27 C
Bhubaneswar
October 24, 2020
EnewsOdia.Com
ନ୍ୟୁଜ୍

ରାନୀ ପଣ୍ଡାଙ୍କୁ ମନା ଖଣ୍ଡଗିରି ଯାତ୍ରା

ଫେବୃଆରୀ ୧ରୁ ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା  । ହେଲେ ପାଂଚ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ଗତବର୍ଷ ଖଣ୍ଡଗିରି ମେଳାରେ ବିବାଦୀୟ ଆଇଟମ୍ ନୃତ୍ୟ ପରିବେଷଣ କରି ଚର୍ଚ୍ଚାକୁ ଆସିଥିବା ରାନୀ ପଣ୍ଡାଙ୍କୁ ଏଥର ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବନି । ୧୦ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ଦେଖିବାକୁ ମିଳିବନି ରାନୀ ପଣ୍ଡାଙ୍କ ଡ୍ୟାନ୍ସ । ଏପରିିକି ସଚିଦାନନ୍ଦ ଗଣନାଟ୍ୟର ଯାତ୍ରା ବି ଦର୍ଶକ ଦେଖିବାକୁ ପାଇବେ ନାହିଁ । ଗତ ବର୍ଷ ଖଣ୍ଡଗିରି ଯାତ୍ରାରେ ରେକର୍ଡ ଡ୍ୟାନ୍ସରେ ଆଇଟମ ଗାର୍ଲ ରାନୀ ପଣ୍ଡାଙ୍କ ଅଶ୍ଳୀନ ନୃତୀ ସମସ୍ତ ସୀମା ଟପିଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆଉ ଏହି ବିବାଦ ଯୋଗୁଁ  ଚଳିତ ବର୍ଷ ରାନୀଙ୍କୁ ଖଣ୍ଡଗିରି ମେଳାରୁ ବାଛନ୍ଦ କରାଯାଇଛି ।

ତେବେ ରାନୀ କହିଛନ୍ତି ସେ ଯେଉଁଠି ନାଚିବେ ସେଠି ଖଣ୍ଡଗିରି ମେଳା ହେବ । ଏହା ସହ ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର । ସେ ନାଚିଲେ ଅନ୍ୟମାନଙ୍କ ବେପାର ବୁଡ଼ିଯିବ ବୋଲି ଷଡ଼ଯନ୍ତ୍ର କରି ମୋତେ ମେଳାରୁ ବ୍ୟାନ୍ କରାଯାଇଛି ବୋଲି ଖୋଲାଖୋଲି କହିଛନ୍ତି ରାନୀ ରାନୀ ଆହୁରି ମଧ୍ୟ କହିଛନ୍ତି, ମୁଁ କେବଳ ଖଣ୍ଡଗିରି ମେଳାରେ ନାଚିଲେ ଲୋକମାନେ ମୋତେ ଦେଖିବେ ତାହା ଭାବିବା ସମ୍ପୂର୍ଣ୍ଣ ଭୁଲ ।

ପଢନ୍ତୁ: କଥା କହିଲେ ଉଡିବ ଯୁଦ୍ଧ ବିମାନ

Related posts

ପାଇଖାନା ଘର ସହ ବରପାତ୍ର ସେଲ୍ଫି ଦେଲେ କନ୍ୟାକୁ ମିଳିବ ୫୧ ହଜାର

Ratnamani Maharana

ସରକାରୀ କଲେଜ ଅଧ୍ୟାପକଙ୍କ ଘରୋଇ ଟ୍ୟୁସନ ଉପରେ ବ୍ରେକ

Ratnamani Maharana

ମହିଳାଙ୍କୁ ଯୌନ ନିର୍ଯାତନା ଦେବାରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More