Loading...

ବିଯୁକ୍ତ ୪୦ ଡିଗ୍ରୀ, ୧୫ ହଜାର ଫୁଟ୍ ଉଚ୍ଚରେ ଗଣତନ୍ତ୍ର ଦିବସ ପାଳନ କଲେ ହିମବୀର

ବିଯୁକ୍ତ ୪୦ ଡିଗ୍ରୀ, ୧୫ ହଜାର ଫୁଟ୍ ଉଚ୍ଚରେ ଗଣତନ୍ତ୍ର ଦିବସ ପାଳନ କଲେ ହିମବୀର

ଗଣତନ୍ତ୍ର ଦିବସରେ ଉତ୍ତରାଖଣ୍ଡ, ହିମାଚଳ ଓ ଲଦାଖର ୧୫ ହଜାର ଫୁଟ ଉଚ୍ଚରେ ମୁତୟନ ହୋଇଥିବା ଯବାନଙ୍କ ମଧ୍ୟରେ ବେଶ୍ ଜୋଶ ଦେଖିବାକୁ ମିଳିଛି ।

ସାରା ଦେଶ ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ୧୯୫୦ ମସିହା ଆଜିର ଦିନରେ ଭାରତରେ ସମ୍ବିଧାନ ଲାଗୁ ହୋଇଥିଲା । ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଗୁଞ୍ଜରିତ ହେଉଛି ଜାତୀୟ ସଂଗୀତର ଗାନ । ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ପରେଡରେ ଭାରତୀୟ ସେନାରେ ସାହାସିକତା ଦେଖାଇବା ସହ ରାଜପଥରେ ଦେଖିବାକୁ ମିଳିବ ଭାରତୀୟ ସଂସ୍କୃତିର ଝଲକ । ଅନ୍ୟପକ୍ଷରେ ଗଣତନ୍ତ୍ର ଦିବସରେ ଉତ୍ତରାଖଣ୍ଡ, ହିମାଚଳ ଓ ଲଦାଖର ୧୫ ହଜାର ଫୁଟ ଉଚ୍ଚରେ ମୁତୟନ ହୋଇଥିବା ଯବାନଙ୍କ ମଧ୍ୟରେ ବେଶ୍ ଜୋଶ ଦେଖିବାକୁ ମିଳିଛି । ITBPର ଏହି ହିମବୀର ବିଯୁକ୍ତ ୪୦ ଡିଗ୍ରୀ ତାପମାତ୍ରା ଓ ୧୫ ହଜାର ଫୁଟ୍ ଉଚ୍ଚରେ ତ୍ରିରଙ୍ଗା ଉଡାଇଛନ୍ତି । ଭାରତ-ତିବ୍ଦତ ସୀମା ପୋଲିସର ଯବାନମାନେ ଲଦାଖର ୧୫ ହଜାର ଫୁଟ୍ ଉଚ୍ଚରେ ମାଇନସ ୪୦ ଡିଗ୍ରୀ ତାପମାତ୍ରରେ ତ୍ରିରଙ୍ଗା ଉଡାଇ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି । ସେହିପରି ଭାବରେ ଉତ୍ତରାଖଣ୍ଡରେ ITBP ଯବାନମାନେ ମାଇନସ୍ ୩୦ ଡିଗ୍ରୀ ତାପମାତ୍ରାରେ ୧୪ ହଜାର ଫୁଟ୍ ଉଚ୍ଚରେ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.