News

ଇତିହାସ ରଚିଲା ଇସ୍ରୋ,ଲଞ୍ଚ ହେଲା ବିଶ୍ୱର ସବୁଠୁ ହାଲୁକା ଉପଗ୍ରହ

ISRO

ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ପିଏସ୍‌ଏଲଭି ଜରିଆରେ ଆଉ ଦୁଇଟି ସାଟେଲାଇଟ୍‌ ମହାକାଶକୁ ପଠାଇଛି ଇସ୍ରୋ । ଗୋଟିଏ ଡିଆରଡିଓର ମାଇକ୍ରୋସାଟ୍‌-R ଏବଂ ଅନ୍ୟଟି ଚେନ୍ନାଇ ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ କଲାମ ସାଟ୍‌ର ସଫଳ ଉତ୍‌କ୍ଷେପଣ ହୋଇଛି । PSLV-C44 ରକେଟଟି PSLVର ନୂଆ ଭର୍ସନ । ଏଥିରେ ୪ଟି ଷ୍ଟେଜ୍‌ ରହିଛି । ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବା ପରେ ଚତୁର୍ଥ ଷ୍ଟେଜ୍‌ଟି ଉପରକୁ ଯାଇ ମହାକାଶରେ ଛଅ ମାସ ପର‌୍ୟ୍ୟନ୍ତ ସକ୍ରିୟ ରହିବ । ତାହା ଗବେଷଣା ପାଇଁ ବ୍ୟବହାର ହେବ ।

ସବୁଠାରୁ ଖାସ କଥା ହେଉଛି ଏହି ଉପଗ୍ରହକୁ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ନିର୍ମାଣ କରିଛନ୍ତି । ଆଉ ଏହାର ଲଞ୍ଚ ମଧ୍ୟ ସମ୍ପୂର୍ଣ୍ଣ ଭାବେ ମାଗଣାରେ କରିଛି ଇସ୍ରୋ । ପ୍ରଥମ ଥର ପାଇଁ ଇସ୍ରୋ ଭାରତର କୌଣସି ନିଜସ୍ୱ ସଂସ୍ଥା ନିର୍ମାଣ କରିଥିବା ଉପଗ୍ରହ ଲଞ୍ଚ ହୋଇଛି। ଗତକାଲି ରାତି ୧୧.୩୭ ମିନିଟ ସମୟରେ ପିଏସଏଲଭି ରକେଟ ସାହାର୍ଯ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା କଲାମ ସ୍ୟାଟ ଉପଗ୍ରହ ଲଞ୍ଚ କରିଛି ଇସ୍ରୋ।

ପଢନ୍ତୁ; ଫିଲ୍ମ ଫ୍ରାଇଡେ: ‘ମଣ୍ଣିକର୍ଣ୍ଣିକା’ ସହ ମୁହାଁମୁହିଁ ‘ଠାକ୍‌ରେ’

Related posts

ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’,୧୦୦ ରୁ ୧୩୫ କିମି ରହିବ ପବନର ବେଗ

ENO Beuro

ଦୁଷ୍କର୍ମ ପରେ ବୋହୂକୁ ପୋଡ଼ିଦେବା ଘଟଣା :ଶେଷରେ ଆଖି ବୁଜିଲେ ପୀଡ଼ିତା

ENO Beuro

ନୂଆ କିସମର ଚାଉଳ,ଥଣ୍ଡା ପାଣିରେ ହେବ ଭାତ

ENO Beuro

Leave a Comment