SPORTS

ପ୍ରଥମ ଟି-ଟ୍ବେଣ୍ଟି:ଶେଷ ବଲରେ ଜିତିଲା ଅଷ୍ଟ୍ରେଲିଆ

aus

ଅନ୍ତର୍ଜାତୀୟ କ୍ରିକେଟର ଦୁଇ ପ୍ରମୁଖ ପ୍ରତିଦ୍ଵନ୍ଦୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ସର୍ବଦା ରୋମାଞ୍ଚକର ହୋଇଥାଏ। ଗତକାଲି ଆଇଏସ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଏହାର ଏକ ଝଲକ ଦେଖିବାକୁ ମିଳିଥିଲା। ଶେଷ ବଲ ପର୍ଯ୍ୟନ୍ତ ଜୋରଦାର ଲଢେଇ ପରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିଲା।

ଶେଷ ଓଭରରେ ହାରିଲା ଭାରତ

ଏହି ଲୋ’ ସ୍କୋରିଂ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୨୬ ରନ୍ କରିବାକୁ ସମର୍ଥ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଶେଷ ବଲରେ ଆବଶ୍ୟକ ୨ ରନ କରି ଭ୍ରମଣକାରୀ ଦଳ ବାଜି ମାରିଛି। ଏଥିସହିତ ଅଷ୍ଟ୍ରେଲିଆ ୨ ମ୍ୟାଚ ବିଶିଷ୍ଟ ଏହି ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି।

ସୂଚନାଯୋଗ୍ୟ, ଆଗାମୀ ଟି-ଟ୍ୱେଣ୍ଟି ଆସନ୍ତା ୨୭ ତାରିଖରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି ।

ପଢନ୍ତୁ; ବେଙ୍ଗାଲୁରୁ ଏୟାର ଶୋ ପାର୍କିଙ୍ଗ୍‌ସ୍ଥଳରେ ଅଗ୍ନିକାଣ୍ଡ,ଜଳିଗଲା ୧୦୦ରୁ ଅଧିକ କାର

Related posts

ପୂର୍ବତନ ପାକିସ୍ତାନୀ ବୋଲର ଓ୍ଵାସିମ୍‌ ଆକ୍ରମ : କୋହଲିଙ୍କ ସାମ୍ନାରେ ମତେ ବୋଲିଂ କରିବାରେ ଅସୁବିଧା ହେବ

ENO Beuro

ବାଂଲାଦେଶ ୭ ୱିକେଟରେ ହାରିଲା:ଜାଡେଜା,ରୋହିତ ଜିତାଇଲେ

ENO Beuro

ଦୁବାଇରେ ସାମିଙ୍କୁ ଭେଟିଥିଲି : ପାକ ମଡେଲ

ENO Beuro

Leave a Comment