News

ଇସ୍ରୋ ଜାରି କଲା ‘ଚନ୍ଦ୍ରାୟନ-ଟୁ’ର ଫଟୋ

Untitled 1

ସାମ୍ନାକୁ ଆସିଲା ଚନ୍ଦ୍ରାୟନ-୨ର ଫଟୋ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର- ଇସ୍ରୋ ପକ୍ଷରୁ ପ୍ରଥମଥର ପାଇଁ ଏହି ଫଟୋ ଜାରି କରାଯାଇଛି । ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଏହି ଉପଗ୍ରହର ନାଁ ରଖାଯାଇଛି- ପ୍ରଜ୍ଞା । ଆଗାମୀ ୧୫ ଜୁଲାଇରେ ଏହାକୁ ମଧ୍ୟରାତ୍ରରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ । ଜିଏସଏଲଭି ମାର୍କ- ଥ୍ରୀ ରକେଟ୍ ଲଂଚର ଯୋଗେ ଏହାକୁ ଚନ୍ଦ୍ର ପୃଷ୍ଠକୁ ପ୍ରେରଣ କରାଯିବ । ଉତକ୍ଷେପଣ ପରେ ଉପଗ୍ରହଟି ଚନ୍ଦ୍ରର ଦକ୍ଷିଣ ଧୃବରେ ଅବତରଣ କରିବ ।

 ୮ଟି ହାତୀର ଓଜନ ସହ ସମାନ ଉପଗ୍ରହର ଓଜନ

 

ଚନ୍ଦ୍ର ପୃଷ୍ଠର ଏହି ଭାଗରେ ଆଜି ପର୍ଯ୍ୟନ୍ତ ବିଶ୍ୱର କୌଣସି ଦେଶ ପହଞ୍ଚିପାରିନାହାନ୍ତି । ତେବେ ଭାରତର ଚନ୍ଦ୍ରାୟନ-୨ ନାସାର ଏକ ପେ-ଲୋଡ ସହ ୧୩ଟି ପେଲୋଡ ସାଙ୍ଗରେ ନେଇ ଚନ୍ଦ୍ର ପୃଷ୍ଠକୁ ଯିବ । ୩.୮ ଟନ୍ ଓଜନର ଏହି ଉପଗ୍ରହ ୮ଟି ହାତୀର ଓଜନ ସହ ସମାନ୍ । ଉପଗ୍ରହରେ ୩ଟି ମଡ୍ୟୁଲ ରହିଛି । ପ୍ରଥମଟି- ଅର୍ବିଟର, ଦ୍ୱିତୀୟଟି- ଲେଣ୍ଡର, ଯାହାର ନାଁ ରଖାଯାଇଛି ବିକ୍ରମ ଏବଂ ତୃତୀୟଟି- ରୋବର, ଯାହାର ନାଁ ରଖାଯାଇଛି ପ୍ରଜ୍ଞା । ଅର୍ବିଟର ଚନ୍ଦ୍ର ପୃଷ୍ଠର ଫଟୋ ଉଠାଇବା ସହ ଏଠାରେ ଥିବା ଖଣିଜ ପଦାର୍ଥର ତଥ୍ୟ ପୃଥିବୀ ପୃଷ୍ଠକୁ ଦେବ ।

ପଢନ୍ତୁ: ଆଜି ହେରା ପଞ୍ଚମୀ, ଅଭିମାନରେ ମା’ ଭାଙ୍ଗିଦେଇ ଆସିବେ ରଥ

Related posts

‘ଫର୍ଟିଲାଇଜର କାର୍ଗୋ କମ୍ପ୍ଲେକ୍ସ, ବାର୍ଜ ବର୍ଥ କମ୍ପ୍ଲେକ୍ସ’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଆପଣ ଖାଉଥିବା ଖାଦ୍ୟ କେତେ ସୁରକ୍ଷିତ ? ଏବେ ନିଜେ ପରିକ୍ଷା କରି ଜାଣିପାରିବେ

ENO Beuro

ସମ୍ବଲପୁରରେ ମାଛରେ ମିଳିଲା ଫର୍ମାଲିନ୍‌

ENO Beuro

Leave a Comment