• Home
  • Bollywood
  • ଗୌରୀ ଖାନ୍‌ଙ୍କ ପ୍ରଯୋଜିତ ତଥା ଇମ୍‌ତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ “ଜବ୍‌ ହ୍ୟାରି ମେଟ୍‌ ସେଜଲ୍‌” ଆଜି ପରଦା ଉପରେ
Bollywood

ଗୌରୀ ଖାନ୍‌ଙ୍କ ପ୍ରଯୋଜିତ ତଥା ଇମ୍‌ତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ “ଜବ୍‌ ହ୍ୟାରି ମେଟ୍‌ ସେଜଲ୍‌” ଆଜି ପରଦା ଉପରେ

ଗୌରୀ ଖାନ୍‌ଙ୍କ ପ୍ରଯୋଜିତ ତଥା ଇମ୍‌ତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ “ଜବ୍‌ ହ୍ୟାରି ମେଟ୍‌ ସେଜଲ୍‌” ଆଜି ପରଦା ଉପରେ । ଆଜି ଫିଲ୍ମ ଫ୍ରାଇଡ଼େରେ କେବଳ ଗୋଟିଏ ହିନ୍ଦୀ ସିନେମା ରିଲିଜ୍‌ ହୋଇଛି।

ଏହି ରୋମାଣ୍ଟିକ୍‌ କମେଡ଼ିରେ ଶାହାରୁଖ୍‌ ଖାନ୍‌ ଓ ଅନୁଷ୍କା ଶର୍ମା ମେନ୍‌ଲିଡ଼୍‍ରେ ଅଛନ୍ତି। ଏତଦ୍‌ବ୍ୟତୀତ ସୟାନୀ ଗୁପ୍ତା,ଏଭେଲିନ୍‌ ଶର୍ମା, ଚନ୍ଦନ ରୟ ସନ୍ୟାଲ୍‌,ଅରୁ କ୍ରିଷ୍ଣଂଶ ବର୍ମା ଓ ପାରସ୍‌ ଅରୋରା ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ।

ଏହାର କାହାଣୀ ପଞ୍ଜାବୀ ଯୁବକ ହ୍ୟାରିି ଓ ଗୁଜୁରାଟୀ ଯୁବତୀ ସେଜଲଙ୍କ ୟୁରୋପ ଯାତ୍ରା ସମୟର ସଂପର୍କ ଉପରେ ଆଧାରିତ ଅଟେ।

ପ୍ରୀତମ୍‌ ଓ ଦିପ୍‌ଲୋ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।ଏଥିରେ ମୋଟ୍‌ ୧୦ଟି ଗୀତ ରହିଛି ।

ଶୋଚା ନ ଥା, ଜବ୍‌ ଉଇ ମେଟ୍‌,ରକ୍‌ଷ୍ଟାର୍‌ ଓ ତମାସା ଭଳି ଫିଲ୍ମର ନିର୍ଦ୍ଦେଶକ ଇମ୍‌ତିଆଜ୍‌ଅଲ୍ଲୀଙ୍କ ସହ ଏହା ଶାହାରୁଖ୍‌ ଖାନ୍‌ଙ୍କର ପ୍ରଥମ ସିନେମା ଓ ଅନୁଷ୍କା ଶର୍ମାଙ୍କ ସହ ଏହା ତୃତୀୟ ସିନେମା। ପୂର୍ବରୁ ଶାହରୁଖ-ଅନୁଷ୍କାଙ୍କ ଯୋଡ଼ିକୁ ଦର୍ଶକ ‘ରବ୍‌ନେ ବନାଦି ଯୋଡ଼ି’ ଓ ‘ଜବ୍‌ ତକ୍‌ ହୈ ଜାନ୍‌’ରେ ଦେଖିବାକୁ ପାଇଥିଲେ।ପ୍ରାୟ ୭୦ କୋଟି ଟଙ୍କାର ବଜେଟ୍‌ରେ ନିର୍ମିତ ‘ଜବ୍‌ ହେରି ମେଟ୍‌ ସେଜଲ୍‌’କୁ କିଭଳି ରେସ୍‌ପନ୍‌ସ ମିଳୁଛି, ତାହା ଫିଲ୍ମକୁ ଦେଖିଲାପରେ ହିଁ  ଜଣାପଡ଼ିବ।

ଗୌରୀ ଖାନ୍‌ଙ୍କ ପ୍ରଯୋଜିତ ତଥା ଇମ୍‌ତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ "ଜବ୍‌ ହ୍ୟାରି ମେଟ୍‌ ସେଜଲ୍‌" ଆଜି ପରଦା ଉପରେ  ଗୌରୀ ଖାନ୍‌ଙ୍କ ପ୍ରଯୋଜିତ ତଥା ଇମ୍‌ତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ “ଜବ୍‌ ହ୍ୟାରି ମେଟ୍‌ ସେଜଲ୍‌” ଆଜି ପରଦା ଉପରେ

Related posts

ଜାଣନ୍ତୁ, କାହା ବିନା ରହିପାରନ୍ତିନି ବଲିଉଡର ସୁପରଷ୍ଟାର ସନ୍ନୀ ଦେୱଲ

Krishna Kumar Manoj

ଶ୍ରେଷ୍ଠ ୧୦ଜଣ ଆୟକାରୀ ଅଭିନେତା ଙ୍କ ମଧ୍ୟରେ ଶାହାରୁଖ , ସଲମାନ ଓ ଅକ୍ଷୟ କୁମାର

Krishna Kumar Manoj

Adil Hussain Won The Best Actor Award At The DC South Asian Film Festival

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More