News

ଶୁଭାରମ୍ଭ ହେଲା ଜାହାଜ ମାଲିକଙ୍କ ପାଇଁ ସ୍ପତନ୍ତ୍ର ପୋର୍ଟାଲ

ଭାରତୀୟ ଅନ୍ତଃଜଳପଥ କର୍ତ୍ତୃପକ୍ଷ (IWAI) ଜାହାଜ ମାଲିକ ଓ ଏଥିରେ ଯାଉଥିବା ପଣ୍ୟର ମାଲିକଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏଥିରୁ ଜାହାଜ ଚଳାଚଳ ସମ୍ପର୍କରେ ସମୟୋପଯୋଗୀ ତଥ୍ୟ ମିଳିପାରିବ। ଏହି ଇ-ଯୋଗାଯୋଗ ବ୍ୟବସ୍ଥା ଜରିଆରେ ଜାହାଜ ପରିଚାଳନା କରୁଥିବା କମ୍ପାନି, ଜାହାଜ ମାଲିକ ଏବଂ ପଣ୍ୟ ମାଲିକମାନେ ଗୋଟିଏ ପ୍ଲାଟଫର୍ମରେ ତଥ୍ୟ ହାସଲ କରିପାରିବେ । ଏବେ ଏପରି କୌଣସି ପ୍ଲାଟଫର୍ମ କାର୍ଯ୍ୟ କରୁନାହିଁ । ଏହି ପୋର୍ଟାଲ IWAIର ନିଜସ୍ୱ ଆଇଟି ଓ ଟ୍ରାଫିକ ଶାଖା ଦ୍ୱାରା ପ୍ରସ୍ତୁତ ହୋଇଛି । ଜାତୀୟ ଜଳପଥର ବିକାଶ ସହ ଏହାର ସର୍ବାଧିକ ସଦୁପଯୋଗ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି ।

ଆଇଡବ୍ଲୁଏଆଇର ପୋର୍ଟାଲ www.iwai.nic.in.ରେ କାର୍ଗୋ ଓନର୍ସ ଆଣ୍ଡ ଏଜିଷ୍ଟିକ୍ସ ଅପରେଟର୍ସ (ଫୋକାଲ) ଲିଙ୍କରେ ଏହି ତଥ୍ୟ ମିଳିପାରିବ । ପୋର୍ଟାଲର ଶୁଭାରମ୍ଭ କରି ଆଇଡବ୍ଲୁଏଆଇ ଅଧ୍ୟକ୍ଷ ନୂତନ ଗୁହା ବିଶ୍ୱାସ କହିଲେ ଯେ, ଭାରତରେ ଆନ୍ତଃ ଜଳପଥ ପରିବହନର ବିକାଶ ପାଇଁ ପ୍ରତିବଦ୍ଧତା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି।

ଫୋକାଲ ଜାହାଜ ମାଲିକ ଓ ପଣ୍ୟ ପରିଚାଳନା କରୁଥିବା ଅପରେଟରମାନଙ୍କ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ । ବ୍ୟବହାରକାରୀ ମାନେ ଉପଲବ୍ଧ ଥିବା ଜାହାଜ କିମ୍ବା ପଣ୍ୟ ବାବଦରେ ତଥ୍ୟ ଦେଇ ପଞ୍ଜିକୃତ ହୋଇପାରିବେ । ଜାହାଜ ମାଲିକମାନେ ସେମାନଙ୍କ ଜାହାଜର ଶ୍ରେଣୀ, ଯାତ୍ରାରମ୍ଭ ଓ ଗନ୍ତବ୍ୟ ସ୍ଥଳ ସମ୍ପର୍କରେ ସବିଶେଷ ତଥ୍ୟ ଏଠାରେ ପ୍ରଦାନ କରିପାରିବେ।

ସୀମିତ ସଂଖ୍ୟକ ଜାହାଜର ମାଲିକାନା ରଖିଥିବା ଆଇଡବ୍ଲୁଏଆଇ ଏହି ପୋର୍ଟାଲ ଜରିଆରେ ଭାରତୀୟ ଜଳପଥର ବାଣିଜ୍ୟିକ ଓ ପ୍ରଯୁକ୍ତିଗତ ପରିଚାଳନା କ୍ଷମତା ପାଇପାରିବ। ସମନ୍ୱିତ ପରିବହନ ନେଟୱର୍କ ପାଇଁ ଭାରତ ସରକାର ଜାତୀୟ ଜଳପଥର ବିକାଶ କରୁଛନ୍ତି । ଯାହାକି ପରିବହନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ସହ ଭାରତୀୟ ଅର୍ଥନୀତି ଉପରେ ପଡ଼ୁଥିବା ଏହାର ଖର୍ଚ୍ଚ ହ୍ରାସ କରିପାରିବ । ଏବେ ଦେଶ ଅର୍ଥନୀତିରେ ପଣ୍ୟ ପରିବହନ ଖର୍ଚ୍ଚ ମୋଟ ଘରୋଇ ଉତ୍ପାଦର 15% ଯାହାକି ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶ ତୁଳନାରେ ଦୁଇଗୁଣ।

ପଢନ୍ତୁ;ରାଜ୍ୟ ସରକାରଙ୍କ ମଞ୍ଜୁରି ପରେ ଆରମ୍ଭ ହେବ ଓଡ଼ିଶାର ଉପକୂଳ ରାଜପଥ ପ୍ରକଳ୍ପ

Related posts

୨୦ ରୁ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ସମିତି ପକ୍ଷରୁ ଧର୍ମଘଟ ଡାକରା

ENO Beuro

ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ମୃତ !

ENO Beuro

ବମିଖାଲ ଓଭର୍‌ବ୍ରିଜ୍‌ ଦୁର୍ଘଟଣା : ଠିକାଦାର ସଂପୂର୍ଣ୍ଣ ଦାୟୀ , ଇଂଜିନିୟରଙ୍କୁ କ୍ଲିନଚିଟ୍

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More