EnewsOdia.Com

ଦୁନିଆର ସବୁଠୁ ଦାମୀ ଚକୋଲେଟ

ଏହା ଦୁନିଆର ସବୁଠୁ ଦାମୀ ଚକୋଲେଟ ବୋଲି କମ୍ପାନୀ ତରଫରୁ ଦାବି କରାଯାଇଛି । ଏହାର ମୂଲ୍ୟ ୪.୩ ଲକ୍ଷ ପ୍ରତି କିଲୋ ରଖାଯାଇଛି । ଆଇଟିସି କମ୍ପାନୀ  ଏହି ଚକଲେଟକୁ ନିଜର ଏକ ସ୍ୱତନ୍ତ୍ର ବ୍ରାଣ୍ଡ ଭାବରେ ହିଁ ନିର୍ମାଣ କରିଛନ୍ତି । ଆଇଟିସି କମ୍ପାନୀ ଏହି ଦାମୀ ଚକଲେଟକୁ ସୀମିତ ସଂଖ୍ୟାରେ ହିଁ ତିଆରି କରିଛନ୍ତି । ନିକଟରେ ଏହାକୁ ଗ୍ରିନିଜ ୱାର୍ଲଡ ରେକର୍ଡରେ ମଧ୍ୟ ସାମିଲ କରାଯାଇଛି । ଏହାକୁ ପୃଥିବୀର ସବୁଠୁ ମହଙ୍ଗା ଚକଲେଟ ଭାବେ ମଧ୍ୟ ଗଣା ହେଉଛି ।

ଆଇଟିସି ଖାଦ୍ୟ ବିଭାଗର ମୁଖ୍ୟ ପରିଚାଳନା ଅଧିକାରୀ ଅନୁଜ ରସ୍ତୋଗି  କହିଛନ୍ତିକି ଫେବଲରେ ନୂଆ ବେଞ୍ଚମାର୍କ ପ୍ରସ୍ତୁତ କରି ସେ ବହୁତ ଖୁସି ଅଛନ୍ତି । ସେ ଏହା ମଧ୍ୟ କହିଛନ୍ତି କେବଳ ଭାରତରେ ନୁହେଁ ବିଶ୍ୱ ବଜାରରେ ମଧ୍ୟ ଏହି ଦାମୀ ଚକୋଲେଟକୁ ଉପଲବ୍ଧ କରାଯିବ । ଗ୍ରିନିଜ ୱାର୍ଲଡ ରେକର୍ଡରେ ନିଜ କମ୍ପାନୀକୁ ସାମିଲ କରାଇ ସେ ବହୁତ ଖୁସି ଥିବା କଥା ମଧ୍ୟ କହିଛନ୍ତି । ଏହି ସୀମିତ ସଂଖ୍ୟକ ଚକୋଲେଟ ଗୁଡିକୁ ହାତ ତିଆରି କାଠ ବାକ୍ସରେ ଭର୍ତ୍ତି କରି ହିଁ ବିକ୍ରି କରାଯିବ । ଏଥିରେ ୧୫ ଗ୍ରାମ ଓଜନର ୧୫ଟି ଚକୋଲେଟ ଭର୍ତ୍ତି କରି ଦିଆଯିବ । ଏହି ବାକ୍ସର ଦାମ ୧ ଲକ୍ଷ ଟଙ୍କା ରଖାଯିବ ବୋଲି ସ୍ଥିର କରାଯାଇଛି ।

ପଢନ୍ତୁ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ସମ୍ବନ୍ଧିତ ଖବର

ମରିଗଲେ ୫୦୦୦ ହଜାର କୋମଳମତି ଶିଶୁ ! ଦୋହଲିଗଲା ପୂରା ଦେଶ

Ratnamani Maharana

ଆଜିଠୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା

Ratnamani Maharana

ଭୁବନେଶ୍ବରରେ ବୀରେନ୍ଦ୍ର ସେହବାଗ

Ratnamani Maharana

ମାତ୍ର ୩୭୦୦ ଟଙ୍କା ପାଇଁ ୭ ବର୍ଷରେ ୬୦ ଥର ଧାଇଁଲେଣି କୋର୍ଟ

Ratnamani Maharana

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ

Ratnamani Maharana

ପ୍ରଧାନମନ୍ତ୍ରୀ ହେବତ ଏମିତି : ପଡିଆରେ କ୍ରିକେଟ ଖେଳାଳିଙ୍କ ପାଇଁ ୱାଟର ବଏ ପାଲଟିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

Ratnamani Maharana