News

କଂଗ୍ରେସ କର୍ମୀଙ୍କ ଦାଦାଗିରି : ଆଇଟିଆଇ ଛାତ୍ରଙ୍କୁ ଆକ୍ରମଣ, ମଧୁପାଟଣା ଥାନାରେ ଏତଲା !

By ENO Beuro

June 04, 2018

କଂଗ୍ରେସ ହରତାଳ ସମୟରେ କଟକରେ ଜଣେ ଆଇଟିଆଇ ଛାତ୍ରକୁ ଆକ୍ରମଣ

କଟକରେ କଂଗ୍ରେସ କର୍ମୀଙ୍କ ଦାଦାଗିରି । କଂଗ୍ରେସ ହରତାଳ ସମୟରେ କଟକରେ ଜଣେ ଆଇଟିଆଇ ଛାତ୍ରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରର ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ଚିକିତ୍ସା ଲାଗି ପୋଲିସ ତାଙ୍କୁ ଏସସିବି ମେଡିକାଲକୁ ପଠାଇଛି । କଟକ ପ୍ରେସ ଛକ ଓଭରବ୍ରିଜରେ ଆକ୍ରମଣର ଶିକାର ହୋଇଥିବା ଆହତ ଛାତ୍ର ଅଭିଯୋଗ କରିଛନ୍ତି ।

ଆଜି ସକାଳେ ରଞ୍ଜନ ସ୍ୱାଇଁ ନାମକ ଜଣେ ଛାତ୍ର ଖପୁରିଆ ସରକାରୀ ଆଇଟିଆ କଲେଜକୁ ଯାଇଥିଲେ । ଘରୁ ଡାକରା ପାଇ ଫେରୁଥିବା ବେଳେ କିଛି କଂଗ୍ରେସ ବାଇକକୁ ଧକ୍କା ଦେଇଥିଲେ । ପରେ ତାଙ୍କ ସାର୍ଟ କଲର ଧରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଛାତ୍ର ଜଣକ ତଳେ ପଡ଼ିଯାଇ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ।

ତେବେ ତାଙ୍କ ବାପା ଦୁର୍ଘଟଣାର ଶିକାର ହୋଇଥିବା ଖବର ପାଇ ଭେଟିବାକୁ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା ବୋଲି ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରା ଯୋଗୁଁ ଜାତାୟତ ଏକ ରକମର ଠପ୍‌ ହୋଇଯାଇଛି। ଭୁବନେଶ୍ୱର ବାଣୀବିହାର ଛକରେ କଂଗ୍ରେସ କର୍ମୀଙ୍କ ରାସ୍ତରୋକ ଯୋଗୁଁ ବରମୁଣ୍ଡ ବସ୍‌ଷ୍ଟାଣ୍ଡରୁ କୌଣସି ଗାଡ଼ି ବାହାରି ପାରୁନାହିଁ। ଗାଡ଼ି ଗୁଡ଼ିକ ଏନ୍‌ଏଚ୍‌ ଉପରେ ଛିଡ଼ା ହୋଇଛି ।

ପଢନ୍ତୁ ;

ନୟାଗଡ଼ରେ ଏନ୍‌କାଉଣ୍ଟର୍‌ : ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ଆହତ !