ଇସ୍ରୋ ମିଶନକୁ ଆଉ ଏକ ଧକ୍କା: ସାଟେଲାଇଟ ଜି ସାଟ-ସିକ୍ସ ଏ ସହ ଯୋଗାଯୋଗ ହେଲା ବିଚ୍ଛିନ୍ନ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ଏକ ବଡ ଧକ୍କା ଲାଗିଛି। ଏହା ଦ୍ଵାରା ଗୁରୁବାର ମହାକାଶକୁ ପ୍ରେରଣ କରାଯାଇଥିବା ଅତ୍ୟାନୁଧିକ ଯୋଗାଯୋଗ ସାଟେଲାଇଟ ଜି ସାଟ-ସିକ୍ସ ଏ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ମହାକାଶକୁ ପ୍ରେରଣ କରାଯିବାର ମାତ୍ର ୪୮ ଘଣ୍ଟା ପରେ ଏହି ଘଟଣା ଘଟିଛି।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ପୂର୍ବାହ୍ନ ୧୦ଟା ଯାଏଁ ଉପଗ୍ରହର ଦ୍ୱିତୀୟ ଅରବିଟ୍-ରାଇଜିଙ୍ଗ୍ ଏକ୍ସରସାଇଜ୍ ଠିକ୍ ଚାଲିଥିଲା । ଯୋଜନା ଅନୁସାରେ ଲିକୁଇଡ୍ ଆପୋଜି ମୋଟର ଠିକ୍ ଫାୟାରିଙ୍ଗ୍ କରୁଥିଲା । କିନ୍ତୁ କେତେ ମୁହୂର୍ତ୍ତ ପରେ ଯୋଗାଯୋଗରେ କିଛି ତ୍ରୁଟି ଦେଖାଗଲା। ତତକ୍ଷଣାତ୍ ଇସ୍ରୋ ବିଜ୍ଞାନୀଗଣ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଗଲେ।

ଅଭିଯାନ ସଂକ୍ରାନ୍ତର ଦିଆଯାଉଥିବା ଚିରାଚରିତ ଆନୁଷ୍ଠାନିକ ବିବୃତି ଯେମିତି ପ୍ରଥମେ ଗୁରୁବାର ପୂର୍ବାହ୍ନ ୯ଟା ୨୨ମିନିଟରେ ଦିଆ ଯାଇଥିଲା, ତାହା ଆଉ ଦିଆଯାଇ ନାହିଁ। ତୃତୀୟ ଅରବିଟ୍ ରାଇଜିଙ୍ଗ୍ ଏକ୍ସରସାଇଜ୍ ବିଷୟରେ ମଧ୍ୟ କୌଣସି ଖବର ନାହିଁ । ହୁଏତ ବୈଜ୍ଞାନିକମାନେ ସେ ଉପଗ୍ରହ ସହ ଯୋଗସୂତ୍ର ସ୍ଥାପନ କରି ପାରୁ ନାହାନ୍ତି କିଂବା ତାହା ଅସଜ ହୋଇ ଯାଇଥିବାରୁ ସେ ସମ୍ପର୍କରେ କିଛି କହୁ ନାହାନ୍ତି । ଇସ୍ରୋର ଅଧ୍ୟକ୍ଷ କେ ଶିବନ ମଧ୍ୟ ଶନିବାର ଦିନ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ପଢନ୍ତୁ; ସଚିନଙ୍କ ବଦାନ୍ୟତା:ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ ୬ ବର୍ଷର ଦରମା!

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ପୂର୍ବାହ୍ନ ୧୦ଟା ଯାଏଁ ଉପଗ୍ରହର ଦ୍ୱିତୀୟ ଅରବିଟ୍-ରାଇଜିଙ୍ଗ୍ ଏକ୍ସରସାଇଜ୍ ଠିକ୍ ଚାଲିଥିଲା । - 8.5

85%

ତତକ୍ଷଣାତ୍ ଇସ୍ରୋ ବିଜ୍ଞାନୀଗଣ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଗଲେ। - 9

90%
8.8/10

Very Good!

ଇସ୍ରୋ ମିଶନକୁ ଆଉ ଏକ ଧକ୍କା: ସାଟେଲାଇଟ ଜି ସାଟ-ସିକ୍ସ ଏ ସହ ଯୋଗାଯୋଗ ହେଲା ବିଚ୍ଛିନ୍ନ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ଏକ ବଡ ଧକ୍କା ଲାଗିଛି। ଏହା ଦ୍ଵାରା ଗୁରୁବାର ମହାକାଶକୁ ପ୍ରେରଣ କରାଯାଇଥିବା ଅତ୍ୟାନୁଧିକ ଯୋଗାଯୋଗ ସାଟେଲାଇଟ ଜି ସାଟ-ସିକ୍ସ ଏ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମହାକାଶକୁ ପ୍ରେରଣ କରାଯିବାର ମାତ୍ର ୪୮ ଘଣ୍ଟା ପରେ ଏହି ଘଟଣା ଘଟିଛି।

No Votes Yet

You're not rated yet