26 C
Bhubaneswar
October 1, 2020
EnewsOdia.Com
ଦେଶ ବିଦେଶ ରାଜନୀତି

ଖାଲି ପତ୍ନୀଙ୍କ ସହିତ ନୁହେଁ ଝିଅ ଜ୍ୱାଇଁଙ୍କ ସହିତ ଭାରତ ଆସୁଛନ୍ତି ଟ୍ରମ୍ଫ

ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ କେବଳ ନିଜ ପତ୍ନୀ ମେଲାନିଆ ଟ୍ରମ୍ଫଙ୍କ ସହିତ ଭାରତ ଆସୁନାହାନ୍ତି ବରଂ ଝିଅ, ଜ୍ୱାଇଁଙ୍କ ସହିତ ସପରିବାରେ ଭାରତ ଗସ୍ତରେ ଆସୁଛନ୍ତି ।ଆଜି ହ୍ୱାଇଟ ହାଉସ ପକ୍ଷରୁ ଏପରି ଘୋଷଣା କରାଯାଇଛି । ରାଷ୍ଟ୍ରପତିଙ୍କ ସହିତ ମେଲାନିଆ ଟ୍ରମ୍ଫ ଓ ଝିଅ ଇଭାଙ୍କା ଟ୍ରମ୍ଫ ଓ ଜ୍ୱାଇଁ ଜାରେଡ୍ କୁଶନେର ମଧ୍ୟ ଭାରତ ଗସ୍ତରେ ଆସୁଥିବା ହ୍ୱାଇଟ୍ ହାଉସ ସ୍ପଷ୍ଟ କରିଛି ।

ରାଷ୍ଟ୍ରପତିଙ୍କ ସହିତ ଭାରତ ଆସିବାକୁ ଥିବା ଟିମରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରର୍ବଟ ଓ ବ୍ରେନ୍, ଫାଇନାନ୍ସ କମିଶନର ଷ୍ଟିଭ୍ ମୁନଚିନ, ବାଣିଜ୍ୟ କମିଶନର ଉଲବୁର୍ ରସ୍ ଏବଂ ଶକ୍ତି ସଚିବ ଡାନ୍ ବ୍ରୋଉଲିଟି ପ୍ରମୁଖ ରାଷ୍ଟ୍ରପତିଙ୍କ ସହିତ ଭାରତ ଆସୁଛନ୍ତି । ସୂଚନା ଅନୁସାରେ ଇଭାଙ୍କା ଟ୍ରମ୍ଫ ଓ ତାଙ୍କ ପତି ଜାରେଡ୍ କୁଶନେର ବର୍ତ୍ତମାନ ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଟ୍ରମ୍ଫଙ୍କ ବରିଷ୍ଠ ପରାମର୍ଶଦାତା ଭାବେ ନିଯୁକ୍ତ ଅଛନ୍ତି ।

ପଢନ୍ତୁ: ଅହମଦାବାଦରେ ଟ୍ରମ୍ଫଙ୍କୁ ସ୍ୱାଗତ କରିବେ ୧କୋଟି ଲୋକ : ଟ୍ରମ୍ଫ

Related posts

କୁଆପଥର ପଡ଼ି କାଚ ଫାଟି ଯିବାରୁ ଜରୁରୀ ଅବତରଣ କଲା ଏୟାର୍‌ ଏସିଆ ବିମାନ

Ratnamani Maharana

ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କଲେ ସୁପ୍ରିମକୋର୍ଟ

Ratnamani Maharana

କେରଳରୁ ଚିହ୍ନଟ ହେଲେ ଭାରତର ପ୍ରଥମ କରୋନା ଭାଇରସ୍‌ ଆକ୍ରାନ୍ତ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More