News

ଚନ୍ଦ୍ରଯାନ ଅଭିଯାନ ବେ‌ଳେ ଇସ୍ରୋ ବୈଜ୍ଞାନିକଙ୍କ ଦରମା କାଟ୍

Isro F

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨କୁ ପହଞ୍ଚାଇବାରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବୈଜ୍ଞାନିକମାନେ ଆଂଶିକ ସଫଳ ହୋଇଛନ୍ତି। ଦେଶବିଦେଶର ବୈଜ୍ଞାନିକମାନଙ୍କଠାରୁ ଆରମ୍ଭ କରି ବିଦେଶୀ ଗଣମାଧ୍ୟମରେ ଇସ୍ରୋର ଏହି କାର୍ଯ୍ୟକୁ ଢେର୍ ପ୍ରଶଂସା କରାଯାଉଛି। କିନ୍ତୁ ଅନ୍ୟପଟେ ଦୁଇ ମାସ ହେଲା ଇସ୍ରୋରେ କାର୍ଯ୍ୟରତ ବୈଜ୍ଞାନିକମାନଙ୍କ ବେତନ କମିଯାଇଛି। ଫଳରେ ସେମାନେ ଏହାର ପ୍ରତିବାଦ କରୁଛନ୍ତି।

‘ଦି ‌ଓ‌ୟାର’ରେ ପ୍ରକାଶିତ ଏକ ଖବର ଅନୁଯାୟୀ ବୈଜ୍ଞାନିକମାନଙ୍କୁ ଇସ୍ରୋରେ ଯୋଗଦେବା ନିମନ୍ତେ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ୧୯୯୬ ମସିହାରେ ସୁପ୍ରିମ କୋର୍ଟ ବେତନ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହାକୁ ମହାକାଶ ବିଜ୍ଞାନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ ଗତ ଜୁନ୍ ୧୨ ତାରିଖରେ ଇସ୍ରୋ ବୈଜ୍ଞାନିକଙ୍କ ଏହି ପ୍ରୋତ୍ସାହନ ମୂଳକ ବେତନ ବୃଦ୍ଧିକୁ ପ୍ରତ୍ୟାହାର କରି ନିଆଯାଇଛି ବୋଲି ଏକ ସୂତ୍ରରୁ ଜଣାଯାଇଛି।

ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠକୁ ପ୍ରେରଣର ପ୍ରାୟ ମାସକ ପୂର୍ବରୁ ଅର୍ଥାତ୍ ଜୁନ୍ ୧୨ ତାରିଖରେ କର୍ମଚାରୀମାନଙ୍କୁ ନିରାଶ କରିବା ଭଳି ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହି ନିର୍ଦ୍ଦେଶନାମା‌ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି। ଏହାଫଳରେ ଇସ୍ରୋରେ କାର୍ଯ୍ୟରତ ୯୦ ପ୍ରତିଶତ ବୈଜ୍ଞାନିକ ଓ କର୍ମଚ‌ାରୀଙ୍କ ବେତନରେ ମାସିକ ୧୦ ହଜାର ଟଙ୍କା  ପର୍ଯ୍ୟନ୍ତ ହ୍ରାସ ଘଟିଛି।

Isro Womenpower Scientist

ସରକାରଙ୍କ ଏହି ନିଷ୍ପତ୍ତି ଇସ୍ରୋର ବୈଜ୍ଞାନିକମାନଙ୍କୁ ବ୍ୟଥିତ କରିଛି। ସେମାନେ କହିଛନ୍ତି, ପରିବାର ଚଳାଇବା ପାଇଁ ସେମାନେ ସମ୍ପୂର୍ଣ୍ଣ ଭାବେ ବେତନ ଉପରେ ନିର୍ଭର କରନ୍ତି। ବେତନ ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ରୋଜଗାର ନାହିଁ। ଇସ୍ରୋର ଏକ ସଂଘ ସ୍ପେସ୍ ଇଞ୍ଜିନିୟର୍ସ ଆସୋସିଏସନର ସଦସ୍ୟମାନେ ଏ ନେଇ ଇସ୍ରୋ ମୁଖ୍ୟ କେ. ଶିବନଙ୍କ ମାଧ୍ୟମରେ ଜୁଲାଇରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିସାରିଛନ୍ତି।

ପଢନ୍ତୁ: ବାଃ ବାଃରେ ଟ୍ରାଫିକ ପୋଲିସ, ହେଲ୍‌ମେଟ୍‌ ନପିନ୍ଧି କାର୍‌ ଚଳାଇବାରୁ ଜୋରିମାନା

Related posts

୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ୪ ଜଣ ଓଡିଆ ପ୍ରଭାବଶାଳୀ ବ୍ୟକ୍ତି

ENO Beuro

ରାଜଧାନୀରେ ଫାଷ୍ଟଫୁଡ ଦୋକାନୀଙ୍କୁ ଗୁଳିମାଡ

ENO Beuro

ପୁରୁଣା ଭୁବନେଶ୍ଵର ସ୍ଥିତ ବିଏମ୍‌ସି ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ଧାରଣା

ENO Beuro

Leave a Comment