ୍ରହଣ କରାଯିବ ନାହିଁ: ଭାରତ

Related posts

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୯୨ ପଞ୍ଚାଯତ ପାଇଁ ୧୯୫୫ ପ୍ରକଳ୍ପ

ENO Beuro

ରାଜଧାନୀ ଭୁବନେଶ୍ୱରର ଅବସ୍ଥିତି ଖୋର୍ଦ୍ଧା ଜିଲ୍ଲାକୁ ମିଳିଛି ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା

ENO Beuro

ଇତିହାସ ରଚିବାକୁ ଆଉ ମାତ୍ର ୪ ଦିନ, ଜୁଲାଇ ୨୨ରେ ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

Ratnamani Moharana

Leave a Comment