ପ୍ରଥମ ଟି-୨୦: ଭାରତୀୟ ଦଳ ଆଗରେ ୨୨୦ ରନ୍‌ର ଟାର୍ଗେଟ

india

ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ବିଜୟ ପରେ ଏବେ ଟିମ୍ ଇଣ୍ଡିଆର ଟି-୨୦ ସିରିଜ୍‌ ଉପରେ ନଜର। ଆଜି ଠାରୁ ଆରମ୍ଭ ହେଉଥିବା ଏଇ ୩ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୱେଲିଂଟନ୍‌ରେ ଖେଳାଯାଇଛି।

ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଆଗରେ ନ୍ୟୁଜିଲାଣ୍ଡ ଟିମ୍‌ ୨୨୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଘରୋଇ ଦଳର ଉପରକ୍ରମର ବ୍ୟାଟ୍ସମ୍ୟାନମାନେ ଚୌକା ଓ ଛକା ବର୍ଷା କରିଥିଲେ।

ଏଥିରେ ଓପନର୍‌ ଟିମ୍‌ ସେଇଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ (୮୪ ରନ୍‌, ୪୩ ବଲ, ୭ ଚୌକା ଓ ୬ଛକା) ସାମିଲ ଅଛି। କୋଲିନ୍‌ ମୁନରୋ ଏବଂ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ୩୪-୩୪ ରନ୍‌ ଯୋଡ଼ିଛନ୍ତି। ସେହିପରି ରସ ଟେଲର ୨୩ ରନ୍‌ କରିଥିବା ବେଳେ ସ୍କଟ କୁଗେଲଜିଙ୍ଗଙ୍କ ୨୦ ରନ୍‌ ଦଳ ପାଇଁ ଅବଦାନ ଥିଲା।

ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର, ଖଲିଲ ଅହମଦ, କୃଣାଳ ପାଣ୍ଡ୍ୟା ଓ ୟଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି।

ପଢନ୍ତୁ; ପୁଣି ୧୫ରେ ସମ୍ବଲପୁର ଆସିବେ ଅମିତ୍‌ ଶାହ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More